Monday , June 21 2021
Breaking News
Home / ବିଶେଷ / ୧୮ ସୁଦ୍ଧା ଓଡ଼ିଶାରେ ମୌସୁମୀ!

୧୮ ସୁଦ୍ଧା ଓଡ଼ିଶାରେ ମୌସୁମୀ!

ଭୁବନେଶ୍ୱର, ୧୬/୦୬/୨୦୧୯ (ଓଡ଼ିଶା ସମାଚାର)- ଆସନ୍ତା ଦୁଇ-ତିନିଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ପ୍ରବେଶ କରିପାରେ । ଚଳିତବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ପ୍ରବେଶରେ ଅନିଶ୍ଚିତତା ଜାରି ରହିଥିବା ବେଳେ ଘରୋଇ ପାଣିାଗ ସଂସ୍ଥା ସ୍କାଏମେଟ ଏମିତିକା ପୂର୍ବାନୁମାନ କରିଛି । ଆସନ୍ତା ୨ରୁ ୩ ଦିନ ମଧ୍ୟରେ କେନ୍ଦ୍ରୀୟ ଆରବସାଗର, କର୍ଣ୍ଣାଟକ, ତାମିଲନାଡ଼ୁ, କେନ୍ଦ୍ରୀୟ ଉତର ଓ ଦକ୍ଷିଣ ବଙ୍ଗୋପସାଗରରେ ମୌସୁମୀ ସକ୍ରିୟ ହେବ । ଏଥିସହ ମୌସୁମୀ ସମାନ ସମୟରେ ଉତର ପୂର୍ବ ଭାରତ, ସିକିମ୍ ସମେତ ଉତର ପଶ୍ଚିମବଙ୍ଗରେ ପହଂଚିବାର ଯଥେଷ୍ଟ ସମ୍ବାବନା ଥିବା କୁହାଯାଉଛି । ସୂଚନାଯୋଗ୍ୟ ଯେ ପୂର୍ବରୁ ସ୍କାଏମେଟ୍, ସୋଆ ପରି ପାଣିପାଗ ବିଜ୍ଞାନ ଅନୁସନ୍ଧାନ କେନ୍ଦ୍ର ଜୁନ୍ ତୃତୀୟ ସପ୍ତାହରେ ମୌସୁମୀ ଓଡ଼ିଶାରେ ପହଂଚିବା ନେଇ ଆକଳନ କରିଥିଲା । ଏପଟେ ଗତ ଚାରିଦିନ ଧରି ରାଜ୍ୟବ୍ୟାପୀ ପ୍ରବଳ ତାତି ଅନୁଭୂତ ହେଉଥିବା ବେଳେ  ଶନିବାର ପରିସ୍ଥିତିରେ ସୁଧାର ଆସିଛି । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସହରକୁ ଛାଡ଼ିଦେଲା ପରେ ରାଜ୍ୟର ଅନ୍ୟ ସ୍ଥାନମାନଙ୍କରେ ତାପମାତ୍ରା ୪ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ରିପୋର୍ଟ ଅନୁଯାୟୀ ଶନିବାର ମାଲକାନଗିରି ଓ ଟିଟିଲାଗଡ଼ରେ ସର୍ବାଧିକ ୪୩ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଥିଲା । ସେହିପରି ଝାରସୁଗୁଡ଼ାରେ ୪୨.୮ ଡିଗ୍ରୀ, ସମ୍ବଲପୁର ଓ ହୀରାକୁଦରେ ୪୨.୨ ଡିଗ୍ରୀ, ଭବାନୀପାଟଣାରେ ୪୧.୨ ଡିଗ୍ରୀ, ବଲାଙ୍ଗିରରେ ୪୧ ଡିଗ୍ରୀ ଓ ଅନୁଗୁଳରେ ୪୦.୧ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି । ତେବେ ଆଗାମୀ ଦିନରେ ତାପମାତ୍ରାରେ ଆହୁରି ସୁଧାର ଆସିବା ସହ ବିଭିନ୍ନ ସ୍ତାନରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବା ପାଣିାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଉତର ଓ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବୋହିପାରେ ବୋଲି ପାଣିାଗ କେନ୍ଦ୍ର ପୂର୍ବାନୁମାନ କରିଛି । ୧୬ ତାରିଖରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ରାୟଗଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଢେଙ୍କାନାଳ ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ଥିବା ଆକଳନ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

କନ୍ଧମାଳ : କରୋନା ଛୁଇଁ ପାରିନି  ଗୁମାଗଡ଼ ପଞ୍ଚାୟତକୁ

  କନ୍ଧମାଳ,୨୦/୦୬/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କରୋନା ମହାମାରୀ ଏବେ ରାଜ୍ୟର ସହରାଞ୍ଚଳ ହେଉ କିମ୍ବା ଗ୍ରାମାଞ୍ଚଳ ସବୁଠି କାୟା …

Leave a Reply

Your email address will not be published. Required fields are marked *