Wednesday , June 16 2021
Breaking News
Home / ବିଶେଷ / ୧୮ତମ ଜାତୀୟ ନାଟକ ମହୋତ୍ସବ  କ୍ୟାନଫେଷ୍ଟ-୨୦୨୧ ଉଦଘାଟିତ

୧୮ତମ ଜାତୀୟ ନାଟକ ମହୋତ୍ସବ  କ୍ୟାନଫେଷ୍ଟ-୨୦୨୧ ଉଦଘାଟିତ

ପାରାଦ୍ୱୀପ ୦୫/୦୩/୨୦୨୧(ଓଡ଼ିଶା ସମାଚାର)- ୧୮ତମ ଜାତୀୟ ନାଟକ ମହୋତ୍ସବ
-୨୦୨୧ ମାର୍ଚ୍ଚ ୫ତାରିଖ ଶୁକ୍ରବାର ସଂନ୍ଧ୍ୟାରେ ପାରାଦ୍ୱୀପର ଜୟଦେବ ସଦନ ଠାରେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ବନ୍ଦର ଉପାଧ୍ୟକ୍ଷ ଆଶିଷ କୁମାର ବୋଷ ମୁଖ୍ୟ ଅତିଥି ରୁପେ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହି ମହୋତ୍ସବକୁ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଇଫକୋ ବରିଷ୍ଠ ପ୍ରବନ୍ଧକ(ଅର୍ଥ) ସୁରେଶ ଗୋଏଲ୍ ଓ କ୍ୟାନମାସ୍ ସଭାପତି ଅତୁଲ୍ୟ କୁମାର ମହାପାତ୍ର ଅତିଥି ଭାବେ ଯୋଗଦେଇ ଏହି ଉଦଘାଟନୀ ସମାରୋହରେ ଅଂଶଗ୍ରହଣ କରିଥିଲେ । ପାରାଦ୍ୱୀପ ତଥା ରାଜ୍ୟର ଅଗ୍ରଣୀ  ସାଂସ୍କୃତିକ ଅନୁଷ୍ଠାନ ‘କ୍ୟାନମାସ୍’ ସଂସ୍ଥା ଦ୍ୱାରା ଆୟୋଜିତ ଏହି ମହୋସବରେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରତିଷ୍ଠିତ ନାଟ୍ୟ ସଂସ୍ଥା ଓ ଏହାର କଳାକାର ମାନେ ଏଥିରେ ନିଜର ନାଟ୍ୟ କଳା ଉପସ୍ଥାପିତ କରିବେ । କେନ୍ଦ୍ର ସାଂସ୍କୃତିକ ମନ୍ତ୍ରଣାଳୟ, ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ, କଲିକତାର ଏନଇଜେଡସିସି, ପାରାଦ୍ୱୀପ ବନ୍ଦର, ଆଇଓସିଏଲ ପାରାଦ୍ୱୀପ ତୈଳ ବିଶୋଧନାଗାର, ପାରାଦ୍ୱୀପ ଇଫକୋ ଓ ମିଡିଆ ପାର୍ଟନର ପିବିଡି ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମାର୍ଚ୍ଚ ୫ରୁ ୧୦ ତାରିଖ ଦୀର୍ଘ ୬ଦିନ ଧରି ଚାଲିବ । ଏହି ସମସ୍ତ କାର୍ଯ୍ୟକ୍ରମ କୋଭିଡ-୧୯ ନିୟମ ଅନୁଶୀଳନ ପୂର୍ବକ କରାଯାଉଛି ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି । ତେବେ ଉଦଘାଟନୀ ସନ୍ଧ୍ୟାରେ ନୂଆଦିଲ୍ଲୀର ଆକ୍ଟର୍ସ ରିପେଟୋରୀ ନାଟ୍ୟ ସଂସ୍ଥା ଦ୍ୱାରା ଅବତାର ସାହାଣୀଙ୍କ ନିର୍ଦ୍ଧେଶିତ “ନାଗିନ୍ ତେରା ବଂଶ୍ ବଢେ” ନାଟକ ମଂଚସ୍ଥ ହୋଇଥିଲା । ଏହି ମହୋତ୍ସବକୁ କ୍ୟାନମାସ୍ ସଭାପତି ଅତୁଲ୍ୟ କୁମାର ମହାପାତ୍ର ଓ ସଂପାଦକ ଶ୍ର୍ରୀମନ୍ ନାରାୟଣ ମିଶ୍ର ପରିଚାଳନା କରିଥିବା ବେଳେ ଏହାର ସମସ୍ତ ସଭ୍ୟ ସହଯୋଗ କରୁଥିବା କ୍ୟାନମାସ ପକ୍ଷରୁ ସୂଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

ଅସହାୟଙ୍କୁ ବୈଜୟନ୍ତ  ପଣ୍ଡାଙ୍କ ସହାୟତା

କେନ୍ଦ୍ରାପଡ଼ା, ୧୫/୦୬/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରଷୋତମପୁର ଓ ବାରୋ ପଂଚାୟତର କର୍କଟ ରୋଗରେ ଆକ୍ରାନ୍ତ ମୃତକଙ୍କ ଅସହାୟ ପରିବାରକୁ …

Leave a Reply

Your email address will not be published. Required fields are marked *