Sunday , June 20 2021
Home / ସ୍ୱାସ୍ଥ୍ୟ / ୧୭୪୧ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ – ୨ ମୃତ

୧୭୪୧ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ – ୨ ମୃତ

ଭୁବନେଶ୍ୱର, ୧୨/୦୪/୨୦୨୧(ଓଡ଼ିଶା ସମାଚାର)-ଗତ ୨୪ ଘଣ୍ଟା ମଧ୍ୟରେ ୧୭୪୧ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦୧୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୭୨୬ଜଣ ସ୍ଥାନୀୟ ବାସିନ୍ଦା ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୪୩ଜଣ, ବାଲେଶ୍ୱର ଜିଲ୍ଲାରୁ ୧୫୮ଜଣ, ବରଗଡ଼ ଜିଲ୍ଲାରୁ ୯୭ଜଣ, ଭଦ୍ରକ ଜିଲ୍ଲାରୁ ୧୧ଜଣ, ବଲାଙ୍ଗୀର ଜିଲ୍ଲାରୁ ୯୩ଜଣ, ବୌଦ୍ଧ ଜିଲ୍ଲାରୁ ୫ଜଣ, କଟକ ଜିଲ୍ଲାରୁ ୫୮ଜଣ, ଦେଓଗଡ଼ ଜିଲ୍ଲାରୁ ୯ଜଣ, ଢେଙ୍କାନାଳ ଜିଲ୍ଲାରୁ ୨ଜଣ, ଗଜପତି ଜିଲ୍ଲାରୁ ୧୪ଜଣ, ଗଞ୍ଜାମ ଜିଲ୍ଲାରୁ ୯ଜଣ, ଜଗତସିଂହପୁର ଜିଲ୍ଲାରୁ ୯ଜଣ, ଯାଜପୁର ଜିଲ୍ଲାରୁ ୩୮ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୪୩ଜଣ, କଳାହାଣ୍ଡି ଜିଲ୍ଲାରୁ ୧୧୪ଜଣ, କନ୍ଧମାଳ ଜିଲ୍ଲାରୁ ୮ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨ଜଣ, କେନ୍ଦୁଝର ଜିଲ୍ଲାରୁ ୫୩ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୦୪ଜଣ, କୋରାପୁଟ ଜିଲ୍ଲାରୁ ୯ଜଣ, ମାଲକାନଗିରି ଜିଲ୍ଲାରୁ ୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩୯ଜଣ, ନବରଙ୍ଗପୁର ଜିଲ୍ଲାରୁ ୮୦ଜଣ, ନୟାଗଡ଼ ଜିଲ୍ଲାରୁ ୭ଜଣ, ନୂଆପଡ଼ା ଜିଲ୍ଲାରୁ ୯୬ଜଣ, ପୁରୀ ଜିଲ୍ଲାରୁ ୫୪ଜଣ, ରାୟଗଡ଼ା ଜିଲ୍ଲାରୁ ୩୫ଜଣ, ସମ୍ବଲପୁର ଜିଲ୍ଲାରୁ ୧୨୧ଜଣ, ସୋନପୁର ଜିଲ୍ଲାରୁ ୧୩ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୬୮ଜଣ, ଷ୍ଟେଟ୍ ପୁଲ୍ରୁ ୪୬ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫୧୩୦୨ରେ ପହଞ୍ଚିଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୫୧୩୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୪୦୦୬୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଉ ୯୨୫୯ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୬୪୦୦୪୫୬ ସାମ୍ପୁଲ ଟେଷ୍ଟ୍ ହୋଇଛି ।
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। କରୋନାରେ ମୃତ୍ୟୁ ଘଟିଥିବା ଦୁଇଜଣ ନୂଆପଡା ଜିଲାର ବୋଲି ଜଣାଯାଇଛି।ଏହାକୁ ମିଶାଇ କରୋନା ମୃତ୍ୟୁ ସଂଖ୍ୟା ୧୯୨୮ କୁ ବୃଦ୍ଧି ପାଇଥିବାବେଳେ ୫୩ ଜଣ କରୋନା ଆକ୍ରାନ୍ତ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୩୭ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୮/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *