Thursday , June 17 2021
Breaking News
Home / ବିଶେଷ / ୧୪ରେ ବିଶ୍ୱକଲ୍ୟାଣ ଶତରୁଦ୍ରାଭିଷେକ

୧୪ରେ ବିଶ୍ୱକଲ୍ୟାଣ ଶତରୁଦ୍ରାଭିଷେକ

ପିପିଲି,୦୧/୦୮/୨୦୧୯( ଓଡ଼ିଶା ସମାଚାର)-ପିପିଲି ନିକଟସ୍ଥ ରଇଁଶୋଲ ଗ୍ରାମସ୍ଥିତ ଶ୍ରୀନୀଳକଣ୍ଠେଶ୍ୱର ଦେବ ମନ୍ଦିର ପରିସରରେ ଆସନ୍ତା ୧୪ ତାରିଖରେ ନମକ ଚମକ ବିଧିରେ ଶତରୁଦ୍ରାଭିଷେକ ଆୟୋଜନ କରାଯିବ । ଏଥିପାଇଁ ପ୍ରସ୍ତୁତି କାର୍ଯ୍ୟକ୍ରମ ଜୋରସୋରରେ ଚାଲିଛି । ଯାହା ଏହି ଅଂଚଳ ପାଇଁ ପ୍ରଥମ । ଶ୍ରାବଣ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଏହି ଅଭିଷେକ କରାଯିବ । ସେଦିନ ପ୍ରଥମେ ସୂର୍ଯ୍ୟାର୍ଘ୍ୟ ଦାନ, ପାଶ୍ୱର୍ ଦେବତା ପୂଜନ, ଦ୍ୱାରପାଳ ପୂଜନ, ମନ୍ଦିର ପ୍ରବେଶ କାର୍ଯ୍ୟ ପରେ ଶିବାର୍ଚ୍ଚନା କରାଯିବ । ସେହି ଶିବାର୍ଚ୍ଚନର ମହାସ୍ନାନ ବିଧିରେ ଶୁକ୍ଳ ଯଜୁର୍ବେଦୀୟ କାନ୍ୱଶାଖ୍ୟ ଶତରୁଦ୍ରାଭିଷେକକୁ ନମକ ଚମକ ବିଧିରେ କରାଯିବ । ଏଥିରେ ରାଜ୍ୟର ବିଭିନ୍ନ ଅଂଚଳରୁ ୫୦ରୁ ଅଧିକ କର୍ମକାଣ୍ଡୀ ବ୍ରାହ୍ମଣ ଓ ବେଦପାଠୀ ଯୋଗଦେବେ ବୋଲି ଅଭିଷେକର ଆୟୋଜକ କମିଟି ପକ୍ଷରୁ ପଣ୍ଡିତ ଶରତ ଚନ୍ଦ୍ର ଦାଶ, ସୁଦର୍ଶନ ମିଶ୍ର, ସୂର୍ଯ୍ୟ ପ୍ରସାଦ ରଥ, ମହାଦେବ ଶତପଥୀ, ହେମନ୍ତ କୁମାର ମିଶ୍ର, ଲକ୍ଷ୍ମୀଧର ଦାଶ, ତପନ କୁମାର ଦାଶ ଓ ଶ୍ରୀ ଅଖଣ୍ଡ ପ୍ରମୁଖ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମ ଅବସରରେ ଆୟୋଜିକ ଏକ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ବେଦ ବିଭାଗ ମୁଖ୍ୟ ଡକ୍ଟର ଦିବାକର ମହାପାତ୍ର ଶୁକ୍ଳ ଯଜୁର୍ବେଦୀୟ କାଣ୍ୱଶାଖୀୟ ଶତରୁଦ୍ରାଭିଷେକକୁ ନମକ ଚମକ ବିଧି ଉପରେ ଆଲୋଚନା କରିବେ । ବିଶ୍ୱକଲ୍ୟାଣ ପାଇଁ ହେଉଥିବା ଶତରୁଦ୍ରାଭିଷେକ ଯୋଗ ଦେଇ ଦିବ୍ୟ ଅନୁଭବ ଲାଭ କରିବାକୁ ରଇଁଶୋଲ ଗ୍ରାମବାସୀ ବୃନ୍ଦ ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ୟ୍ୟ ରୋକିବାକୁ ନେଇ ଆଲୋଚନା ଚକ୍ର

ବାଲିଗୁଡ଼ା, ୧୭/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) -ସମଗ୍ର ଦେଶ କରୋନା ମହାମାରୀ ଦେଇ ଗତି କରୁଥିବା ସମୟରେ ଆମ …

Leave a Reply

Your email address will not be published. Required fields are marked *