Thursday , June 17 2021
Home / ବିଶେଷ / ୧୧ବର୍ଷର ପୁଅକୁ ଛାଡ଼ି ବାପାମାଆ ଚମ୍ପଟ

୧୧ବର୍ଷର ପୁଅକୁ ଛାଡ଼ି ବାପାମାଆ ଚମ୍ପଟ

ବାଲେଶ୍ୱର,୨୫/୦୮/୨୦୧୯(ଓଡ଼ିଶା ସମାଚାର)- କୁହାଯାଏ ବାପା ମାଆ ଭଗବାନଙ୍କ ଚଳନ୍ତି ପ୍ରତିମା  । ନିଜ ପିଲାଙ୍କ ଖୁସି ଦେଖିବା ପାଇଁ ସବୁ ସୁଖ ଓ ଆବଶ୍ୟକକୁ ତ୍ୟାଗ କରି ଦେଇଥାନ୍ତି  । କିନ୍ତୁ ସେହି ବାପାମାଆ ଯେ ନିଜ ସୁଖକୁ ଦେଖି ପୁଅକୁ ରାସ୍ତାରେ ଭିକ ମାଗିବାକୁ ଛାଡ଼ି ଚାଲିଯିବେ ତାହା ଅତି ନିନ୍ଦନୀୟ  । ଏପରି ଏକ ଲମ୍ଫଟ ବାପା ମାଆଙ୍କ କଳଙ୍କିତ କାର୍ଯ୍ୟ ସାମନାକୁ ଆସିଛି ବାଲେଶ୍ୱର ଜିଲ୍ଲାରେ । ବାଲେଶ୍ୱର ଜିଲ୍ଲା ନୀଳଗିରି ଅଂଚଳରେ ଏକ ୧୧ବର୍ଷର ପୁଅକୁ ୫ମାସ ହେବ ରାସ୍ତା କଡ଼ରେ ନିଜ ବାପାମାଆ ଛାଡ଼ି ଚାଲିଯାଇଥିବା ଜଣାପଡ଼ିଛି  । ମାଆ ତାର ପୁରୁଷ ବନ୍ଧୁଙ୍କ ସହ ଓ ବାପା ଜଣେ ମହିଳାଙ୍କ ସହ ଫେରାର ହୋଇଯାଇଛନ୍ତି  । ଲମ୍ଫଟ ବାପାମାଆ ଛାଡ଼ି ଚାଲିଯିବା ପରେ ନାବାଳକଜଣକ ନିଜ ଭାଗ୍ୟକୁ ଆଦରି ଭିକ ମାଗୁଥିଲା  । ଖବର ପାଇବା ପରେ ନାବାଳକଟିକୁ ଭିକ ମାଗୁଥିବା ବେଳେ ଚାଇଲ୍ଡ ଲାଇନ ଉଦ୍ଧାର କରି ସିଡବ୍ଲୁସିକୁ ହସ୍ତାନ୍ତର କରିଛି  । ଓଡ଼ିଶା ସମାଚାର

About admin

Check Also

କଟକ ଅର୍ବାନ ପୁଲିସ କୁ ବଡ଼ ସଫଳତା – ୪ ଅପରାଧୀ ଗିରଫ , ୧୧ ଟି ବନ୍ଧୁକ ଓ ୫୧ଟି ଗୁଳି ଜବତ

କଟକ, ୧୬/୦୬/୨୦୨୧(ଓଡ଼ିଶା ସମାଚାର / ଦେବାଶିଷ ରଥ)- ପ୍ରାୟୋଜିତ ଅପରାଧ ଉପରେ ଅଂକୁଶ ଲଗାଇବା ପାଇଁ କଟକ ଡିସିପି ପ୍ରତୀକ …

Leave a Reply

Your email address will not be published. Required fields are marked *