Wednesday , August 4 2021
Breaking News
Home / ତାଜା ଖବର / ୧୧କେଭି ବିଦ୍ୟୁତ କାର୍ଯ୍ୟ କରୁଥିବା ବେଳେ କରେଂଟ ଲାଗି ଶ୍ରମିକଙ୍କ ମୃତ୍ୟୁ

୧୧କେଭି ବିଦ୍ୟୁତ କାର୍ଯ୍ୟ କରୁଥିବା ବେଳେ କରେଂଟ ଲାଗି ଶ୍ରମିକଙ୍କ ମୃତ୍ୟୁ

ପିପିଲି, ୨୮/୭/୨୦୧୯(ଓଡ଼ିଶା ସମାଚାର)- ପିପିଲି ଥାନା ଅଧିନସ୍ଥ ଦୁର୍ଗାଦାସପୁର ଠାରେ ୧୧କେଭି ବିଦ୍ୟୁତ ଖୁଂଟ ଉପରେ ଚଢି କାର୍ଯ୍ୟ କରୁଥିବା ବେଳେ ଶ୍ରମିକ ଜଣକର ମୃତ୍ୟୁ ଘଟିଛି । ସେ ହେଉଛନ୍ତି ବୃହତ୍ ଠିକା ସଂସ୍ଥା ପିଜିସିଆଇଏଲର ଅଣ ଓଡିଆ କର୍ମଚାରୀ । ତାଙ୍କ ନାମ ଏସ୍ କେ ରିଆଜୁଲ(୩୧) ପିତା-ଏସ୍ କେ ବୁଧୁ ମାଲଦା ଟାଉନ ୱେଷ୍ଟବେଙ୍ଗଲ ବୋଲି ପିପିଲି ପୁଲିସ କୁ ପରିଚୟ ମିଳିଥିବା ଜଣାପଡିଛି । ପିପିଲି ବିଦ୍ୟୁତ ବିଭାଗ ଅଧିନସ୍ଥ ଦୁର୍ଗାଦସପୁର ଠାରେ ୧୧କେଭି ବିଦ୍ୟୁତ ଖୁଂଟ ଉପରେ ଚଢି ଠିକା ସଂସ୍ଥା କାମ କରୁଥିବା ବେଳେ କରେଂଟ ଲାଗି ଏସ୍ କେ ରିଆଜୁଲ ସେହି ଖୁଂଟି ତାରରେ ଝୁଲି ରହିଥିଲା । ଖବର ପାଇ ଘଟଣା ସ୍ଥଳେ ପିପିଲି ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଂଚି ଝୁଲି ରହିଥିବା ଶରୀର କୁ ଖୁଂଟିରୁ କାଢି ଥିଲେ । ପିପିଲି ପୁଲିସ ତାକୁ ଘୋଷଣା କରିଥିଲେ । ପିପିଲି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି କେସ୍ ନମ୍ବର ୨୫/ ୧୯ରେ ମୃତ ଶରୀରରକୁ ଜବତ କରି ବ୍ୟବଛେଦ ପାଇଁ ପୁରୀ ପଠାଇ ତଦନ୍ତ କରୁଥିବା ପୁଲିସ ସୂଚନା ଦେଇଛି । ବିଦ୍ୟୁତ ବିଭାଗର ପିପିଲି ଲାଇନିମ୍ୟାନ ଙ୍କୁ ଥାନାରେ ଅଟକ ରଖି ପଚାରାଉଚରା କରାଯାଉଥିବା  ପିପିଲି ଥାନା ଅଧିକାରୀ ଶରତ କୁମାର ସାହୁ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ନିଜ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କଲେ ସିକ୍ୟୁରିଟି ଗାର୍ଡ

ଭୁବନେଶ୍ୱର,୦୩/୦୮/୨୦୨୧(ଓଡ଼ିଶା ସମାଚାର)-  ଗଙ୍ଗନଗର ଅଂଚଳରେ ଘଟିଛି ଏକ ଅଭାବନୀୟଘଟଣା । ନିଜ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କଲେ ସିକ୍ୟୁରିଟି …

Leave a Reply

Your email address will not be published. Required fields are marked *