Sunday , June 13 2021
Breaking News
Home / ଶିକ୍ଷା / ୧୦ରୁ ଊଦ୍ଧ୍ୱର୍ ଅଧ୍ୟାପକ ପଦ ଖାଲି

୧୦ରୁ ଊଦ୍ଧ୍ୱର୍ ଅଧ୍ୟାପକ ପଦ ଖାଲି

ମାର୍ଶାଘାଇ, ୩୦/୦୯/୨୦୧୯ ( ଓଡ଼ିଶା ସମାଚାର)-ମାର୍ଶାଘାଇ ବ୍ଲକ ଅନ୍ତେଇ ବିଜୁ ପଟ୍ଟନାୟକ ମହାବିଦ୍ୟାଳୟ ଅନେକ ସମସ୍ୟା ଦେଇ ଗତିକରୁଥିବା ବେଳେ ମୁଖ୍ୟତଃ ୨୦ସ୍ଥାୟୀ ଅଧ୍ୟାପକ ମଧ୍ୟରୁ ୧୦ରୁ ଊଦ୍ଧ୍ୱର୍ ପଦ ଖାଲିରହିଛି । ଅତ୍ୟନ୍ତ ପରିତାପର ବିଷୟ ଗଣିତ ଓ ସମାଜ ବିଜ୍ଞାନ ବିଭାଗରେ ୨ସ୍ଥାୟୀ ଅଧ୍ୟାପକ ପଦ ସମ୍ପୂର୍ଣ୍ଣ ଖାଲି ପଡ଼ିଛି । ଏହି ଦୁଇ ବିଭାଗରେ ୨ଅଧ୍ୟାପକ ଜଣେ ବଦଳି ଓ ଅନ୍ୟଜଣଙ୍କ ଅବସର ଗ୍ରହଣ କରିବା ଦ୍ୱାରା ପାଠପଢା ଗୁରୁତର ବାଧା ସୃଷ୍ଟି ହୋଇଛି । ମହାବିଦ୍ୟାଳୟ କର୍ତୃପକ୍ଷ ଚୁକ୍ତିଭିତିକ ଅଧ୍ୟାପକ ନିଯୁକ୍ତି କରିବାରୁ ପାଠପଢା କାର୍ଯ୍ୟ ଚାଲୁଛି । ମହାବିଦ୍ୟାଳୟର ଅନେକ ଅଧ୍ୟାପକ ପଦ ଖାଲିରହିବାରୁ ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ନାମଲେଖା ହାର ବହୁ ପରିମାଣରେ ହ୍ରାସ ପାଇଛି । ମହାବିଦ୍ୟାଳୟ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ୧୫ଶହରୁ ଊଦ୍ଧ୍ୱର୍ ସିଟ୍ରେ ଛାତ୍ରଛାତ୍ରୀ ନାମଲେଖାଇ ଅଧ୍ୟୟନ କରୁଥିଲେ  । ପୂର୍ବରୁ ସମସ୍ତ ବିଭାଗରେ ବହୁ ଅଭିଜ୍ଞ ଅଧ୍ୟାପକଙ୍କ ତତ୍ୱାବଧାନରେ ଅଧ୍ୟାପନା ସୁଚାରୁ ରୂପେ ଚାଲୁଥିବାରୁ ଗ୍ରାମାଂଚଳର ଛାତ୍ରଛାତ୍ରୀ କମ୍ ଖର୍ଚ୍ଚରେ ଉଚ୍ଚ ଶିକ୍ଷା ଡ଼ିଗ୍ରୀ ଲାଭ କରିବାର ସୁବିଧା ପାଉଥିଲେ । ଦୀର୍ଘଦିନ ହେବ ଇଂରାଜୀ ବିଭାଗର ୩ ଅଧ୍ୟାପକ ମଧ୍ୟରୁ ୨ ଅଧ୍ୟାପକ ପଦ ଖାଲିରହିଛି  । ସେହିପରି ରାଜନୀତି ବିଭାଗରେ ୨ ଅଧ୍ୟାପକ, ଅର୍ଥନୀତିରେ ୧ ଅଧ୍ୟାପକ, ସମାଜବିଜ୍ଞାନରେ ୨ ଅଧ୍ୟାପକ, ଗଣିତରେ ୨ଅଧ୍ୟାପକ ଓଡ଼ିଆ ବିଭାଗରେ ୧ ଅଧ୍ୟାପକ ଓ ଇତିହାସରେ ୩ ଅଧ୍ୟାପକ ମଧ୍ୟରୁ ୨ ଅଧ୍ୟାପକ ପଦ ଖାଲିରହିଛି  । ସେହିପରି ୨କିରାଣି ଓ ୩ ପିଅନ ପଦ ଖାଲିପଡ଼ିବାରୁ ମହାବିଦ୍ୟାଳୟ ପରିଚାଳନା କାର୍ଯ୍ୟରେ ଗୁରୁତର ବ୍ୟାଘାତ ଘଟୁଛି । ବିଭିନ୍ନ ବିଭାଗରେ ଅର୍ଦ୍ଧାଧିକ ସ୍ଥାୟୀ ଅଧ୍ୟାପକ ପଦ ଖାଲିପଡ଼ିଥିବାରୁ ମହାବିଦ୍ୟାଳୟରେ ପାଠପଢାରେ ଗୁରୁରୁତ ସମସ୍ୟା ଉପୁଜୁଛି । ଏଥିପାଇଁ ମହାବିଦ୍ୟାଳୟ ପରିଚାଳନା କର୍ତୃପକ୍ଷ କଲେଜ ହାତପାଣ୍ଠିରୁ ବିଭିନ୍ନ ବିଭାଗରେ ୭ଜଣ ଚୁକ୍ତିଭିତିକ ଅଧ୍ୟାପକ ନିଯୁକ୍ତିକରି କାମଚଳା ଭାବେ ପାଠପଢା କାର୍ଯ୍ୟ ଚାଲୁ ରଖିଛନ୍ତି ।  ୧୯୮୧ରେ ବଜୁ ପଟ୍ଟନାୟକଙ୍କ ନାମରେ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିବାବେଳେ ଏବେ ମହାବିଦ୍ୟାଳୟ ଅଧ୍ୟାପକ ଅଭାବ ସହିତ ଅନେକ ସମସ୍ୟା ଦେଇ ଗତିକରୁଛି । ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ସାଇକଲ ଷ୍ଟାଣ୍ଡ ଓ ବାଳକ କମନରୁମ ଅଭାବ ରହିଛି । ବିଜୁ ପଟ୍ଟନାୟକ ମହାବିଦ୍ୟାଳୟ ଶିକ୍ଷାବ୍ୟବସ୍ଥାର ଉନ୍ନତି ଉପରେ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଦୃଷ୍ଟିଦେଇ ଖାଲି ପଡ଼ିଥିବା ଅଧ୍ୟାପକ ପଦ ପୂରଣ କରିବା ସହିତ ଆନୁସଙ୍ଗିକ ସମସ୍ୟା ପ୍ରତି ଦୃଷ୍ଟିଦେବାକୁ ଛାତ୍ରଛାତ୍ରୀ ଅବିଭାବକ ମହଲରେ ଦାବିହେଉଛି । ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ, ୦୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ …

Leave a Reply

Your email address will not be published. Required fields are marked *