Monday , June 21 2021
Breaking News
Home / ବିଶେଷ / ୟୁଥ୍ ଉତ୍କଳର ସାହିତ୍ୟ ମହୋତ୍ସବ ମହାଆଡ଼ମ୍ବରରେ ପାଳିତ

ୟୁଥ୍ ଉତ୍କଳର ସାହିତ୍ୟ ମହୋତ୍ସବ ମହାଆଡ଼ମ୍ବରରେ ପାଳିତ

ଭୁବନେଶ୍ୱର ,୧୧/୦୮/୨୦୧୯(ଓଡ଼ିଶା ସମାଚାର)- ପୂଣ୍ୟ ଉତ୍କଳ ଏବଂ ଇଭେଂଟ୍ସ ପ୍ରକାଶନର ମିଳିତ ଆନୁକୂଲ୍ୟରେ ଗଠିତ ତଥା ଇଂ ନିହାର ରଞ୍ଜନ ପରିଡ଼ାଙ୍କ ଏବଂ ଜୁବୁଲି କାନୁନ୍ଗୋଙ୍କ ଦ୍ୱାରା ପରିଚାଳିତ ସାହିତ୍ୟାନୁଷ୍ଠାନ ୟୁଥ୍  ଉତ୍କଳର ନବ ପ୍ରଜନ୍ମର ସୃଜନକାରଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଏହା ଏକ ଅଭିନବ ପ୍ରୟାସ ଥିଲା ବୋଲି କହିଛନ୍ତି ଶ୍ରୀଯୁକ୍ତ ମନୋରଞ୍ଜନ ମହାପାତ୍ର । ବିଶିଷ୍ଟ କଥାକାର ଶ୍ରୀଯୁକ୍ତ ପ୍ରକାଶ ମହାପାତ୍ର ଏବଂ ପୂଣ୍ୟ  ଉତ୍କଳର ସଭାପତି ଶ୍ରୀଯୁକ୍ତ ମନୋରଞ୍ଜ ମହାପାତ୍ରଙ୍କ ଓଡ଼ିଆ ସାହିତ୍ୟକୁ ବିଶ୍ୱସ୍ତରୀୟ କରିବା ପାଇଁ ଦେଖିଥିବା ସ୍ୱପ୍ନର ଏହା ଥିଲା ଏକ ସଫଳ ରୂପାୟନ । ଏହି ନିଆରା ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ମୂର୍ତୀଦେବୀ ତଥା କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ କବି ଏବଂ ଚିନ୍ତକ ହର ପ୍ରସାଦ ଦାଶ ମୁଖ୍ୟ ଅତିଥି, କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାରପ୍ରାପ୍ତ କବି ଫନି ମହାନ୍ତି ମୁଖ୍ୟବକ୍ତା ଏବଂ କବି ଶରତ ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଇତ୍ୟବସରରେ ୩୦ ବର୍ଷରୁ କମ୍ ୩୦ଜଣ ଯୁବ କଥାକାର ଏବଂ କବିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ତତ୍ ସହ ଇଭେଂଟ୍ସ ପ୍ରକାଶନୀ ତଥା ଚିତ୍ରଶିଳ୍ପୀ ଚିନ୍ମୟୀ ବାରିକଙ୍କ ‘ଚିନି କମ୍’ ଓ କବି ଇଂ ନିହାର ରଞ୍ଜନ ପରିଡ଼ାଙ୍କ ‘ବ୍ଲାକ କଫି’ର ବହୁଳ ବିକ୍ରି ଏବଂ ପାଠକୀୟତ ପାଇଁ ବେଷ୍ଟ ସେଲର ଅଥର ଭାବେ ଉଭୟଙ୍କୁ ସମ୍ମାନିତ କରାଯାଇଥିଲା । ଏହି ମହୋତ୍ସବର ଅନ୍ୟତମ ଆକର୍ଷଣ ଥିଲା ୩୦ ବର୍ଷରୁ କମ୍ ବୟସ୍କ ୩୦ଜଣ ବବି ଏବଂ ଲେଖକଙ୍କ ସୃଜନ ଉନ୍ମାଦନାରେ ପ୍ରସ୍ତୁତ ପୁସ୍ତକ ‘ଯୌବନ’ର ଲୋକାର୍ପଣ । ଯାହାର ସମ୍ପାଦନା କରିଥିଲେ ଇଂ ନିହାର ରଞ୍ଜନ ପରିଡ଼ା ଏବଂ ଶ୍ରୀଯୁକ୍ତ ଜୁବୁଲି କାନୁନ୍ଗୋ । ଶେଷରେ ଅଗ୍ରଣୀ ପ୍ରକାଶନୀ ସଂସ୍ଥା ଇଭେଂଟ୍ସ୍ର ୬ଟି ପୁସ୍ତକ ଲୋକାର୍ପିତ ହେବା ସହିତ ମଧ୍ୟାହ୍ନ ଭୋଜନ ପରେ ସଭା ସମାପ୍ତ ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

କରୋନା କାହାଣୀ : ସ୍ୱାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ , ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର

ଗରଦପୁର,୨୦/୬/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତରେ ଗତ ଦୁଇ ଦିନ ମଧ୍ୟରେ ଦୁଇଟି କରୋନା ମୃତ୍ୟୁ ଘଟିଛି …

Leave a Reply

Your email address will not be published. Required fields are marked *