Sunday , June 20 2021
Home / ବ୍ୟବସାୟ ବାଣିଜ୍ୟ / ୟୁକୋ ବ୍ୟାଙ୍କରେ ଅଟୋମେଟିକ ପାସବୁକ ପ୍ରିଣି୍ଟଂ କିଓସ୍କ ଉଦଘାଟିତ

ୟୁକୋ ବ୍ୟାଙ୍କରେ ଅଟୋମେଟିକ ପାସବୁକ ପ୍ରିଣି୍ଟଂ କିଓସ୍କ ଉଦଘାଟିତ

ଭୁବନ ୦୪/୦୨/୨୦୨୧ (ଓଡ଼ିଶା ସମାଚାର)- ଭୁବନରେ ସ୍ୱଳ୍ପ ଦିନ ମଧ୍ୟରେ ଉନ୍ନତ ମାନର ସେବା ଯୋଗାଇଦେଇ ଗ୍ରାହକଙ୍କ ଆସ୍ଥା ଭାଜନ ହୋଇଥିବା ୟୁକୋ ବ୍ୟାଙ୍କ ତରଫରୁ ଏକ ଅଟୋମେଟିକ ପାସବୁକ ପ୍ରିଣି୍ଟଂ କିଓସ୍କ ଉଦଘାଟିତ ହୋଇଯାଇଛି । ଆସିଷ୍ଟାଣ୍ଟ ମ୍ୟାନେଜର ରଶ୍ମି ରଂଜନ ମହାନ୍ତି, ହେଡ କ୍ୟାସିଅର ଜ୍ୟୋର୍ତିମୟ ବେହେରା ,କର୍ମଚାରୀ ପ୍ରଶାନ୍ତ କୁମାର ସାହୁ ଙ୍କ ଉପସ୍ଥିତିରେ ଶାଖା ପରିଚାଳକ ବିପିନ ବିହାରୀ ହୋତା ପ୍ରିଣି୍ଟଂ ମେସିନକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଗ୍ରାହକମାନଙ୍କ ସୁବିଧା ନିମନ୍ତେ ଏହି ପାସବୁକ ପ୍ରିଣ୍ଟିଂ ମେସିନ ରଖାଗଲା ,ଏଥର ଗ୍ରାହକ ମାନେ ନିଜେ ସେମାନଙ୍କ ଖାତା/ପାସବୁକ ଅପଡେଟ କରିପାରିବେ ବୋଲି କୁହାଯାଇ ଉପସ୍ଥିତ ଗ୍ରାହକଙ୍କୁ ଖାତା ଅପଡେଟ କରି ଦେଖାଇଥିଲେ । ଓଡ଼ିଶା ସମାଚାର

About admin

Check Also

ପାରାଦ୍ୱୀପ ବନ୍ଦରର ପୁନର୍ବାର କିର୍ତୀମାନ ସ୍ଥାପନ – ୨୪ ଘଂଟାରେ ୩୦ ଜାହାଜ ପରିଚାଳନା

ପାରାଦ୍ୱୀପ,୩୧/୦୫/୨୦୨୧(ଓଡ଼ିଶା ସମାଚାର)- ପାରାଦ୍ୱୀପ ବନ୍ଦରର ସାମୁଦ୍ରିକ ବିଭାଗ (ମେରାଇନ୍ ବିଭାଗ) ବନ୍ଦରରେ ଜାହାଜ ଓ ପଣ୍ୟ କାରବାର ପରିଚାଳନା ଏକ …

Leave a Reply

Your email address will not be published. Required fields are marked *