Sunday , June 13 2021
Breaking News
Home / ବିଶେଷ / ଢ଼େଙ୍କା ହାଇସ୍କୁଲରେ ବନମହୋତ୍ସବ ପାଳିତ

ଢ଼େଙ୍କା ହାଇସ୍କୁଲରେ ବନମହୋତ୍ସବ ପାଳିତ

କେନ୍ଦୁଝର,୧୦/୦୭/୨୦୧୯ (ଓଡ଼ିଶା ସମାଚାର)- କେନ୍ଦୁଝର ଜିଲା ହାଟଡିହି ବ୍ଳକ ଢ଼େଙ୍କା ହାଇସ୍କୁଲରେ ବନମହୋତ୍ସବ ପାଳିତ ହୋଇଛି । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ପରିସରରେ ୨୫ଟି ଗଛ ଲଗାଯିବା ସହିତ ଛାତ୍ରଛାତ୍ରୀଙ୍କୁ ଗୋଟିଏ ଲେଖାଏଁ ଗଛ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହଦଗଡ଼ ବନବିଭାଗର ରେଞ୍ଜର ସୁରେନ୍ଦ୍ର ହେମ୍ରମ, ଫରେଷ୍ଟର ଡମ୍ବରୁଧର ମହାନ୍ତ ଉପସ୍ଥିତ ଥିବା ବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚାର୍ଜରେ ଥିବା ସବିତା ବିଶ୍ୱାଳ, ଶିକ୍ଷକ ବିଦ୍ୟାଧର ପଣ୍ଡା, କେଶବ ଚନ୍ଦ୍ର କର, ପ୍ରଫୁଲ୍ଲ ପରିଡ଼ା, ଅଶୋକ ନାଥ, ବିଶ୍ୱବନ୍ଦିତା ଥାଟୋଇ, ସୁରଜିତା ଜେନା, ଅନିରୁଦ୍ଧ ସ୍ୱାଇଁ ଓ ବିଦ୍ୟାଳୟର ଅନ୍ୟ କର୍ମଚାରୀ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବନବିଭାଗ ସହଯୋଗ କରିଥିବାରୁ ପ୍ରଧାନଶିକ୍ଷୟିତ୍ରୀ ତାଙ୍କୁ ସାଧୁବାଦ ଜଣାଇଥିଲେ । ଏହିପରି ପଢ଼ିଆରୀପଲୀ ନୋଡ଼ାଲ ସ୍କୁଲରେ ବନୋତ୍ସବ ମାଧ୍ୟମରେ ପ୍ରଧାନଶିକ୍ଷକ ପ୍ରଫୁଲ ନାୟକଙ୍କ ନେତୃତ୍ୱରେ ବୃକ୍ଷରୋପଣ କରାଯାଇଥିଲା । ଏଥିରେ ବନବିଭାଗ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଥିଲେ । ବିଦ୍ୟାଳୟର ଶିକ୍ଷକ ଅଭିମନ୍ୟୁ ବେହେରା, ସତ୍ୟନାରାୟଣ ଜେନା, ମାଧବ ପାଣିଗ୍ରାହୀ, ପଙ୍କଜୀନୀ ସାହୁ ସହଯୋଗ କରି ବୃକ୍ଷରୋପଣ କରିଥିଲେ । ଏହିପରି ରାଇଘାଟି ସ୍କୁଲ, ଭଅଁରା ସ୍କୁଲ, ବୈଦାଖିଆ ଆଶ୍ରମ, ଶଙ୍କଟାପାଲିଆ, ଛେନାପଦୀ ବିଷ୍ଣୁପ୍ରିୟା ବାଳାଶ୍ରମ ଆଦି ବିଦ୍ୟାଳୟ ଗୁଡ଼ିକରେ ବୃକ୍ଷରୋପଣ କରାଯାଇଥିଲା । ଚଳିତ ବର୍ଷରେ ହଦଗଡ଼ ବନବିଭାଗ କାର୍ଯ୍ୟାଳୟରେ ୫୮ ହଜାର ଗଛ ଚାରା ରୋପଣ କରାଯାଇଥିବା ବେଳେ ଗୋବିନ୍ଦପୁରା ବିଟରେ ୭୫୦୦, ବଂଚୋ ବିଟରେ ୭୫୦୦, କାଠକଟା ଫରେଷ୍ଟ ଅଫିସରେ ୨୦ହଜାର ଗଛ ଚାରା ରୋପଣ କରାଯାଇଛି । ଏଥିରେ ଲୋକମାନଙ୍କୁ ବଂଚୋ ଓ ଗୋବିନ୍ଦାପୁରାରେ ବିନା ମୂଲ୍ୟରେ ଗଛ ଚାରା ଦିଆଯାଉଥିବା ବେଳେ କାଠକଟା ଓ ହଦଗଡ଼ରେ ଗଛ ଗୋଟି ୧ଟଙ୍କା ମୂଲ୍ୟରେ ପ୍ରଦାନ କରାଯାଉଥିବା ରେଞ୍ଜର ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *