Monday , June 14 2021
Breaking News
Home / ବିଶେଷ / ଡ଼ିଡ଼ିୟୁ ଜିକେୱାଇ ମାଧ୍ୟମରେ ବ୍ଲକ୍ ସ୍ତରୀୟ ନିଯୁକ୍ତି ମେଳା

ଡ଼ିଡ଼ିୟୁ ଜିକେୱାଇ ମାଧ୍ୟମରେ ବ୍ଲକ୍ ସ୍ତରୀୟ ନିଯୁକ୍ତି ମେଳା

ରଘୁନାଥପୁର,୧୦/୭/୨୦୧୯ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଜ୍ୟୋତି ମହାସଂଘ ସଭା କକ୍ଷରେ ଓରମାସ ଡ଼ିଡ଼ିୟୁ ଜିକେୱାଇ ମାଧ୍ୟମରେ ବେକାର ଯୁବକ ଯୁବତୀ ମାନଙ୍କ ନିମନ୍ତେ ଏକ ବ୍ଲକ୍ ସ୍ତରୀୟ ନିଯୁକ୍ତି ସୁଯୋଗ ମେଳା ଅନୁଷ୍ଠିତ ହୋଇ ଯାଇଛି । ୧୨୫ ଜଣ ଯୁବକ ଯୁବତୀ ଭାଗ ନେଇଥିବାବେଳେ ସେମାନଙ୍କ ମଧ୍ୟରୁ ୫୨ ଜଣ ନିଯୁକ୍ତି ପାଇଁ ଆବେଦନ କରିଛନ୍ତି । ମେଳାରେ ଓରମାସ ଏକଜିକ୍ୟୁଟିଭ ଆସିଷ୍ଟାଂଟ ପ୍ରଭାତ କୁମାର ଦାସ, ଡ଼ିଷ୍ଟ୍ରିକ୍ଟ କୋଅର୍ଡ଼ିନେଟର ପବିତ୍ର କୁମାର ସ୍ୱାଇଁଙ୍କ ତତ୍ୱାବଧାନରେ ୪ ଟି ପୋଜେକ୍ଟ କମ୍ପ୍ଲିମେଂଟ ଏଜେନ୍ସି ଯୋଗ ଦେଇଥିଲେ । ଯୁବକ ଯୁବତୀମାନେ ଉପସ୍ଥିତ ଏଜେନ୍ସି ପକ୍ଷରୁ ନିଜର ପସନ୍ଦ ମୁତାବକ ଟ୍ରେଡ଼ ସମ୍ପର୍କରେ ଆଲୋଚନା କରିଥିଲେ । ଉକ୍ତ ଏଜେନ୍ସି ପକ୍ଷରୁ ୩, ୬ ଓ ୧୨ ମାସ ପର୍ଯ୍ୟନ୍ତ ତାଲିମ ନେଇ ନିଯୁକ୍ତି ପାଇବାକୁ ହକଦାର ହେବେ । ବେକାର ଯୁବକ ଯୁବତୀ ମାନଙ୍କୁ ତାଲିମ ପ୍ରଦାନ କରି ଆତ୍ମ ନିର୍ଭରଶିଳ କରାଇବା ଏହି ଯୋଜନାର ମୁଖ୍ୟ ଉଦେଶ୍ୟ । ଗ୍ରାମାଂଚଳରେ କମ୍ୟୁନିଟି କ୍ୟାଡ଼ରମାନେ ବେକାର ଯୁବକ ଯୁବତୀ ମାନଙ୍କୁ କର୍ମସଂସ୍ଥାନ ପାଇଁ ଆକୃଷ୍ଟ କରିବା ପାଇଁ ବ୍ୟବସ୍ଥା ରହିଥିବା ସମ୍ପର୍କରେ ଅଧିକାରୀମାନେ ପ୍ରକାଶ କରିଥିଲେ । ପିଏ ଦେବାଶ୍ରିତା ପରିଡ଼ା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବିଡ଼ିଓ ପଂଚାନନ ପଟ୍ଟାୟତ ଏହାକୁ ଉଦଘାଟନ କରିଥିଲେ । ୧୮ ବର୍ଷରୁ ୩୫ ବର୍ଷ ମଧ୍ୟରେ ଯୁବକ ଯୁବତାମନେ ଏଥିପାଇଁ ଆବେଦନ କରିବାକୁ ଥିବାବେଳେ ତାଲିମ ସମୟରେ ରହିବା ଓ ଖାଇବା ସମସ୍ତ ବ୍ୟବସ୍ଥା ସରକାରଙ୍କ କ୍ଷରୁ ଯୋଗାଇ ଦିଆଯାଉଥିବା ସମ୍ପର୍କରେ ଅଧିକାରୀ ଶ୍ରୀ ଦାସ ପ୍ରକାଶ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରେ ଜଣେ ଗିରଫ

  କନ୍ଧମାଳ, ୧୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ …

Leave a Reply

Your email address will not be published. Required fields are marked *