Monday , June 21 2021
Breaking News
Home / ବିଶେଷ / ଡ଼ିଡ଼ିୟୁଜିକେୱାଇ : ତାଲିମପ୍ରାପ୍ତ ୩୦ ଛାତ୍ରୀଙ୍କ ପାଇଁ ନିଯୁକ୍ତି ସୁଯୋଗ- ଉପାସନା ଟ୍ରଷ୍ଟ ପକ୍ଷରୁ ଅଭିଭାବକ ସମ୍ମିଳନୀ

ଡ଼ିଡ଼ିୟୁଜିକେୱାଇ : ତାଲିମପ୍ରାପ୍ତ ୩୦ ଛାତ୍ରୀଙ୍କ ପାଇଁ ନିଯୁକ୍ତି ସୁଯୋଗ- ଉପାସନା ଟ୍ରଷ୍ଟ ପକ୍ଷରୁ ଅଭିଭାବକ ସମ୍ମିଳନୀ

ରଘୁନାଥପୁର, ୧୬/୦୭/୨୦୧୯ (ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ତାରପୁର ପଂଚାୟତ ଗୋକଳପୁରସ୍ଥିତ ଷ୍ଟେଟ ଆଇଟିଆଇ ପରିସରରେ ଉପାସନା ଏଜୁକେଶନ ଟ୍ରଷ୍ଟ ପକ୍ଷରୁ ନିଯୁକ୍ତି ସୁଯୋଗ ପାଇଥିବା ୩୦ ଜଣ ଛାତ୍ରୀଙ୍କ ଅଭିଭାବକଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି ।  ଦିନଦୟାଲ ଉପାଧ୍ୟାୟ ଗ୍ରାମିଣ କୌଶଳ ମାଧ୍ୟମରେ ଏହି ଛାତ୍ରୀମାନେ ୩ମାସ ୨୨ ଦିନ ଧରି ଶିଳ୍ପ ଭିତିକ ଶିଲେଇ ସମ୍ପର୍କରେ ତାଲିମ ନେଇଥିଲେ ।  ବାଙ୍ଗାଲୋରରେ ଥିବା ଆକୁଆରିଲେ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ ସଂସ୍ଥା ଉକ୍ତ ଛାତ୍ରୀମାନଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦେଇଛଇ । ଏହି ଉପଲକ୍ଷେ ତାଲିମପ୍ରାପ୍ତ ଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ନେଇ ଓରମାସ ଡ଼େପୁଟି ଡ଼ାଇରେକ୍ଟର ସତ୍ୟ ଶିବମ ସୁନ୍ଦରମ ପାଇଟାଳ , ଏକଜ୍ୟୁଟିଭ ଆଶିଷ୍ଟାଂଟ ପ୍ରଭାତ କୁମାର ଦାସ , ଉପାସନା ଟ୍ରଷ୍ଟ ପକ୍ଷରୁ ସୌମେନ୍ଦ୍ର କୁମାର ସେନାପତି, ମନୋଜ କୁମାର ମହାନ୍ତି, ମନୋଜ କୁମାର ରାଉତ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।  ଅଭିଭାବକମାନେ ସେମାନଙ୍କ ପିଲାର ରହିବା , ଖାଇବା ସମ୍ପର୍କରେ ଅଧିକାରୀମାନଙ୍କ ଠାରୁ ପଚାରି ବୁଝିଥିଲେ । ଅଧିକାରୀମାନେ ସେମାନଙ୍କ ସନେ୍ଦହକୁ ଦୂର କରି ଛାତ୍ରୀମାନେ ନିଜ ଗୋଡ଼ରେ ଠିଆହୋଇ ସ୍ୱାବଲମ୍ବି ହେବା ପାଇଁ ପରାମର୍ଶ ଦେଇଥିଲେ । ଛାତ୍ରୀମାନେ ମଧ୍ୟ ବିଭିନ୍ନ ପ୍ରଶ୍ନ ପଚାରି ଅଧିକାରୀ ମାନଙ୍କ ଠାରୁ ବୁଝିଥିଲେ । ଉପାସନା ପକ୍ଷରୁ ଶିବ ପ୍ରସାଦ ଶତପଥି ସଭାପତିତ୍ୱ କରିଥିବାବେଳେ କେନ୍ଦ୍ରର ମୁଖ୍ୟ ପରିଚାଳିକା ଅନିର୍ଭା ମହାନ୍ତି ଧନ୍ୟବାଦ ଦେଇଥିଲେ ।  ଟ୍ରେନର ଅନାଲିସା ନାୟକ,  ସୌଭାଗ୍ୟ ମଂଜରୀ ସାହୁ, ରଶ୍ମି ପରିଡ଼ା,  ରାଜକିଶୋର ସେଠୀ, ତବନ କୁମାର ନାୟକ ପ୍ରମୁଖ ପୂର୍ବରୁ ତାଲିମ ପାଇ ନିଯୁକ୍ତି ପାଇଥିବା ଛାତ୍ରୀଙ୍କ ଅନୁଭୂତି ସମ୍ପର୍କରେ ପ୍ରକାଶ କରିବା ସହ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କରୋନା କାହାଣୀ : ସ୍ୱାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ , ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର

ଗରଦପୁର,୨୦/୬/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତରେ ଗତ ଦୁଇ ଦିନ ମଧ୍ୟରେ ଦୁଇଟି କରୋନା ମୃତ୍ୟୁ ଘଟିଛି …

Leave a Reply

Your email address will not be published. Required fields are marked *