Sunday , June 20 2021
Home / ରାଜନୀତି / ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅବଧିଅଗଷ୍ଟ ୧୫ ପର୍ଯ୍ୟନ୍ତ ବଢେଇବାକୁ ଦାବି

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅବଧିଅଗଷ୍ଟ ୧୫ ପର୍ଯ୍ୟନ୍ତ ବଢେଇବାକୁ ଦାବି

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ସମାଜବାଦୀ ପାର୍ଟି
ଭୁବନେଶ୍ୱର,୦୩/୦୮/୨୦୧୯ (ଓଡ଼ିଶା ସମାଚାର)-ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେଶସ୍ୟବୀମା ଯୋଜନା ଅନ୍ତର୍ଭୁକ୍ତହେବାର ଅବଧି ଜୁଲାଇ ୩୧ତାରିଖରେ ଶେଷ ହୋଇଯାଇଛି ।ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ବୀମାକରିପାରିନାହାଁନ୍ତି । ସ୍ୱଳ୍ପ ବୃଷ୍ଟି ଏବଂବିଳମ୍ବିତ ମୌସୁମୀ ଯୋଗୁଁ ରାଜ୍ୟରେଚାଷ କାର୍ଯ୍ୟ ବହୁ ପଛେଇ ଯାଇଛି । ଅନେକ ଯାଗାରେ ତଳି ବୁଢା ହେବାକୁ ଲାଗିଲାଣି । ବର୍ଷାକୁ ଚାତକ ଭଳି ଚାହିଁରହି ଚାଷୀ ଦିନ ଗଣୁଛି । ମରୁଡ଼ିର ଭୟରେ ଚାଷୀମାନେ ବିଭିନ୍ନ ସମବାୟ ସମିତି ଆଗରେ ବୀମାଭୁକ୍ତ ହେବାପାଇଁ ଧାଡ଼ି ଲଗାଇଛନ୍ତି, କିନ୍ତୁ ସମୟ ସରିଯାଇଥିବା ଯୋଗୁଁ ହତାଶ ହୋଇ ସମବାୟ ସମିତିରୁ ତାଙ୍କୁ ଫେରିବାକୁପଡ଼ୁଛି । ଆଗାମୀ ଦିନରେ ଯଦି ମରୁଡ଼ି ହୁଏ, ଶସ୍ୟହାନୀ ଜନିତ ବୀମା ପାଇବାରୁ ଓଡ଼ିଶାର ଲକ୍ଷଲକ୍ଷ ଚାଷୀ ବଂଚିତ ହେବାର ଆଶଙ୍କା ପ୍ରକାଶ ପାଇଛି । ଏହାକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ଫସଲବୀମା ଅବଧିକୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧିକରିବାକୁ ସମାଜବାଦୀ ପାର୍ଟି ଦାବିକରିଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏ ସଂକ୍ରାନ୍ତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କୁ ଏକ ପତ୍ର ଲେଖି ତୁରନ୍ତ ବୀମା ଅବଧି ୨ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଓଙ୍ଗ଼ିଶାର ଚାଷୀ ମାନଙ୍କର ସ୍ୱାର୍ଥ ଦୃଷ୍ଟିରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ଦିଗରେ ସମ୍ବେଦନ ଶୀଳ ପଦକ୍ଷେପ ନେବେବୋଲି ସେ ଆଶା ପ୍ରକାଶ କରିଛନ୍ତି । ଏଠାରେ ଉଲ୍ଲେଖଥାଉକି, ଜୁଲାଇ ମାସ ଶେଷ ସୁଦ୍ଧା ରାଜ୍ୟରେ ୧୭%ରୁ ୫୯% ପ୍ରତିଶତ ପର୍ଯ୍ୟନ୍ତ ସ୍ୱଳ୍ପବୃଷ୍ଟିପାତ ଯୋଗୁଁ ବୁଣାବୁଣି ଓ ରୁଆବେଉଷଣ କାର୍ଯ୍ୟ ପଛେଇ ଯାଇଛି । ୪ ତାରିଖ ସୁଦ୍ଧା ଉତରବଙ୍ଗୋପସାଗରରେ ଏକ ଲଘୁଚାପସୃଷ୍ଟି ହେବା ଫଳରେ ଅଧିକାଂଶସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଯଦି ତାହା ହୁଏ, ତାହେଲେ ରାଜ୍ୟରେ ଚାଷ କାର୍ଯ୍ୟ ତ୍ୱରାନ୍ୱିତ ହେବବୋଲି ଆଶା କରାଯାଉଛି । ତେଣୁ ରାଜ୍ୟର ଚାଷୀ ମାନଙ୍କର ସ୍ୱାର୍ଥକୁ ଆଖିଆଗରେ ରଖି ଅନ୍ତତଃପକ୍ଷେ ଅଗଷ୍ଟ ୧୫ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଫସଲବୀମା ଅବଧି ବଢାଇବା ପାଇଁ ସମାଜବାଦୀ ପାର୍ଟିରାଜ୍ୟ କମିଟି ଦାବି କରିଛି । ଓଡ଼ିଶା ସମାଚାର

About admin

Check Also

ନୟାଗଡ଼ରେ ଲୋମହର୍ଷଣକାରୀ ପରୀ ଘଟଣାର ପୁନରାବୃତି

ଶିଶୁ ଅଧିକାର କମିଶନ ଘଟଣାସ୍ଥଳକୁ ତଦନ୍ତ ପାଇଁ ଯିବାକୁ ସମାଜବାଦୀ ପାର୍ଟିର ଦାବି ଭୁବନେଶ୍ୱର,୧୭/୦୬/୨୦୨୧(ଓଡ଼ିଶା ସମାଚାର)- ନୟାଗଡ଼ ଜିଲ୍ଲାରେ ପରୀ …

Leave a Reply

Your email address will not be published. Required fields are marked *