Tuesday , June 15 2021
Breaking News
Home / ତାଜା ଖବର / ହୋଟେଲ ଉପରେ ବୋମା ମାଡ , ଭଙ୍ଗାରୁଜା

ହୋଟେଲ ଉପରେ ବୋମା ମାଡ , ଭଙ୍ଗାରୁଜା

ନୟାଗଡ଼, ୧୫/୦୬/୨୦୧୯ (ଓଡ଼ିଶା ସମାଚାର)- ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ ଗୋବିନ୍ଦପଡା ସ୍ଥିତ ମା ଦକ୍ଷିଣକାଳୀ ହୋଟେଲ ଉପରେ ଗତକାଲି ବିଳମ୍ବିତ ରାତିରେ ବୋମା ମାଡ ହୋଇଛି । ଏଥିରେ ହୋଟେଲ ମାଲିକଙ୍କ ଗୋଟିଏ ବାଇକ୍ ଓ କାର୍ ନଷ୍ଟ ହୋଇଯାଇଛି । ଦୁର୍ବୃତ ମାନଙ୍କ ଭଙ୍ଗାରୁଜାରେ ହେଟେଲର କେତେକ ଆସବାବପତ୍ର ମଧ୍ୟ ନଷ୍ଟ ହୋଇଛି । ବିଳମ୍ବିତ ରାତିରେ ୭ରୁ ୮ ଜଣ ଦୁର୍ବୃତ ଏକ ବୋଲେରୋରେ ହୋଟେଲକୁ ଆସି ଖାଇବାକୁ ମାଗିଥିଲେ ।ହେଲେ ଏତେ ରାତିରେ ଖାଦ୍ୟ ମିଳିବ ନାହିଁ ବୋଲି ଉପସ୍ଥିତ ଜଣେ ହୋଟେଲ କର୍ମଚାରୀ କହିବାରୁ ଏଥିରେ ଉତକ୍ଷିପ୍ତ ହୋଇ ଦୁର୍ବୃତ ମାନେ ଲୁହା ରଡ଼ରେ ସମ୍ପୃୃକ୍ତ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ସେ ଜୀବନ ବିକଳରେ ସେଠାରୁ ପଳାଇ ଯାଇଥିଲେ । ଏହାପରେ ଦୁର୍ବୃତ ମାନେ ହୋଟେଲର ଗେଟ୍ ଭାଙ୍ଗିବା ସହ କ୍ୟାସ୍ ବକ୍ସରୁ ପ୍ରାୟ ୮ ହଜାର ଟଙ୍କା ଲୁଟି ନେଇଥିଲେ । ଏଥିସହ ହୋଟେଲର କେତେକ ଆସବାବପତ୍ର ଭଙ୍ଗାରୁଜା କରିଥିଲେ । ପରେ ପରେ ଘଟଣାସ୍ଥଳରେ ଦୁଇଟି ବୋମା ଫିଙ୍ଗି ସେଠାରୁ ସେମାନେ ଚମ୍ପଟ୍ ମାରିଥିଲେ । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି । ଓଡ଼ିଶା ସମାଚାର

About admin

Check Also

ପିକଅପ ଭ୍ୟାନ ଧକ୍କା ରେ ଯୁବକ ଗୁରୁତର

ସାଲେପୁର,୧୧/୦୬/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )- ଆଜି ସନ୍ଧ୍ୟା ସମୟରେ ସାଲେପୁର ର ରୋଧପୁର ନିକଟରେ ଏକ ମାଲବାହୀ  ପିକପ …

Leave a Reply

Your email address will not be published. Required fields are marked *