Sunday , June 13 2021
Breaking News
Home / ବିଶେଷ / ହୋଟେଲରେ କାମ କରୁଥିବା ୨ନାବାଳକ ଉଦ୍ଧାର

ହୋଟେଲରେ କାମ କରୁଥିବା ୨ନାବାଳକ ଉଦ୍ଧାର

ସାଲେପୁର,୦୮/୦୮/୨୦୧୯(ଓଡ଼ିଶା ସମାଚାର / ଅଭୟ ଜେନା)-  ପରି-୩ କାର୍ଯ୍ୟକ୍ରମରେ ଆଜି ସାଲେପୁର ପୋଲିସ ସାଲେପୁରରେ ଥିବା ବିଭିନ୍ନ ହୋଟେଲମାନଙ୍କରେ ଚଢ଼ଉ କରି ୨ଜଣ ନାବାଳକକୁ ଉଦ୍ଧାର କରିବା ସହ ଶିଶୁସୁରକ୍ଷା ସମିତି, କଟକ ପଠାଇଥିବା ସାଲେପୁର ଆଇ.ଆଇ.ସି. ଦେବେନ୍ଦ୍ର କୁମାର ମଲ୍ଲିକ ପ୍ରକାଶ କରିଛନ୍ତି । ପ୍ରକାଶ ଯେ ଏବେ ସମଗ୍ର ରାଜ୍ୟରେ ପରୀ-୩ କାର୍ଯ୍ୟକ୍ରମ ଚାଲିଥିବାବେଳେ ସାଲେପୁର ପୋଲିସ ଏହି କାର୍ଯ୍ୟକ୍ରମରେ ସାଲେପୁରରେ ଥିବା କୈବଲ୍ୟ ହୋଟେଲ ଓ ମାରିୟନ୍ ହୋଟେଲ ଉପରେ ଚଢ଼ଉ କରି ସେଠାରୁ କନ୍ଧମାଳ ଜିଲ୍ଲାର ୨ଜଣ  ନାବାଳକ କାମ କରୁଥିବାର ଜାଣିବାକୁ ପାଇଥିଲେ । ଏହି ନାବାଳକ ଦ୍ୱୟଙ୍କୁ ଉଦ୍ଧାର କରି କଟକ ଶିଶୁସୁରକ୍ଷା ସମିତିକୁ ହସ୍ତାନ୍ତର କରି ଥିବା ଜଣାଯାଇଛି । ଆଗାମୀ ଦିନରେ ଏହିଭଳି ଭାବେ ଚଢ଼ଉ ଚାଲିବ ବୋଲି ଆଇ.ଆଇ.ସି. ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *