Thursday , June 17 2021
Breaking News
Home / ବିଶେଷ / ହୋଟେଲରୁ ୧୩ ଶିଶୁ ଶ୍ରମିକ ଉଦ୍ଧାର

ହୋଟେଲରୁ ୧୩ ଶିଶୁ ଶ୍ରମିକ ଉଦ୍ଧାର

କଟକ,୨୭/୦୬/୨୦୧୯(ଓଡ଼ିଶା ସମାଚାର)-ସହରରେ ବିଭିନ୍ନ ହୋଟେଲରେ କାର୍ଯ୍ୟକରୁଥିବା ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଶ୍ରମ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଚାଇଲ୍ଡ ଲାଇନ, ଶିଶୁ ମଙ୍ଗଳ ସମିତି ସଦସ୍ୟମାନଙ୍କର ମିଳିତ ଉଦ୍ୟମରେ ସହରରେ ଥିବା ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା । ଚଢ଼ଉ ସମୟରେ ୧୩ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ଉଦ୍ଧାର ଶିଶୁ ଶ୍ରମିକଙ୍କୁ ଚାଇଲ୍ଡ ସୁରକ୍ଷା ସେଲରେ ରଖାଯାଇଛି । ଆସନ୍ତାକାଲି ସେମାନଙ୍କୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ । ଏହି ମିଳିତ ଚଢ଼ଉ ସମୟରେ ନୂଆପଡା ଠାରେ ଥିବା ଏକ ଜଳଖିଆ ଦୋକାନରୁ ୨ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଦୋଳମୁଣ୍ଡାଇରୁ ଜଣେ, ବଜ୍ରକବାଟୀ ରୋଡରେ ଥିବା ଦୋକାନରୁ ୪ଜଣ, ବାଦାମବାଡିରେ ଥିବା କେତେକ ହୋଟେଲରୁ ୬ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ଶିଶୁ ଶ୍ରମିକମାନେ କଳାହାଣ୍ଡି, ମୟୂରଭଞ୍ଜ ଓ ଦାରିଙ୍ଗବାଡି ଅଂଚଳର ବୋଲି ଜଣାପଡିଛି । ଶିଶୁମାନଙ୍କୁ ନିୟୋଜିତ କରିଥିବା ଦୋକାନ ମାଲିକଙ୍କୁ ନୋଟିସ କରାଯାଇ ସେମାନଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ୟ୍ୟ ରୋକିବାକୁ ନେଇ ଆଲୋଚନା ଚକ୍ର

ବାଲିଗୁଡ଼ା, ୧୭/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) -ସମଗ୍ର ଦେଶ କରୋନା ମହାମାରୀ ଦେଇ ଗତି କରୁଥିବା ସମୟରେ ଆମ …

Leave a Reply

Your email address will not be published. Required fields are marked *