Monday , June 14 2021
Breaking News
Home / ବିଶେଷ / ହେରାପଂଚମୀ : ରଥକାଠ ଭାଙ୍ଗି ଶ୍ରୀ ମନ୍ଦିରକୁ ପ୍ରତ୍ୟାବର୍ତନ କଲେ  ମହାଲକ୍ଷ୍ମୀ

ହେରାପଂଚମୀ : ରଥକାଠ ଭାଙ୍ଗି ଶ୍ରୀ ମନ୍ଦିରକୁ ପ୍ରତ୍ୟାବର୍ତନ କଲେ  ମହାଲକ୍ଷ୍ମୀ

ପୁରୀ, ୦୯/୦୭/୨୦୧୯ (ଓଡ଼ିଶା ସମାଚାର)- ସୋମବାର ଥିଲା  ହେରାପଂଚମୀ । ଶ୍ରୀଜଗନ୍ନାଥଙ୍କୁ ପାଖରେ ନପାଇ   ଗୁଣ୍ଡିଚା ଯାତ୍ରାର ପଂଚମ ଦିନରେ ମଧ୍ୟାହ୍ନ ଧୂପ ସମାପନପରେ ମହାଲକ୍ଷ୍ମୀ ନାନା ଅଳଙ୍କାରରେ ବେଶଭୂଷା ହୋଇ ପାଲିଙ୍କି ଚଢ଼ି ଗୁଣ୍ଡିଚା ମନ୍ଦିର ଅଭିମୁଖେ ମହାପ୍ରଭୁଙ୍କ ଦର୍ଶନରେ ବାହାରିଥିଲେ । ଗୁଣ୍ଡିଚା ମନ୍ଦିରକୁ ଯିବା ବାଟରେ ମହାଲକ୍ଷ୍ମୀକୁ ବିଭିନ୍ନ ସ୍ଥାନରେ ପଙ୍କ୍ତି ଭୋଗ ଲାଗି କରାଯାଇଥିଲା । ସଂଧ୍ୟା ଧୂପ ପରେ ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରି ମହାପ୍ରଭୁଙ୍କ ସମ୍ମୁଖରେ ଶ୍ରୀଅଙ୍ଗଲାଗି ମାଲ୍ୟ ଓ ପ୍ରସାଦ ଅର୍ପଣ କରିଥିଲେ । କ୍ରୋଧରେ ଜର୍କ୍ସରିତା ମହାଲକ୍ଷ୍ମୀ ଅପମାନଭରା ମନରେ ଶେଷରେ ନନ୍ଦିଘୋଷର କେତେକ କାଠକୁ ଭାଙ୍ଗି ହେରାଗୋହିରି ସାହି ଦେଇ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରେ ଜଣେ ଗିରଫ

  କନ୍ଧମାଳ, ୧୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ …

Leave a Reply

Your email address will not be published. Required fields are marked *