Tuesday , June 15 2021
Breaking News
Home / ରାଜନୀତି / ହେମନ୍ତ ରଥ କଳିଙ୍ଗ ସେନା ସୁପ୍ରିମୋ ନିର୍ବାଚିତ

ହେମନ୍ତ ରଥ କଳିଙ୍ଗ ସେନା ସୁପ୍ରିମୋ ନିର୍ବାଚିତ

ଭୁବନେଶ୍ୱର, ୦୧/୦୭/୨୦୧୯ (ଓଡ଼ିଶା ସମାଚାର)-  ଓଡ଼ିଶାର ଆଂଚଳିକ ଦଳ କଳିଙ୍ଗ ସେନାର ସାଂଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି  ସାଂଗଠନିକ ନିର୍ବାଚନରେ ପୁଣି ଥରେ ସୁପ୍ରିମୋ ଭାବେ ହେମନ୍ତ ରଥ ନିର୍ବାଚିତ ହୋଇଛନ୍ତି । ଶ୍ରୀ ରଥ କହିଛନ୍ତି ଯେ ୨୦୨୪ ନିର୍ବାଚନ ବେଳକୁ ରାଜ୍ୟସ୍ତରରେ କଳିଙ୍ଗ ସେନା ହିଁ ଏକମାତ୍ର ବିକଳ୍ପ ଭାବେ ଉଭା ହେବ । ଜାତୀୟ ଦଳକୁ ସାମ୍ନା କରିବା ପାଇଁ ଓଡ଼ିଶାରେ କୌଣସି ଆଂଚଳିକ ଦଳ ନଥିବେ । ସେଥିପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବା ଲାଗି ଦଳର କର୍ମକର୍ତାଙ୍କୁ ସେ ଆହ୍ୱାନ କରିଛନ୍ତି । ଏହି ସାଂଗଠନିକ ନିର୍ବାଚନରେ କଳିଙ୍ଗ ସେନାର ଉପସଭାପତି ଭାବେ ସବ୍ୟସାଚୀ ମହାପାତ୍ର, ଗୌରାଙ୍ଗ ପ୍ରଧାନ, ଯଦୁମଣି ମହାନ୍ତ, ନରେନ୍ଦ୍ର ପଣ୍ଡା, ଡା. ନଗେନ୍ଦ୍ର ନାଥ ମିଶ୍ର, ବିଷ୍ଣୁଚରଣ ଦାସ, ସାଧାରଣ ସମ୍ପାଦକ ଭାବେ ଜଗବନ୍ଧୁ ମହାନ୍ତ, ବିଜୟ ରାଜ, ଇଂ ସ୍ୱାତୀଶ ରଞ୍ଜନ ସାହୁ, ଲିପକ ଚୌଧୁରୀ, ମନୋଜ ନାୟକ ଏବଂ ସଂଗଠନ ସମ୍ପାଦକ ଭାବେ ଭକ୍ତ ଶେଖର ରାୟ ନିର୍ବାଚିତ ହୋଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ 

ତାରପୁର, ୧୧/୦୬/୨୦୨୧(ଓଡ଼ିଶା ସମାଚାର)- କରୋନା ମହାମାରୀ ଲୋକମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେଇଥିବା ବେଳେ ସରକାର ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ ପ୍ରତିଦିନ …

Leave a Reply

Your email address will not be published. Required fields are marked *