Tuesday , June 15 2021
Breaking News
Home / ବିଶେଷ / ହୀରାକୁଦ ଜଳଭଣ୍ଡାରର ୬ ଟି ଗେଟ୍ ଖୋଲା

ହୀରାକୁଦ ଜଳଭଣ୍ଡାରର ୬ ଟି ଗେଟ୍ ଖୋଲା

ସମ୍ବଲପୁର,୨୭/୦୮/୨୦୧୯(ଓଡ଼ିଶା ସମାଚାର)- ହୀରାକୁଦ ଜଳଭଣ୍ଡାରର ୬ ଟି ଗେଟ୍ ଖୋଲା । ହୀରାକୁଦ ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ବର୍ତମାନ ଜଳଭଣ୍ଡାରର ଜଳସ୍ତର ୬୨୩.୬୫ ଫୁଟ ରେ ପହଂଚିଛି । ପ୍ରତି ସେକେଣ୍ଡରେ ଜଳ ଭଣ୍ଡାର ମଧ୍ୟକୁ ୧ ଲକ୍ଷ ୮୮ ହଜାର ୬୭୨ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୬ ଟି ଗେଟ ଦେଇ ୧ ଲକ୍ଷ ୧୬ ହଜାର ୮୭୧ କ୍ୟୁସେକ ଜଳ ନିସ୍କାସିତ ହେଉଛି । ଜଳଭଣ୍ଡାର ମଧ୍ୟକୁ ଅଧିକ ଅଧିକ ଜଳ ପ୍ରବେଶ କରୁଥିବାରୁ ପର୍ଯ୍ୟାୟ କ୍ରମେ ଅଧିକ ଅଧିକ ଗେଟ୍ ଖୋଲାଯାଉଛି । ଜଳଭଣ୍ଡାରର ସମସ୍ତ ଗେଟ୍ ବନ୍ଦ କରିଦିଆଯାଇଥିଲା । ଗତକାଲି ପ୍ରଥମେ ୩ ଟି ଗେଟ୍ ଖୋଲାଯାଇଥିଲା ଓ ସନ୍ଧ୍ୟାରେ ଆଉ ୨ ଟି ଖୋଲାଯାଇ ମୋଟ୍ ୫ ଟି ଗେଟ୍ ଦେଇ ଜଳ ନିସ୍କାସନ କରାଯାଉଥିଲା । ଗତକାଲି ପ୍ରତି ସେକେଣ୍ଡ ରେ ୧ ଲକ୍ଷ ୬୦ ହଜାର ୩୨୨ କ୍ୟୁସେକ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଥିବାବେଳେ ବର୍ତମାନ ତାହା ବୃଦ୍ଧି ପାଉଥିବାରୁ ଆଉ ଗୋଟିଏ ଗେଟ୍ ଖୋଲାଯାଇଛି । ଆବଶ୍ୟକ ପଡ଼ିଲେ ଆଉ ଗେଟ୍ ଖୋଲାଯିବ କିମ୍ବା ବନ୍ଦ କରାଯିବ । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ – ୪୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୫/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)-  ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *