Thursday , June 17 2021
Breaking News
Home / ବିଶେଷ / ହିମାଚଳ ପ୍ରଦେଶ ବିଧାନସଭାରେ ପହଂଚିଲେ ଓଡ଼ିଶା ବିଧାନସଭାର ଗୃହ କମିଟି

ହିମାଚଳ ପ୍ରଦେଶ ବିଧାନସଭାରେ ପହଂଚିଲେ ଓଡ଼ିଶା ବିଧାନସଭାର ଗୃହ କମିଟି

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ବିଧାନସଭା ବାଚସ୍ପତି
ସିମଲା, ୨୩/୦୮/୨୦୧୯(ଓଡ଼ିଶା ସମାଚାର)- ଓଡ଼ିଶା ବିଧାନସଭାର ଗୃହ କମିଟି ହିମାଚଳ ପ୍ରଦେଶ ବିଧାନସଭା ସଚିବାଳୟ ଠାରେ ପହଂଚି ଥିଲେ । ସେଠାରେ ହିମାଚଳ ପ୍ରଦେଶ ବିଧାନସଭାର ବାଚସ୍ପତି ଡା.ରାଜୀବ ବିନ୍ଦଲ ଏହି କମିଟିକୁ ସ୍ୱାଗତ ଜଣାଇଥିଲେ । ଏହି ଗୃହ କମିଟି ସହିତ ଓଡ଼ିଶା ବିଧାନସଭାର ରାଜ୍ୟ ପ୍ରକଳ୍ପ ପ୍ରବନ୍ଧନ କମିଟି ମଧ୍ୟ ସାମିଲ ଥିଲେ ।ଏହି ଗୃହ କମିଟିରେ ବାଚସ୍ପତିଙ୍କ ସମେତ ବିରୋଧି ଦଳ ନେତା ପ୍ରଦୀପ କୁମାର ନାୟକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ,ସୂଚନା ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ସୁଭାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଡା. ରାଜୀବ ବିନ୍ଦଲ ଓଡ଼ିଶା ବିଧାନସଭା ବାଚସ୍ପତି ତଥା ଅନ୍ୟ ଅଧିକାରୀମାନଙ୍କୁ ହିମାଚଳ ଟୋପି ଏବଂ ମଫଲର ପିନ୍ଧାଇ ସମ୍ମାନୀତ କରିଥିଲେ । ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ମଧ୍ୟ ଏକ ସ୍ମୃତି ଚିହ୍ନ ଉପହାର ଦେଇଥିଲେ । ଏହି ଅବସରରେ ଡା. ବିନ୍ଦଲ ସମସ୍ତଙ୍କୁ ହିମାଚଳ ପ୍ରଦେଶ ବିଧାନସଭାର କାର୍ଯ୍ୟପ୍ରଣାଳୀ ଏବଂ ବିଧାନସଭାରେ ସ୍ଥାପିତ ଦେଶର ସର୍ବପ୍ରଥମ ଇ-ବିଧାନ ପ୍ରଣାଳୀ ବିଷୟରେ ସୂଚନା ଦେଇଥିଲେ । ଏହି ଅବସରରେ ଡା.ବିନ୍ଦଲ ଜଣାଇଥିଲେ ଯେ ହିମାଚଳ ପ୍ରଦେଶ ବିଧାନସଭା ଦେଶର ସର୍ବପ୍ରଥମ ଉଚ୍ଚ ଟେକ୍ନୋଲୋଜି ସମ୍ପନ୍ନ କାଗଜ ବିହୀନ ବିଧାନସଭା । ଏହି କାର୍ଯ୍ୟପ୍ରଣାଳୀ ଲାଗୁ ହେବାଦ୍ୱାରା ଯେଉଁଠାରେ କାର୍ଯ୍ୟରେ ଦକ୍ଷତା ଆସିଛି ସେଠାରେ ପାରଦର୍ଶିତା ମଧ୍ୟ ବଢ଼ିଛି ।ଏହାବ୍ୟତୀତ ଡା. ବିନ୍ଦଲ ସେମାନଙ୍କୁଇ-କମିଟି, ଇ-ନିର୍ବାଚନ ଏବଂ ମୋବାଇଲ୍ ଆପ ର ମଧ୍ୟ ସୂଚନାଦେଇଥିଲେ ।ଏହି ଅବସରରେ ଓଡ଼ିଶା ବିଧାନସଭା ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି ଯେ,ହିମାଚଳ ପ୍ରଦେଶ ବିଧାନସଭାରେ କାଗଜ ବିହୀନ କାମ ହେଉଛି । ଏହାକୁ ଗୃହ କମିଟି ଦେଖିଲା । ଆଗାମୀ ଦିନରେ ଓଡ଼ିଶାରେ କିପରି ଏହା କରାଯାଇ ପାରିବ ସେ ନେଇ ପଦକ୍ଷେପ ନିଆଯିବ । ଏହି ବୈଠକପରେ ଗୃହ କମିଟି ମୁଖ୍ୟମନ୍ତ୍ରୀ ଶ୍ରୀଜୟରାମ ଠାକୁରଙ୍କୁ ତାଙ୍କ କକ୍ଷରେ ଭେଟିଥିଲେ । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ୟ୍ୟ ରୋକିବାକୁ ନେଇ ଆଲୋଚନା ଚକ୍ର

ବାଲିଗୁଡ଼ା, ୧୭/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) -ସମଗ୍ର ଦେଶ କରୋନା ମହାମାରୀ ଦେଇ ଗତି କରୁଥିବା ସମୟରେ ଆମ …

Leave a Reply

Your email address will not be published. Required fields are marked *