Wednesday , June 23 2021
Breaking News
Home / ତାଜା ଖବର / ହାତୀ ଆକ୍ରମଣରେ ବୃଦ୍ଧ ଆହତ

ହାତୀ ଆକ୍ରମଣରେ ବୃଦ୍ଧ ଆହତ

ନିରାକାରପୁର,୨୬/୦୨/୨୦୨୧ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଂଚଳ ଉଗ୍ରତାରା ରାସ୍ତାରେ ଆଜି ସନ୍ଧ୍ୟା ସମୟରେ ଜଣେ ସାଇକେଲ ଆରୋହୀ ବୃଦ୍ଧକୁ ହାତୀ ଆକ୍ରମଣ କରିବାରୁ ସେ ଆହତ ହୋଇ ଟାଙ୍ଗୀ ହସପିଟାଲରେ ଚିକିତ୍ସା ହେଉଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ କଣାସ ବ୍ଲକ ଦେଇପୁରରୁ  ରାମଚନ୍ଦ୍ର ଛୁଆଳସିଂହ (୬୫) ଝିଅ ଘର କମାଗୁରୁ ପଂଚାୟତ ଅରିସଲ ଗ୍ରାମକୁ ଯାଇ ଫେରୁଥିବାବେଳେ  ଭୁଷଣ୍ଡପୁର ଉଗ୍ରତାରା ରାସ୍ତାରେ ଏକ ହାତୀ ଆକ୍ରମଣ କରିଥିଲା । ସେ ଆହତ ହୋଇ ପଡ଼ିଥିବାବେଳେ ବନ ବିଭାଗ କର୍ମଚାରୀ ପାଟ୍ରୋଲିଂ କରିବା ସମୟରେ ତାଙ୍କୁ ଉଦ୍ଧାର କରି ଟାଙ୍ଗୀ ଚିକିତ୍ସା ପାଇଁ ପଠାଇଥିଲେ ।  ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୫୭୭ ଜଣ କରୋନା ସଂକ୍ରମିତ ଚିହ୍ନଟ – ୪୦ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୨୦/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୫୭୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *