Friday , June 18 2021
Breaking News
Home / ତାଜା ଖବର / ହାଇୱା ଧକାରେ  ଯୁବକଙ୍କ ମୃତ୍ୟୁ – କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ 

ହାଇୱା ଧକାରେ  ଯୁବକଙ୍କ ମୃତ୍ୟୁ – କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ 

ଗରଦପୁର,୦୧/୦୪/୨୦୨୧(ଓଡ଼ିଶା ସମାଚାର)-ଚିତ୍ରୋପôଳା ନଦୀରୁ ବାଲି ଉଠାଇବା ପାଇଁ ଯାଉଥିବା ଏକ ହାଇୱା ଧକାରେ ଜଣେ ଯୁବକର ମୃତ୍ୟୁ ଘଟିଛି । ଏହାକୁ କେନ୍ଦ୍ର କରି ସ୍ଥାନୀୟ ଅଂଚଳର ଲୋକମାନେ ୫ ଘଂଟା ଧରି ରାସ୍ତା ଅବରୋଧ କରି ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ଦାବିକରି ଶବ ଅଟକ ରଖିଥିଲେ ।  ପ୍ରଶାସନର ପ୍ରତିଶୃତି ପରେ ଅପରାହ୍ନ ସାଢ଼େ ୪ ଟାରେ ରାସ୍ତା ଅବରୋଧ ହଟିବା ପରେ ଶବ ବ୍ୟବଛେଦ ପାଇଁ କେନ୍ଦ୍ରାପଡ଼ା ପଠାଯାଇଛି ।

ପୋଲିସ ସୂତ୍ରରୁ  ପ୍ରକାଶ ଯେ ଆଜି ପୂର୍ବାହ୍ନ ୧୦ ଟା ସମୟରେ ପାଟକୁରା ଥାନା ଅନ୍ତର୍ଗତ ଚିତ୍ରୋପôଳା ନଦୀର ବିଚଣା ବାଲି ଘାଟରୁ ଓଆର ୨୯-୬୮୩୨ ନମ୍ବର ଥିବା ଏକ   ହାଇୱା ଗାଡ଼ି ବାଲି ଉଠାଇବା ପାଇଁ ଯାଉଥିବାବେଳେ ନଦୀ ରୁ ଗାଧେଇ ଫେରୁଥିବା ବିଚଣା ଗ୍ରାମର ସନାତନ ପଟ୍ଟନାୟକ(୨୪) ଙ୍କର ଉକ୍ତ ହାଇୱା ଧକାରେ ମୃତ୍ୟୁ ହୋଇଥିଲା ।  ଖବର ପାଇ ସ୍ଥାନୀୟ ବିଚଣା, ହରିଦାସପୁର,ନୂଆପଡ଼ା, ଭୋଇସାହି ଆଦି ଗ୍ରାମର ଶତାଧିକ ଲୋକମାନେ ପାଟକୁରା – ହଳଦିଆ ନଦୀବନ୍ଧ ରାସ୍ତା ର ବିଚଣା ବାଲିଘାଟ ଗଡ଼ା ଠାରେ ରାସ୍ତାରେ ଟାୟାର ଜାଳି ବାଉଁଶ ବାନ୍ଧି ରାସ୍ତା ଅବରୋଧ କରିଥିଲେ । ଦୀର୍ଘ ୫ ଘଂଟା ଧରି ରାସ୍ତା ଅବରୋଧ ହେବା ପରେ  ଅପରାହ୍ନ ୩ ଟା ରେ କେନ୍ଦ୍ରାପଡ଼ା ଉପଜିଲାପାଳ ନୀରଂଜନ ବେହେରା, ଏସଡ଼ିପିଓ ରାଜୀବ ଲୋଚନ ପଣ୍ଡା, ଗରଦପୁର ତହସିଲଦାର ଧରଣୀଧର ବେହେରା, ମାର୍ଶାଘାଇ ଥାନା ଅଧିକାରୀ କାଳନ୍ଦି ଚରଣ ବେହେରା , ପାଟକୁରା ଥାନା ଅଧିକାରୀ ସୁଜିତ କୁମାର ପ୍ରଧାନ ଓ ପୁଲିସ ସବ ଇନିସପେକ୍ଟର ଜ୍ୟୋତି ରଂଜନ ମହାନ୍ତି ରାସ୍ତା ଅବରୋଧ ସ୍ଥଳରେ ପହଂଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଥିଲେ । ସ୍ଥାନୀୟ ଅଂଚଳର ମଧୁସ୍ମିତା ଲେଙ୍କା, ଲିସା ରାଉତ, ଲକ୍ଷ୍ମିପ୍ରିୟା ଭୋଇ, ସଂଘମିତ୍ରା ଦାସ,  ମମତା ବାରିକ, ଭାରତି କାଣ୍ଡି, ଅସ୍ମିତା ମହାନ୍ତି ପ୍ରମୁଖ ଶତାଧିକ ମହିଳା ପ୍ରଶାସନ ସହିତ ଆଲୋଚନା କରିଥିଲେ । ବିଚଣା ବାଲିଘାଟକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବା ଓ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି ଉପଜିଲାପାଳଙ୍କୁ ସେମାନେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଆଜିଠାରୁ ସାମୟିକଭାବେ ଏହି ବାଲିଘାଟକୁ ବନ୍ଦ ରଖିବା , ବାଲିଘାଟ ବନ୍ଦ କରାଯିବା ସମ୍ପର୍କରେ ଉଚ ପଦାଧିକାରୀଙ୍କ ସହିତ ଆଲୋଚନା କରି ନିଷ୍ପତି ନେବା , ମୃତକଙ୍କ ଶବ ସତକାର ପାଇଁ ରେଡ଼କ୍ରସ ପାଂଠିରୁ ୨୦ ହଜାର ଟଙ୍କା ଏବଂ ବାଲିଘାଟ ଠିକାଦାରଙ୍କ ଠାରୁ ୨୦ ହଜାର ଟଙ୍କା ଦିଆଯିବା ପାଇଁ ଉପଜିଲାପାଳ ପ୍ରତିଶୃତି ଦେବା ପରେ   ଉତ୍ୟକ୍ତ ଲୋକଙ୍କ କ୍ରୋଧ ପ୍ରଶମିତ ହୋଇଥିଲା । ଅପରାହ୍ନ ସାଢ଼ ୪ ଟା ସମୟରେ ରାସ୍ତା ଅବରୋଧ ହଟିବା ପରେ  ଶବ ବ୍ୟବଛେଦ ପାଇଁ କେନ୍ଦ୍ରାପଡ଼ାକୁ ପଠାଯାଇଥିଲା । ଏ ସମ୍ପର୍କରେ ମୃତକଙ୍କ ଦାଦା ଭଜହରି ନାୟକ ପାଟକୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଗରଦପୁର ତହସିଲଦାର ଧରଣୀଧର ବେହେରା ପ୍ରକାଶ କରିଛନ୍ତି ଯେ ବିଚଣା ବାଲିଘାଟକୁ ବାର୍ଷିକ ୪.୭୫ ଲକ୍ଷ ଟଙ୍କା ରେ ୫ ବର୍ଷ ପାଇଁ ରାକେଶ କୁମାର ସାହୁ ନିଲାମ ନେଇଛନ୍ତି । ଏହାର ଅବଧି ମାର୍ଚ୍ଚ ୩୧ , ୨୦୨୨ ପର୍ଯ୍ୟନ୍ତ ରହିଛି ।  ଓଡ଼ିଶା ସମାଚାର

About admin

Check Also

୩୫୩୫ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୪୪ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୬/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୩୫୩୫ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *