Wednesday , June 23 2021
Breaking News
Home / ବିଶେଷ / ହାଇୱା ଧକାରେ ମୃତ ଯୁବକଙ୍କ ଶବ ସତ୍କାର ହେଲା

ହାଇୱା ଧକାରେ ମୃତ ଯୁବକଙ୍କ ଶବ ସତ୍କାର ହେଲା

ଗରଦପୁର, ୦୨/୦୪/୨୦୨୧(ଓଡ଼ିଶା ସମାଚାର)- ଗତକାଲି ଚିତ୍ରୋପôଳା ନଦୀରୁ ବାଲି ଉଠାଇବା ପାଇଁ ଯାଉଥିବା ଏକ ହାଇୱା ଧକାରେ ଜଣେ ଯୁବକର ମୃତ୍ୟୁ ଘଟିଥିଲା । ମୃତକ ହେଉଛନ୍ତି ବିଚଣା ଗ୍ରାମର ସନାତନ ପଟ୍ଟନାୟକ(୨୪) । ସେ ନଦୀ ରୁ ଗାଧେଇ ଫେରୁଥିବାବେଳେ ବାଲି ଉଠାଇବା ପାଇଁ ଯାଉଥିବା ଏକ ହାଇୱା ଧକାରେ ପ୍ରଣ ହରାଇଥିଲେ । ସ୍ଥାନୀୟ ଲୋକମାନେ କ୍ଷତିପୂରଣ ଦାବି କରି ୫ ଘଂଟାଧରି ରାସ୍ତା ଅବରୋଧ କରିଥିଲେ । କେନ୍ଦ୍ରାପଡ଼ା ଉପଜିଲାପାଳ ନୀରଂଜନ ବେହେରା, ଏସଡ଼ିପିଓ ରାଜୀବ ଲୋଚନ ପଣ୍ଡା, ଗରଦପୁର ତହସିଲଦାର ଧରଣୀଧର ବେହେରା, ମାର୍ଶାଘାଇ ଥାନା ଅଧିକାରୀ କାଳନ୍ଦି ଚରଣ ବେହେରା , ପାଟକୁରା ଥାନା ଅଧିକାରୀ ସୁଜିତ କୁମାର ପ୍ରଧାନ ଓ ସବ ଇନିସପେକ୍ଟର ଜ୍ୟୋତି ରଂଜନ ମହାନ୍ତି ରାସ୍ତା ଅବରୋଧ ସ୍ଥଳରେ ପହଂଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଥିଲେ । ସ୍ଥାନୀୟ ଅଂଚଳର ମଧୁସ୍ମିତା ଲେଙ୍କା, ଲିସା ରାଉତ, ଲକ୍ଷ୍ମିପ୍ରିୟା ଭୋଇ, ସଂଘମିତ୍ରା ଦାସ, ମମତା ବାରିକ, ଭାରତି କାଣ୍ଡି, ଅସ୍ମିତା ମହାନ୍ତି ପ୍ରମୁଖ ଶତାଧିକ ମହିଳା ପ୍ରଶାସନ ସହିତ ଆଲୋଚନା କରିଥିଲେ । ବିଚଣା ବାଲିଘାଟକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବା ଓ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି ଉପଜିଲାପାଳଙ୍କୁ ସେମାନେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସାମୟିକଭାବେ ଏହି ବାଲିଘାଟକୁ ବନ୍ଦ ରଖିବା , ବାଲିଘାଟ ବନ୍ଦ କରାଯିବା ସମ୍ପର୍କରେ ଉଚ ପଦାଧିକାରୀଙ୍କ ସହିତ ଆଲୋଚନା କରି ନିଷ୍ପତି ନେବା , ମୃତକଙ୍କ ଶବ ସତକାର ପାଇଁ ରେଡ଼କ୍ରସ ପାଂଠିରୁ ୨୦ ହଜାର ଟଙ୍କା ଏବଂ ବାଲିଘାଟ ଠିକାଦାରଙ୍କ ଠାରୁ ୨୦ ହଜାର ଟଙ୍କା ଦିଆଯିବା ପାଇଁ ଉପଜିଲାପାଳ ପ୍ରତିଶୃତି ଦେବା ପରେ ଉତ୍ୟକ୍ତ ଲୋକଙ୍କ କ୍ରୋଧ ପ୍ରଶମିତ ହୋଇଥିଲା । ଅପରାହ୍ନ ସାଢ଼ ୪ ଟା ସମୟରେ ରାସ୍ତା ଅବରୋଧ ହଟିବା ପରେ ଶବ ବ୍ୟବଛେଦ ପାଇଁ କେନ୍ଦ୍ରାପଡ଼ାକୁ ପଠାଯାଇଥିଲା । ସମାଜସେବୀ ପ୍ରାଧ୍ୟାପକ ଅଜୟ ରାଉତ ଶବ ବ୍ୟବଛେଦ ପାଇଁ ସମସ୍ତ ସହଯୋଗ କରିବା ପରେ ଶବ ବ୍ୟବଛେଦ କରାଯାଇ ମୃତକଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥ୍ôଲା । ଆଜି ମୃତକ ଙ୍କ ଶବ ସତକାର କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ପ୍ରେମାନନ୍ଦ ପରିଡାଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୨୨/୦୬/୨୦୨୧(ଓଡ଼ିଶା ସମାଚାର)- ବିରମିତ୍ରପୁର ଏନ.ଏ.ସି.ରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସର ନେଇଥିବା  ପ୍ରେମାନନ୍ଦ ପରିଡାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ …

Leave a Reply

Your email address will not be published. Required fields are marked *