Monday , June 21 2021
Breaking News
Home / ବିଶେଷ /   ହାଇସ୍କୁଲ ପରିସରରୁ  ପାଂଚ ଫୁଟ୍ ଲମ୍ବର ବୋଡା ସାପ ଉଦ୍ଧାର 

  ହାଇସ୍କୁଲ ପରିସରରୁ  ପାଂଚ ଫୁଟ୍ ଲମ୍ବର ବୋଡା ସାପ ଉଦ୍ଧାର 

ଗରଦପୁର,୨୬/୦୮/୨୦୧୯(ଓଡ଼ିଶା ସମାଚାର)-ପାଟକୁରା ଥାନା ଅନ୍ତର୍ଗତ ଅନ୍ତେଇ ହାଇସ୍କୁଲ ପରିସର ମଧ୍ୟରୁ ଆଜି ଏକ ପାଂଚ ଫୁଟ୍ ଲମ୍ବର ବିଷଧର ବୋଡା ସାପକୁ ଉଦ୍ଧାର କରାଯାଇଛି । ପ୍ରକାଶ ଯେ, ଅନ୍ତେଇ ହାଇସ୍କୁଲ ମଧ୍ୟରେ ଛାତ୍ରଛାତ୍ରୀମାନେ ପୂର୍ବାହ୍ନରେ ପ୍ରାର୍ଥନା କରବା ପାଇଁ ଯାଉଥିବାବେଳେ, ବୋଡା ସାପଟି ବିଦ୍ୟାଳୟ ପରିସର ମଧ୍ୟରେ ବୁଲୁଥିବାର ଦେଖିବାକୁ ପାଇଥିଲେ । ସ୍କୁଲ କର୍ତୃପକ୍ଷ ସାପଟିକୁ ଧରିବା ପାଇଁ ତୁରନ୍ତ ନିକଟସ୍ଥ ସାପ ଧରାଳି ପ୍ରକୃତିମିତ୍ର ଉଦୟନାଥ ଚୌଧୁରୀଙ୍କୁ ଖବର ଦେଇଥିଲେ । ଉଦୟନାଥ ସେଠାରେ ପହଂଚି କୌଷଳକ୍ରମେ ସାପଟିକୁ ଧରିବା  ପରେ ସେଠାରୁ କିଛି ଦୂରରେ ଥିବା ପାଇକା ନଦୀ ବନ୍ଧକୁ ନେଇ ଛାଡି ଥିଲେ । ପାଂଚ ଫୁଟ୍ ଲମ୍ବର ସାପଟିକୁ ଦେଖିବା ପାଇଁ ଉପସ୍ଥିତ ଲୋକମାନଙ୍କର ଭିଡ ଜମିଥିଲା ।  ଓଡ଼ିଶା ସମାଚାର

About admin

Check Also

କରୋନା କାହାଣୀ : ସ୍ୱାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ , ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର

ଗରଦପୁର,୨୦/୬/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତରେ ଗତ ଦୁଇ ଦିନ ମଧ୍ୟରେ ଦୁଇଟି କରୋନା ମୃତ୍ୟୁ ଘଟିଛି …

Leave a Reply

Your email address will not be published. Required fields are marked *