Wednesday , August 4 2021
Breaking News
Home / ବିଶେଷ / ହାଇକୋର୍ଟଙ୍କ ନିର୍ଦେଶରେ କଇଁଛ  ସୁରକ୍ଷା ତଦନ୍ତ ଦିଶାହୀନ  

ହାଇକୋର୍ଟଙ୍କ ନିର୍ଦେଶରେ କଇଁଛ  ସୁରକ୍ଷା ତଦନ୍ତ ଦିଶାହୀନ  

କେନ୍ଦ୍ରାପଡା,୦୬/୦୩/୨୦୨୧(ଓଡ଼ିଶା ସମାଚାର)- ଗତ ଫେବୃଆରୀ ମାସ ୪ତାରିଖରେ ଦିଲ୍ଲୀରୁ ପ୍ରକାଶିତ ଡାଉନ ଟୁ ଆର୍ଥ ମାଗାଜିନରେ ଗହୀରମଥା ସାମୁଦ୍ରୀକ ଅଭୟାରଣ୍ୟ ଓ ତା’ର ନିକଟବର୍ତୀ ବେଳାଭୂମୀରେ ୮ଶହରୁ ଉଦ୍ଧ୍ୱର୍ କଇଁଛ ମୃତୁ୍ୟବରଣ କରିଥିବା ସମ୍ପର୍କରେ ଖବର ପ୍ରକାଶିତ ହୋଇଥିଲା । ସେହି ଖବରକୁ ନେଇ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ମୁରଲୀଧର ଓ ବିଚାରପତି ବି.କେ. ରାଉତରାୟ ଗତ ଫେବୃଆରୀମାସ ୨୩ତାରିଖରେ ନିଜଆଡ଼ୁ  ଏକ ଜନସ୍ୱାର୍ଥ ମାମଲା ଡବ୍ଲୁ.ପି.ସି. ନଂ- ୭୧୧୮/୨୦୨୧ଦାୟରକରି ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ରାଜନଗରର ବନଖଣ୍ଡ ଅଧିକାରୀ, ରାଜ୍ୟ ମସô୍ୟ ନିର୍ଦେଶକ, କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ସମେତ ଅନ୍ୟମାନଙ୍କୁ ନୋଟିସ କରିଥିଲେ । ହାଇକୋର୍ଟ ସେହି ଘଟଣାର ଉପଯୁକ୍ତ ତଦନ୍ତ କରିବା ପାଇଁ ଏକ ୩ଜଣିଆ ବିଶିଷ୍ଟ କମିଟି କଇଁଛ ଗବେଷକ ଡଃ. କାର୍ତିକ ଶଙ୍କର, ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ନିର୍ଦେଶକ  ଡଃ. ସୁଶାନ୍ତ ନନ୍ଦ ଏବଂ ଓଡିଶା ହାଇକୋର୍ଟର ବରିଷ୍ଠ ଆଇନଜୀବି ମୋହିତ ଅଗ୍ରୱାଲଙ୍କୁ ନିଯୁକ୍ତି ଦେବା ସେଙ୍ଗ ସେଙ୍ଗ ଖୁବଶୀଘ୍ର ଗହୀରମଥା ଅଂଚଳ ଓ ଅନ୍ୟାନ୍ୟ ବେଳାଭୂମୀ ଗସ୍ତକରି ମାର୍ଚ୍ଚମାସ ୧୦ତାରିଖ ସୁଦ୍ଧା ରିପୋର୍ଟ ହାଇକୋର୍ଟରେ ଦାଖଲ କରିବାକୁ ଗତ ଫେବୃଆରୀମାସ ୨୬ତାରିଖରେ ନିର୍ଦେଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ୩ଜଣିଆ କମିଟିର ସଦସ୍ୟମାନେ ଡାଙ୍ଗମାଳ ଠାରେ ପହଁଚି କିଛି ସ୍ୱେଛାସେବୀ ସଂଗଠନ ଓ ମସô୍ୟଜୀବି ସଂଗଠନର ନେତାମାନଙ୍କୁ ସାକ୍ଷାତ କରିଥିଲେ । କିନ୍ତୁ ସେମାନେ ଗହୀରମଥା ସାମୁଦ୍ରୀକ କଇଁଛ ଓ ହେନ୍ତାଳବଣ ସୁରକ୍ଷା କମିଟିର ସମ୍ପାଦକ ହେମନ୍ତ ରାଉତଙ୍କୁ ଭେଟିନଥିଲେ କିମ୍ବା ଜଙ୍ଗଲ ବିଭାଗ ପକ୍ଷରୁ ଶ୍ରୀ ରାଉତଙ୍କୁ ମଧ୍ୟ ଏ ସମ୍ପର୍କରେ କୈାଣସି ସୂଚନା ପ୍ରଦାନ କରାଯାଇନଥିଲା । ଶ୍ରୀ ରାଉତଙ୍କ ଅଭିଯୋଗକୁ ଭିତିକରି ହାଇକୋର୍ଟ ଜନସ୍ୱାର୍ଥ ମାମଲା ଦାୟର କରିଥିବା ବେଳେ ତଦନ୍ତକାରୀ କମିଟିର ସଦସ୍ୟମାନେ ଶ୍ରୀ ରାଉତଙ୍କୁ ନଭେଟିବା କମିଟିର ଗସ୍ତ ଓ ତଦନ୍ତ ଉପରେ ଗଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଶ୍ରୀ ରାଉତ ଅଭିଯୋଗ କରିଛନ୍ତି । କଇଁଛ ସୁରକ୍ଷା ଓ ହେନ୍ତାଳବଣ ସୁରକ୍ଷା ନାମରେ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଅନୁଦାନକୁ ଜଙ୍ଗଲ ବିଭାଗ ଓ ସ୍ୱେଛାସେବୀ ସଂଗଠନମାନେ ଲୁଟ କରୁଥିବା ଅଭିଯୋଗ ହୋଇଛି । କଇଁଛ ସୁରକ୍ଷା ଓ ହେନ୍ତାଳବଣର ସୁରକ୍ଷା ପ୍ରତି ଆବଶ୍ୟକ ଧ୍ୟାନ ଦିଆଯାଉନଥିବା ଅଭିଯୋଗ କରିଛନ୍ତି ଶ୍ରୀ ରାଉତ । ଓଡ଼ିଶା ସମାଚାର

About admin

Check Also

ଗୁଳି ଫୁଟାଇ ଯୁବକଙ୍କଠୁ ଲୁଟିନେଲେ

ଭଦ୍ରକ ୦୪/୦୮/୨୦୨୧(ଓଡ଼ିଶା ସମାଚାର)- ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଆଦର୍ଶ ହରିପୁର ଅଂଚଳରେ ସୋମବାର ରାତିରେ ଜଣେ ଯୁବକଙ୍କୁ ଦୁର୍ବୃତମାନେ …

Leave a Reply

Your email address will not be published. Required fields are marked *