Sunday , June 20 2021
Home / ବିଶେଷ / ହରିଚନ୍ଦନପୁର ବ୍ୟାରେଜରରୁ କୁରୁଳି ପର୍ଯ୍ୟନ୍ତ ୭ କି.ମି. ରାସ୍ତା ଅବସ୍ଥା ଶୋଚନୀୟ

ହରିଚନ୍ଦନପୁର ବ୍ୟାରେଜରରୁ କୁରୁଳି ପର୍ଯ୍ୟନ୍ତ ୭ କି.ମି. ରାସ୍ତା ଅବସ୍ଥା ଶୋଚନୀୟ

ସାଲେପୁର, ୦୩/୦୭/୨୦୧୯ (ଓଡ଼ିଶା ସମାଚାର /ଅଭୟ ଜେନା): ରାଜ୍ୟ ସରକାର ଜନସାଧାରଣଙ୍କ ଯାତାୟତର ସୁବିଧା ନିମନ୍ତେ ଗ୍ରାମାଂଚଳ ଓ ସହରାଂଚଳର ସଡ଼କ ପାଇଁ ବ୍ୟାପକ ଅର୍ଥ ବ୍ୟୟ ବରାଦରେ ରାସ୍ତାର ଉନ୍ନତି ଓ ନବୀକରଣ କରୁଥିଲେ ମଧ୍ୟ  ରାସ୍ତା ନିର୍ମାଣରେ ସଠିକ୍ ବିନିଯୋଗ ହୋଇପାରୁ ନଥିବା ଜଣାପଡ଼ିଛି । ଖୋଦ୍ କଟକ ଜିଲ୍ଲାର ସାଲେପୁରରେ ତାହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି । ସାଲେପୁର ସହର ସନ୍ନିକଟ ଏସିଆ ମହାଦେଶର ବୃହତମ ବ୍ୟାରେଜ ଥିବା ହରିଚନ୍ଦନପୁର ଠାରୁ ରଟିଲୋ ପଂଚାୟତର କୁରୁଳି ପର୍ଯ୍ୟନ୍ତ ନଦୀବନ୍ଧ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ଏହି ୭ କି.ମି ରାସ୍ତାରେ ଗାଡ଼ି ମଟର ଯିବାର ଦୂରର କଥା ପାଦରେ ଚାଲିକରି ଯିବା ମଧ୍ୟ ଅସମ୍ଭବ ହୋଇପଡ଼ିଛି । ମହାନଦୀର ଡ଼ାହଣ ପଟରେ ଥିବା ଏହି ରାସ୍ତାଟି ଦ୍ୱୀପାଂଚଳକୁ ଯିବା ପାଇଁ ମୁଖ୍ୟରାସ୍ତା ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲାକୁ ଯିବା ପାଇଁ ଏହି ରାସ୍ତାଟିକୁ ହଜାର ହଜାର ଜନସାଧାରଣ ବ୍ୟବହାର କରିଥାନ୍ତି । ଗତ ୨ବର୍ଷ ତଳେ ଏହି ରାସ୍ତାଟି ମରାମତି ହୋଇଥିଲେ ମଧ୍ୟ ବେଆଇନ୍ ଭାବେ ବାଲି ଚାଲଣ ହେଉଥିବା ହାଇୱା ଓ ଟ୍ରାକ୍ଟର ପ୍ରତ୍ୟେହ ଯାତାୟତ କରୁଥିବାରୁ ରାସ୍ତାଟି ସଂପୂର୍ଣ୍ଣ ଖାଲଖମାରେ ଭର୍ତି ହୋଇପଡ଼ିଛି । ବର୍ଷାରେ ରାସ୍ତାରେ ବିରାଟ ଖାଲସବୁ ପାଣିରେ ବୁଡ଼ି ରହିଥିବାରୁ ଦୁର୍ଘଟଣାମାନ ଲାଗିରହିଛି । ଏହି ରାସ୍ତାଟି ଜଳସଂପଦ ବିଭାଗ ଅଧିନରେ ରହିଥିବା ବେଳେ ସଂପୃକ୍ତ ବିଭାଗ ପକ୍ଷରୁ ରାସ୍ତାର ମରାମତି ପାଇଁ କୈାଣସି ଉଦ୍ୟମ ହୋଇନାହିଁ ବୋଲି ଜଣାପଡ଼ିଥିବା ବେଳେ ଜନସାଧାରଣଙ୍କ ପକ୍ଷରୁ ରାସ୍ତା ମରାମତି ପାଇଁ ଅଭିଯୋଗ କରାଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ କୈାଣସି ସୁଫଳ ମିଳିନାହିଁ । ଅପରପକ୍ଷେ ସ୍ଥାନୀୟ ପ୍ରଶାସନର ବାଲିଚାଲଣ ହେଉଥିବା ହାଇୱା ଗୁଡ଼ିକ ପ୍ରତି ଆଙ୍କୁଶ ନଥିବାରୁ ରାସ୍ତାର ଏଭଳି ଦୂରାବସ୍ଥା ହୋଇଛି ବୋଲି ଅଭିଯୋଗ ହେଉଛି । ଚୋରା ବାଲିଚାଲଣକାରୀଙ୍କ ପ୍ରତି ପ୍ରଶାସନ କ’ଣ ପାଇଁ ଅନୁକମ୍ପା ଦେଖାଉଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାସ୍ତାର ଏଭଳି ଅବସ୍ଥା ଯୋଗୁ ଆମ୍ବୁଲାନ୍ସ ଦମକଳ ଆବଶ୍ୟକ ସମୟ ଅନୁସାରେ ପହଂଚିପାରୁ ନଥିବା ବେଳେ କୋମଳମତି ଛାତ୍ରଛାତ୍ରୀଙ୍କୁ ନେଉଥିôବା ସ୍କୁଲ ଗାଡ଼ି ସବୁ ବିପଦପୂର୍ଣ୍ଣ ଭାବେ ଯାତାୟତ କରୁଛି । ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାର ତୁରନ୍ତ ମରାମତି ପାଇଁ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯିବାକୁ ଦାବି ହୋଇଛି । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *