Wednesday , June 23 2021
Breaking News
Home / ବିଶେଷ / ସଡ଼କ ସୁରକ୍ଷା ସପ୍ତାହରେ ଗାଡ଼ି ଚାଳକଙ୍କୁ ସଚେତନ କରିଲେ ଏଆଇପିଏଲ କର୍ମଚାରୀ

ସଡ଼କ ସୁରକ୍ଷା ସପ୍ତାହରେ ଗାଡ଼ି ଚାଳକଙ୍କୁ ସଚେତନ କରିଲେ ଏଆଇପିଏଲ କର୍ମଚାରୀ

ନିରାକାରପୁର, ୨୦/୦୧/୨୦୨୧(ଓଡ଼ିଶା ସମାଚାର)- ୩୨ ତମ ସଡ଼କ ସୁରକ୍ଷା ସପ୍ତାହ ଆସନ୍ତା ଫ୍ରେବୃଆରୀ ମାସ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ସୋମବାର ଦିନ ସଡ଼କ ସୁରକ୍ଷା ସପ୍ତାହର ଉଦଘାଟନ କରାଯାଇଛି । ଆଜି ଖୋର୍ଦ୍ଧା ଜିଲ୍ଲା ଗୋଡ଼ିପଡ଼ା ଟୋଲପ୍ଲାଜାଠାରେ ଏଆଇପିଏଲ ତରଫରୁ ବିଭିନ୍ନ ଗାଡ଼ି ଚାଳକମାନଙ୍କୁ ସଚେତନତାର ବାର୍ତା ଦେବା ସହ ଲିଫଲେଟ ବଂଟନ କରାଯାଇଥିଲା । ଗାଡ଼ି ଚାଳକମାନଙ୍କୁ ହେଲମେଟ,ସିଟବେଲ୍ଟ ବାନ୍ଧିବା, ଗାଡ଼ି ଚଳାଇବା ସମୟରେ ମଦ୍ୟପାନ ନ କରିବା, ମୋବାଇଲ ବ୍ୟବହାର ନ କରିବା ସହିତ ଦ୍ରୁତ ଗତିରେ ଗାଡ଼ି ଚାଳନା ନ କରିବାକୁ ପରାମର୍ଶ ଦିଆଯାଇଥିଲା । ଯେଉଁମାନେ ନିୟମ ପାଳନ କରୁଛନ୍ତି ସେମାନଙ୍କୁ ଗୋଲାପ ଫୁଲ, ପେନ ଓ ଚକୋଲେଟ ଇତ୍ୟାଦ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ର୍ରମକୁ ସେଫ୍ଟି ମ୍ୟାନେଜର ଏଲ. ସନ୍ଦୀପ ପରିଚାଳନା କରିଥିବାବେଳେ ସାଇଡ଼ ଇଂଞ୍ଜିନିୟର ସୌମ୍ୟଜିତ ସାମଲଙ୍କ ସମେତ ବହୁ ସଂଖ୍ୟାରେ କର୍ମଚାରୀ ଉପସ୍ଥିତ ରହିଥିଲେ । ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ପ୍ରେମାନନ୍ଦ ପରିଡାଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୨୨/୦୬/୨୦୨୧(ଓଡ଼ିଶା ସମାଚାର)- ବିରମିତ୍ରପୁର ଏନ.ଏ.ସି.ରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସର ନେଇଥିବା  ପ୍ରେମାନନ୍ଦ ପରିଡାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ …

Leave a Reply

Your email address will not be published. Required fields are marked *