Thursday , June 24 2021
Breaking News
Home / ବିଶେଷ / ସ୍ୱୟଂସହାୟିକା ଗୋଷ୍ଠୀଙ୍କୁ ପ୍ରଶିକ୍ଷଣ

ସ୍ୱୟଂସହାୟିକା ଗୋଷ୍ଠୀଙ୍କୁ ପ୍ରଶିକ୍ଷଣ

 କେନ୍ଦ୍ରାପଡ଼ା,୧୨/୦୮/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ବ୍ଲକର ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସେଡ଼ା’ ପକ୍ଷରୁ   ଏକ ମହିଳା ପ୍ରଶିକ୍ଷଣ ଶିବିର ନିକିରାଇ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ମହିଳାଙ୍କୁ ତୃଣମୂଳସ୍ତରରେ ପ୍ରଶିକ୍ଷଣ ଦିଆଯାଇପାରିଲେ ସେମାନଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧିପାଇବ ଏବଂ ସେମାନେ କିପରି ସ୍ୱାବଲମ୍ବୀ ହୋଇପାରିବେ ସେ ସମ୍ପର୍କରେ ଜିଲା ନାବାର୍ଡ ଅଧିକାରୀ ଅଶୋକ ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ‘ସେଡା’ର ସାଧାରଣ ସମ୍ପାଦକ ଈଶ୍ୱର ଚନ୍ଦ୍ର ଆଚାର୍ଯ୍ୟ ଏଥିରେ ସଭାପତିତ୍ୱ କରିଥିବା ବେଳେ ‘ସେଡା’ର ପ୍ରକଳ୍ପ ସହସଂଯୋଜକ ମଂଟୁ ବାରିକ, ଟ୍ରେନର ନମିତା ସାହୁ, ସରପଂଚ ସନତ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ମହିଳା ସ୍ୱୟଂସହାୟିକା ଗୋଷ୍ଠୀର ସଂଯୋଜିକା ମଞ୍ଜୁଲତା ଦାସଙ୍କ ନେତୃତ୍ୱରେ ୪୦ରୁ ଊଦ୍ଧ୍ୱର୍ ସ୍ୱୟଂସହାୟିକା ଗୋଷ୍ଠୀର ୯୦ଜଣ ମହିଳାଙ୍କୁ ଏହି ଶିବିରରେ ପ୍ରଶିକ୍ଷଣ ଦିଆଯାଇଥିଲା । ପରେ ସମସ୍ତ ମହିଳାମାନଙ୍କୁ ଚାରା ବଂଟନ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ରଞ୍ଜନ ସାହୁଙ୍କ ଏକାଦଶାହ ଅବସରରେ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, ୨୩/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଧୁମାତ ବସନ୍ତବଗିଚା ଠାରେ ସମାଜସେବୀ, ଯୁବନେତା ଓ ଦରଦୀ ମଣିଷ ସ୍ୱର୍ଗତ …

Leave a Reply

Your email address will not be published. Required fields are marked *