Tuesday , June 15 2021
Breaking News
Home / ବିଶେଷ / ସ୍ୱେଛାକୃତ ଅବସର ଗ୍ରହଣ କରି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଦାୟିତ୍ୱ ଗ୍ରହଣ କଲେ ଆଦିତ୍ୟ ପ୍ରସାଦ ପାଢ଼ୀ

ସ୍ୱେଛାକୃତ ଅବସର ଗ୍ରହଣ କରି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଦାୟିତ୍ୱ ଗ୍ରହଣ କଲେ ଆଦିତ୍ୟ ପ୍ରସାଦ ପାଢ଼ୀ

ଭୁବନେଶ୍ୱର , ୧୪/୦୮/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ବରିଷ୍ଠ ଆଇଏଏସ ଅଧିକାରୀ ଆଦିତ୍ୟ ପ୍ରସାଦ ପାଢ଼ୀ ସ୍ୱେଛାକୃତ ଅବସର ଗ୍ରହଣ କଲେ । ୧୯୮୩ ବ୍ୟାଚ ଆଇଏଏସ ଅଧିକାରୀ ଶ୍ରୀ ପାଢ଼ୀ ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ଗତ ୨୦୧୫ ମସିହା ନଭେମ୍ବର ୩୦ ତାରିଖରୁ କାର୍ଯ୍ୟ କରିଆସୁଥିଲେ । ଗୁରୁତ୍ୱପୁର୍ଣ୍ଣ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ପଦବିରେ ତାଙ୍କ ନିଯୁକ୍ତି କୁ ରାଜ୍ୟପାଳ ପ୍ରଫେସର ଗଣେଶିଲାଲ ବିଦ୍ଧିବଦ୍ଧ ଭାବେ ଅନୁମୋଦନ କରିଥିବାରୁ ସେ ନିଜ ପଦବି ରୁ ସ୍ୱେଛାକୃତଭାବେ ଅବସରଗ୍ରହଣ କରୁଛନ୍ତି । ସ୍ୱେଛାକୃତ ଅବସରଗ୍ରହଣ ପରେ ଶ୍ରୀ ପାଢ଼ୀ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ପଦବି ରେ ଯୋଗାଦେଇ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ନୂତନ ନିଯୁକ୍ତିରେ ସେ ଖୁସି ବୋଲି କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ …

Leave a Reply

Your email address will not be published. Required fields are marked *