Wednesday , August 4 2021
Breaking News
Home / ବିଶେଷ / ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଗଣଦୈାଡ ୩୦ରେ

ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଗଣଦୈାଡ ୩୦ରେ

କେନ୍ଦ୍ରାପଡା ୨୨/୦୮/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୈାରସଂସ୍ଥା ଆନୁକୁଲ୍ୟରେ ଆସନ୍ତା ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଚଳିତମାସ ୩୦ତାରିଖ ସକାଳ ୭ଟା ସମୟରେ ତିନିମୁହାଣି ଛକ ଠାରୁ ଇଛାପୁର ରଥଦାଣ୍ଡ ପର୍ଯ୍ୟନ୍ତ ୫କିଲୋମିଟର ବ୍ୟାପି ଗଣଦୈାଡ ଅନୁଷ୍ଠିତ ହେବ । ଏହି ଗଣଦୈାଡରେ ୨ହଜାର ଯୁବକଯୁବତୀ ଓ ଜନସାଧାରଣ ଅଂଶଗ୍ରହଣ କରିବେ । ଏହି ଉପଲକ୍ଷେ ଗୁରୁବାର ଅପରାହ୍ନରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଗଣଦୈାଡ ସମ୍ପର୍କରେ ହୋଡିଂ ଲଗାଯିବା ସହ ମାଇକରେ ପ୍ରଚାର କରାଯିବ । ଏଥିସହିତ ଏହି ଗଣଦୈାଡରେ ଅଂଶଗ୍ରହଣକାରିଙ୍କୁ ଟି ସାର୍ଟ ପ୍ରଦାନ ସହିତ ପୁରସ୍କାର ଏବଂ ପ୍ରମାଣପତ୍ର ମଧ୍ୟ ମିଳିିବ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ପୈାରସଂସ୍ଥାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକ, ଭାରପ୍ରାପ୍ତ ଆଂଚଳିକ ପରିବହନ ଅଧିକାରୀ ନିଖିଳ କୁମାର ପଟ୍ଟନାୟକ, ସହକାରୀ ଅଗ୍ନିଶମ ଅଧିକାରୀ ବୀରଭଦ୍ର ଟୁଡୁଙ୍କ ସମେତ ବିଭିନ୍ନ ମହାବିଦ୍ୟାଳୟର ପ୍ରତିନିଧିମାନେ ଯୋଗଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଗୁଳି ଫୁଟାଇ ଯୁବକଙ୍କଠୁ ଲୁଟିନେଲେ

ଭଦ୍ରକ ୦୪/୦୮/୨୦୨୧(ଓଡ଼ିଶା ସମାଚାର)- ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଆଦର୍ଶ ହରିପୁର ଅଂଚଳରେ ସୋମବାର ରାତିରେ ଜଣେ ଯୁବକଙ୍କୁ ଦୁର୍ବୃତମାନେ …

Leave a Reply

Your email address will not be published. Required fields are marked *