Sunday , June 20 2021
Breaking News
Home / ବିଶେଷ /   ସ୍ୱାୟତଶାସନ ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟର ଶୁଭ ଉଦଘାଟନ

  ସ୍ୱାୟତଶାସନ ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟର ଶୁଭ ଉଦଘାଟନ

ଜଗତସିଂହପୁର,୩୦/୦୮/୨୦୧୯(ଓଡ଼ିଶା ସମାଚାର)-:ଜଗତସିଂହପୁର ପୈାର ପରିଷଦ ପକ୍ଷରୁ ସ୍ୱାୟତ ଶାସନ ଦିବସ -୨୦୧୯ ପାଳନ ଅବସରରେ ସ୍ଥାନୀୟ ଟାଉନ ହଲଠାରେ ପୈାରାଂଚଳର ହିତାଧିକାରୀ ମାନଙ୍କୁ ବାର୍ଦ୍ଧକ୍ୟ ଓ ବିଧବା ଭତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଂଟନ କରାଯାଇଥିଲା । ଏହି ଉସôବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଶାର ଗୃହ ଓ ନଗର ଉନ୍ନୟନ,ପଂଚାୟତିରାଜ ଓ ପାନୀୟଜଳ,ଆଇନ ବିଭାଗର ମନ୍ତ୍ରୀ  ପ୍ରତାପ ଜେନା ପୈାରାଂଚଳ  ହିତାଧିକାରୀମାନଙ୍କୁ ବାର୍ଦ୍ଧକ୍ୟ ଓ ବିଧବା ଭତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଂଟନ କରିଥିଲେ । ଜଗତସିଂହପୁର ଏକ ସାହିତ୍ୟକଳା, ଐତିହ୍ୟ ଓ ସଂସ୍କୃତି ସମ୍ପନ ଜିଲ୍ଲା ବୋଲି ମନ୍ତ୍ରୀ ଶ୍ରୀ ଜେନା ବକ୍ତବ୍ୟ ରଖିଥିଲେ । ଜିଲ୍ଲାର ପାରାଦ୍ୱୀପ ବନ୍ଦର ଦେଶର ପ୍ରଗତିର ମୁଖଶାଳା । ବନ୍ଦର ନଗରୀରୁ ରାଜ୍ୟ ଅଧିକ ରାଜସ୍ୱ ପାଉଛି । ଜଗତସିଂହପୁର ମୁ୍ୟନିସିପାଲିଟିର ସର୍ବାଙ୍ଗୀନ ଉନ୍ନତି ପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଉଛି । ରାଜ୍ୟ ସରକାରଙ୍କ ୫-ଟି ମନ୍ତ୍ର ଦ୍ୱାରା  ଏହି ପୈାରାଂଚଳରେ ଅନେକ କାର୍ଯ୍ୟ କରାଯିବ । ପୈାରାଂଚଳର ରାସ୍ତାଘାଟ, ପାନୀୟ ଜଳ, ବିଦୁ୍ୟତ, ବୃକ୍ଷରୋପଣ, ଆବର୍ଜନା ମୁକ୍ତ, ଶିକ୍ଷା ଓ ସ୍ୱାସ୍ଥ୍ୟର ଉନ୍ନତି କରଣ କରାଯିବ । ସହରର ସ୍ୱଛତା, କଠିନବର୍ଜ୍ୟ ବସ୍ତୁର ସଠିକ ପରିଚାଳନା, ସ୍ୱଛ ପାନୀୟ ଜଳ ପ୍ରକଳ୍ପ, ଟ୍ରାଫିକ୍ ମ୍ୟାନେଜମେଂଟ ପ୍ରତି ଅଧିକ ଗୁରୁତ୍ୱ ଦିଆଯିବ । ତିର୍ତୋଲ ବିଧାୟକ  ବିଷ୍ଣୁ ଚରଣ ଦାସ ଯୋଗଦେଇ କହିଲେ ଜଗତସିଂହପୁର ଓ ପାରାଦ୍ୱୀପ ଏକାଥରେ ପୈାର ପାଳିକାରେ ପରିଣତ ହୋଇଥିଲା । ଜଗତସିଂହପୁର ଏକ ମଡେଲ ମୁ୍ୟନିସିପାଲିଟିରେ ପରିଣତ ହେବ । ଜଗତସିଂହପୁର ସାଂସଦ ଡଃ ରାଜଶ୍ରୀ ମଲ୍ଲିକ ଯୋଗଦେଇ କହିଲେ ରାଜ୍ୟ ସରକାର ସହରାଂଚଳ ଲୋକ ମାନଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ଗ୍ରାମାଂଚଳ ମଧ୍ୟ ଉନ୍ନତି ହୋଇଛି । ସ୍ଥାନୀୟ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି ଯୋଗଦେଇ କହିଲେ ରାଜ୍ୟ ସରକାର ପ୍ରଗତି ପଥରେ ଅଗ୍ରସର ଅଛନ୍ତି । ଗତବର୍ଷ ପ୍ରତ୍ୟେକ ଓାର୍ଡକୁ ୨୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଡ୍ରେନେଜ୍, ଟ୍ରାଫିକ୍, ବସଷ୍ଟାଣ,ଲାଇଟ୍ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ଉସôବରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ  ସଂଗ୍ରାମ କେଶରୀ ମହାପାତ୍ର କହିଲେ ଜଗତସିଂହପୁର ସହରରେ କେବୁଲ ମାଧ୍ୟମରେ ବିଦୁ୍ୟତ୍ ଯୋଗାଣ ପାଇଁ ୧୫କୋଟି ଟଙ୍କା, ଜିଲ୍ଲା ସଂସ୍କୃତି ଭବନର ଉନ୍ନତି କରଣ ନିମନ୍ତେ ୫୦ଲକ୍ଷ ଟଙ୍କା ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ପ୍ରଦାନ କରିବ । ଏତଦବ୍ୟତୀତ ପୈାରାଂଚଳର ସମସ୍ତ ଓାର୍ଡରେ ୫୦୦ରୁ ୬୦୦ ଏଲ୍.ଇ.ଡି ଲାଇଟ ଲାଗିବ । ନବକୃଷ୍ଣ ଚୈାଧୁରୀ ଷ୍ଟାଡିୟମର ସୈାନ୍ଦର୍ଯ୍ୟକରଣ କରାଯିବ । ଜଗତସିଂହପୁର ସହରକୁ ଆବର୍ଜନା ମୁକ୍ତ ସହରରେ ପରିଣତ କରିବା ସହିତ ଏକ ଆଦର୍ଶ ପୈାରପାଳିକାରେ ପରିଣତ କରାଯିବ । ସହରର ପ୍ରତି ଛକରେ କ୍ଲୋଜ ସର୍କିଟ କ୍ୟାମେରା ଲାଗିବା ସହିତ ପାରାଦ୍ୱୀପ ଓ ଜଗତସିଂହପୁରରେ ଉସôର୍ଗୀକୃତ ଜଳ ଯୋଗାଣ ବ୍ୟବସ୍ଥା କରାଯିବ । ପଂଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ସିଂହାରପୁର ପଂଚାୟତରେ ଗୋଷ୍ଠୀ କେନ୍ଦ୍ର ଓ ମିଶନ ଶକ୍ତି ଗୃହର ଶୁଭ ଉଦଘାଟନ କରିଥିଲେ । ଜଗତସିଂହପୁର ପୈାରାଂଚଳର ଓାର୍ଡ ନଂ-୨,ବଡବାଗଠାରେ କଂକ୍ରିଟ୍ ରୋଡ ର ଶୁଭ ଉଦଘାଟନ କରିବା ସହିତ ବଡବାଗ ଆଦିବାସୀ ସାହି ଠାରେ କମୁ୍ୟନିଟୀ ଟଏଲେଟ୍ ର ଓ ସାନ ବଜାର ଠାରେ ମୁ୍ୟନିସିପାଲିଟି କଲ୍ୟାଣ ମଣ୍ଡପର ଶୁଭ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପୌରନିର୍ବାହୀ ଅଧିକାରୀ ବଳଦେବ ବେହେରା ଓ ପୌରପରିଷଦର ସମସ୍ତ କର୍ମକତା ପରିଚାଳନାରେ ସହାୟତା କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

କରୋନା କାହାଣୀ : ସ୍ୱାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ , ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର

ଗରଦପୁର,୨୦/୬/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତରେ ଗତ ଦୁଇ ଦିନ ମଧ୍ୟରେ ଦୁଇଟି କରୋନା ମୃତ୍ୟୁ ଘଟିଛି …

Leave a Reply

Your email address will not be published. Required fields are marked *