Thursday , June 17 2021
Breaking News
Home / ଶିକ୍ଷା / ସ୍ୱାମୀ ଅରୂପାନନ୍ଦ ଜୁନିଅର କଲେଜ ପକ୍ଷରୁ  ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ

ସ୍ୱାମୀ ଅରୂପାନନ୍ଦ ଜୁନିଅର କଲେଜ ପକ୍ଷରୁ  ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ

ତାରପୁର,୦୨/୧୦/୨୦୧୯ (ଓଡ଼ିଶା ସମାଚାର)-ଆଜି ଗାନ୍ଧି ଜୟନ୍ତୀ ଅବସରରେ ରଘୁନାଥପୁର ବ୍ଲକ୍ କୁର୍ତାଙ୍ଗସ୍ଥିତ ସ୍ୱାମୀ ଅରୂପାନନ୍ଦ ଜୁନିଅର କଲେଜ ପକ୍ଷରୁ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।  ଅଧ୍ୟକ୍ଷ ସୁକାନ୍ତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ  ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀମାନେ ଗାନ୍ଧିଜିଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ କଲେଜ ପରିସରରୁ ଏକ ପଦଯାତ୍ରାରେ ତାରପୁର ବାଇପାସ ପର୍ଯ୍ୟନ୍ତ ଯାଇଥିଲେ । ଯାତ୍ରା ସମୟରେ ରାଜପଥର ଉଭୟ ପାଶ୍ୱର୍ରେ ପଡ଼ିଥିବା ଜରି, ପ୍ଲାଷ୍ଟକ ବୋତଲ ସମେତ ଅନ୍ୟାନ୍ୟ ସାମଗ୍ରୀ ସଂଗ୍ରହ କରିଥିଲେ । ଏବଂ ବ୍ୟବସାୟ ପ୍ରତିଷ୍ଠାନକୁ ଯାଇ ପ୍ଲାଷ୍ଟିକ ବ୍ୟବହାରକୁ ନିଷେଧ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହାର ସମାଜ ପ୍ରତି ଥିବା କୁପରିଣାମ ସମ୍ପର୍କରେ ସଚେତନ କରିବା ସହ ସରକାରୀ ନୀୟମ ଉଲଂଘନ କଲେ ଜେଲ ଓ ଜୋରିମାନା ଦେବାକୁ ପଡ଼ିବ ବୋଲି ସତର୍କ କରାଇ ଦେଇଥିଲେ । କାର୍ଯ୍ୟକ୍ରମରେ ଅଧ୍ୟାପକ ରମେଶ ଚନ୍ଦ୍ର ସାହୁ, ତ୍ରିଲୋଚନ ମହାପାତ୍ର, ମିଟୁ ରାଉତଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ସାମିଲ ଥିଲେ ।  ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ, ୦୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ …

Leave a Reply

Your email address will not be published. Required fields are marked *