Sunday , August 1 2021
Breaking News
Home / ବିଶେଷ / ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ନଟବର କାନୁନଗୋଙ୍କ ସ୍ମୃତି ସଭା 

ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ନଟବର କାନୁନଗୋଙ୍କ ସ୍ମୃତି ସଭା 

ଗରଦପୁର, ୦୮/୦୬/୨୦୨୧(ଓଡ଼ିଶା ସମାଚାର)- ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ନଟବର କାନୁନଗୋଙ୍କ ବିୟୋଗରେ ହରିଶ୍ ଗୌରାଙ୍ଗ ସ୍ମୃତି କମିଟି ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଗରଦପୁର ବ୍ଲକ ନଡିଆବରାଇ ସ୍ଥିତ ପର୍ଯ୍ୟଟନସ୍ଥଳୀ ଗୋଠେଶ୍ୱର ପୀଠରେ ଆୟୋଜିତ ଶୋକସଭାରେ ସମାଜସେବୀ ଶ୍ରୀକାନ୍ତ ନାୟକ ସଭାପତିତ୍ୱ କରିଥିଲେ । ସଭାର ପ୍ରାରମ୍ଭରେ ସ୍ୱର୍ଗତ୍ କାନୁନଗୋଙ୍କ ବିଦେହୀ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲାବେଳେ ନଡିଆବରାଇ ସରସ୍ୱତୀ ଶିଶୁମନ୍ଦିର ପ୍ରଧାନ ଆଚାର୍ଯ୍ୟ ପ୍ରିୟବ୍ରତ ପରିଜା ଗୀତାପାଠ କରିଥିଲେ । ହରିଶ୍ ଗୌରାଙ୍ଗ ସ୍ମୃତିକମିଟିର କାର୍ଯ୍ୟକାରୀ ସଭାପତି ପ୍ରମୋଦ ମହାପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ପ୍ରତିଭା ପୂଜା ସଂସଦର ସଭାପତି ପ୍ରଦୀପ ମହାନ୍ତି ଯୋଗଦାନ କରି ସ୍ୱର୍ଗତ୍ କାନୁନୁଗୋଙ୍କ ବହୁମୁଖି ପ୍ରତିଭାର ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତ୍ କାନୁନଗୋ ହରିଶ୍ ଗୌରାଙ୍ଗ ସ୍ମୃତିକମିଟିର ସଭାପତି ଭାବେ ନିଜର ଦାୟିତ୍ୱ ନିର୍ବାହ କରିଥିଲାବେଳେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ଗାନ୍ଧୀଜୀଙ୍କ ପଥ ଅନୁସରଣ କରିବା ସହିତ ଜମପଡା ଗ୍ରାମ ପଂଚାୟତର ସରପଂଚ, ସମବାୟ ସମିତି ସଭାପତି ଭାବେ କାର୍ଯ୍ୟ କରିଥିଲେ । ଏପରିକି କରିଲୋପାଟଣା ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି, କୋରୁଆ ମହିଳା ମହାବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ, ପଲ୍ଲିଶ୍ରୀ ମହିଳା ସମିତିର ଉପଦେଷ୍ଟା ଏବଂ ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ଥାଇ ବହୁ କାର୍ଯ୍ୟ କରିଯାଇଛନ୍ତି । ମୁଖ୍ୟବକ୍ତାଭାବେ ଅଧ୍ୟାପକ ପରିକ୍ଷିତ ଚନ୍ଦ୍ର ନାୟକ ଯୋଗଦାନ କରିଥିôବାବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଧିରେନ୍ଦ୍ର ମିଶ୍ର, ଶିକ୍ଷାବିତ୍ ଶରତ ଚନ୍ଦ୍ର ଜେନା ଯୋଗଦେଇ ସ୍ୱର୍ଗତ୍ କାନୁନଗୋ ଜଣେ ଗାନ୍ଧୀବାଦୀ ନେତା, ବିଶିଷ୍ଟ ସମବାୟବିତ୍, କେନ୍ଦ୍ରାପଡା ଜିଲ୍ଲା ଗାନ୍ଧୀ ବିଚାରମଂଚର ଉପଦେଷ୍ଟା ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୁବନ କୁମାର ଜେନା, ମହେନ୍ଦ୍ର ପଟ୍ଟନାୟକ, ଅମୀୟ ପରିଜା, ଦେବେନ୍ଦ୍ର ଦାସ, ଅଶ୍ୱିନୀ ପରିଜା, କେ.ବି ରାଖାଲ, ଶ୍ରୀକାନ୍ତ ପରିଜା, ସୁଦର୍ଶନ ମାହାଳି, ନିରଂଜନ ପରିଜା ପ୍ରମୁଖ ଯୋଗଦେଇ ସ୍ୱର୍ଗତ୍ କାନୁନଗୋ ଜଣେ ଦରଦୀ ମଣିଷ ଥିଲେ ବୋଲି ତାଙ୍କ ସ୍ମୃତିଚାରଣ କରିଥିଲେ । ଶେଷରେ ସୁଦାମ ବାରିକ ଧନ୍ୟବାଦ ଅର୍ପଣ କରିଥିବାବେଳେ ପ୍ରବୀର ପରିଜା, ଧିରେନ୍ ମହାନ୍ତି, ବଶିଷ୍ଟ ପଟ୍ଟନାୟକ, ସ୍ୱାଧୀନ ମହାପାତ୍ର, କୁଶଚନ୍ଦ୍ର ପଟ୍ଟନାୟକ, ଅଜୟ ମହାପାତ୍ର, ଜାନକୀ ଭୂୟାଁ, କାଳନ୍ଦୀ ବାରିକ, ସ୍ୱାଧୀନ ଶେଖର ମହାପାତ୍ର, ଦେବେନ୍ଦ୍ର ପରିଜା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଗ୍ରାମାଂଚଳରେ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ୩ ଡି ଇ-ପାଠାଗାର

କେନ୍ଦ୍ରାପଡ଼ା, ୦୧/୦୮/୨୦୨୧(ଓଡ଼ିଶା ସମାଚାର)- ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ଆଉ ସହରକୁ ପାଠ ପଢିବା ପାଇଁ ନଯାଇ ଗ୍ରାମାଂଚଳରେ ସେହି …

Leave a Reply

Your email address will not be published. Required fields are marked *