Sunday , June 13 2021
Breaking News
Home / ବିଶେଷ / ସ୍ୱାଧୀନତା ସଂଗ୍ରାମୀ ଅର୍ଜୁନ ସାମନ୍ତରାୟ ଥିଲେ ଜଣେ ଉଜ୍ଜ୍ୱଳ ଦୀପଶୀଖା

ସ୍ୱାଧୀନତା ସଂଗ୍ରାମୀ ଅର୍ଜୁନ ସାମନ୍ତରାୟ ଥିଲେ ଜଣେ ଉଜ୍ଜ୍ୱଳ ଦୀପଶୀଖା

ନିରାକାରପୁର, ୨୦/୦୮/୨୦୧୯(ଓଡ଼ିଶା ସମାଚାର)- ସ୍ୱଧୀନତା ସଂଗ୍ରାମୀ ତଥା ସମାଜସେବୀ ଅର୍ଜୁନ ସାମନ୍ତରାୟ ଥିଲେ ଜଣେ ସରଳ ,ଅମାୟିକ ବ୍ୟକ୍ତି । ଗ୍ରାମଞ୍ଚଳର ବିକାଶ ପାଇଁ ତାଙ୍କ ଉଦ୍ୟମ ସବୁବେଳେ ଚିରସ୍ମରଣୀୟ ହୋଇ ରହିବ । ପରୋପକାର, ଦୀନ ଦରିଦ୍ରଙ୍କୁ ସହାଯ୍ୟ ସହଯୋଗ କରିବା ତାଙ୍କ ଜୀବନର ମଳୂଲକ୍ଷ୍ୟ ଥିଲା ବୋଲି ତାଙ୍କ ୩୨ତମ ଶ୍ରାଦେ୍ଧାତ୍ସବରେ ସ୍ଥାନୀୟ ଦୋଛିଆଁ ହାଇସ୍କୁଲରେ ଅନୁଷ୍ଠିତ ସଭାରେ ଉପସ୍ଥିତ ଅତିଥିମାନେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ଶିକ୍ଷାବିତ ଲକ୍ଷ୍ମୀକାନ୍ତ ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥିଭାବେ ଶିକ୍ଷାବିତ କମଳ ଲୋଚନ ପ୍ରଧାନ ଓ ପ୍ରଧାନ ଶିକ୍ଷକ ଅଜୟ କୁମାର ସେଠୀ ପ୍ରମୁଖ ଯୋଗଦେଇ ସଂଗ୍ରାମୀ ସାମନ୍ତରାୟଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ପ୍ରଥମେ ଅତିଥି ଓ ବିଦ୍ୟାଳୟ ଛାତ୍ରଛାତ୍ରୀ, ପରିବାରବର୍ଗ ସ୍ୱର୍ଗତ ଅର୍ଜୁନ ସାମନ୍ତରାୟଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶଶୀ ଶେଖର ମାନନ୍ଧାତା, ଶରତ ଚନ୍ଦ୍ର ସାମନ୍ତରାୟ, ସଂଗ୍ରାମ କେଶରୀ ସାମନ୍ତରାୟ ଓ ପ୍ରସନ୍ନ କୁମାର ସାମନ୍ତରାୟ ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ମଦ ବେପାରୀ ଓ ଗାଡି ଚାଳକଙ୍କ ନାମରେ ମାମଲା

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରରେ କୋଭିଡ ନିୟମ ଉଲ୍ଲଙ୍ଘନ କରି ରାସ୍ତା ଉପରେ ଗାଡି ରଖି ବହୁ ଲୋକଙ୍କୁ …

Leave a Reply

Your email address will not be published. Required fields are marked *