Thursday , June 17 2021
Breaking News
Home / ବିଶେଷ / ସ୍ମୁତି   (କବିତା)   –    ସ୍ୱପ୍ନା ପଟ୍ଟନାୟକ

ସ୍ମୁତି   (କବିତା)   –    ସ୍ୱପ୍ନା ପଟ୍ଟନାୟକ

ସ୍ମୁତି କେବେ ମହକାଏ

ପରିଜାତର ବାସ୍ନାରେ

ତୁମ ସାନିଧ୍ୟର ସ୍ପର୍ଶ ଦେଇ..

କେବେ ମେଘର

ସିକ୍ତ କବରୀରୁ

ଅସୁମାରୀ ଲୁହର

ବନ୍ୟା ହୋଇ…

ସ୍ମୁତି ଏକ

ଚୁଲବୁଲି ଅଝଟ ପ୍ରେମିକା

ଛୁଇଁଦେଇ ଦେଇଦିଏ

ବିଜୁଳିର ସ୍ପର୍ଶ

ଜୀବନ ଜଉଘରେ

କେବେ ପୂର୍ଣ୍ଣତା ତ

କେବେ ଶୂନ୍ୟତାରେ ଦିଏ

ଅସୁମାରୀ ଗଳ୍ପର

ଭଗ୍ନାଂଶ..

ସ୍ମୁତି ତୁମେ

ଅପହଞ୍ଚ ଇଲାକାର

ଅନ୍ତହୀନ ଶୋଷ

ଅଫେରା ରାଇଜେ

ସମ୍ପର୍କର

ଅସରନ୍ତି ଅଲିଭା ଉପନ୍ୟାସ

-0-

ଦେଉଳ ସାହି , ଢ଼େଙ୍କାନାଳ , ଓଡ଼ିଶା

 

About admin

Check Also

୧ଜୁଲାଇ ସକାଳ ପର୍ୟ୍ୟନ୍ତ ରାଜ୍ୟରେ  ଆଂଶିକ ଲକଡାଉନ 

ଭୁବନେଶ୍ୱର,୧୬/୦୬/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶା ସରକାର କୋଭିଡ କଟକଣାକୁ ଆଂଶିକ କୋହଳ କରିଛନ୍ତି। ରାଜ୍ୟର ଯେଉଁ ସବୁ ଜିଲ୍ଲାରେ ପ୍ରଥମେ କୋଭିଡ …

Leave a Reply

Your email address will not be published. Required fields are marked *