Thursday , June 24 2021
Breaking News
Home / ବିଶେଷ / ସୋସିଆଲ ମିଡ଼ିଆରେ ଯୁବକର ଫଟୋ ଭାଇରାଲକୁ ନେଇ ଚର୍ଚ୍ଚା

ସୋସିଆଲ ମିଡ଼ିଆରେ ଯୁବକର ଫଟୋ ଭାଇରାଲକୁ ନେଇ ଚର୍ଚ୍ଚା

ସାଲେପୁର, ୦୯/୦୭/୨୦୧୯ (ଓଡ଼ିଶା ସମାଚାର / ଅଭୟ ଜେନା)- ଦୁଇଦିନ ଧରି ଜନୈକ ଯୁବକର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ନେଇ ସାଲେପୁର ଅଂଚଳରେ ଚର୍ଚ୍ଚା ଜୋର ଧରିଛି । ପ୍ରକାଶ ଯେ ଭାଇରାଲ ଭିଡ଼ିଓରୁ ଜାଣିବାକୁ ମିଳୁଛି ଯେ ଗତ ୬ ତାରିଖ ବିଳମ୍ବିତ ରାତିରେ ଚନ୍ଦ୍ରାଦେଇପୁର ଅଂଚଳର  ଯୁବକ ଜଣକ ଅରବିନ୍ଦମାର୍ଗରେ ଥିବା ଜନୈକ ବ୍ୟକ୍ତିଘରେ ପଶି ଚୋରୀ କରିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକ ଉଠିପଡ଼ି ଯୁବକ ଜଣକୁ କାବୁ କରିବା ସହ ମାରଧର କରି ତା’ର ଭିଡ଼ିଓ ଉତୋଳନ କରି ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲେ । ଭିଡ଼ିଓ  ଜଣାପଡ଼ୁଛି ଯେ ଯୁବକ ଜଣକର ନାଁ କାଳିଆ ହୋଇଥିବା ବେଳେ ତାର ଘର ଚନ୍ଦ୍ରାଦେଇପୁର ଅଂଚଳରେ ଓ ସଂପୃକ୍ତ ଯୁବକ ନାଆଁରେ ସାଲେପୁର ଥାନାରେ ଏକାଧିକ ଚୋରୀମାମଲା ଥିବା ଜଣାଯାଇଛି । ଅପରପକ୍ଷରେ ଏହି ଘଟଣାକୁ ନେଇ ସାଲେପୁର ଥାନାରେ କୈାଣସି ମାଲା ରୁଜୁ ହୋଇନଥିବା ଜଣାଯାଇଛି । ଓଡ଼ିଶା ସମାଚାର

About admin

Check Also

ଅଭାବ ଅସୁବିଧା ଓ ଅବହେଳିତ ର ନିଛକ ପ୍ରତିଛବି : ମୌଳିକ ସୁବିଧାରୁ ବଞ୍ଚିତ ବଡ଼ିପଦର ଏବଂ ଗାହାଡାଡି ଗ୍ରାମବାସୀ 

   ବାଲିଗୁଡ଼ା, ୨୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ମହକୁମା …

Leave a Reply

Your email address will not be published. Required fields are marked *