Sunday , June 13 2021
Breaking News
Home / ବିଶେଷ / ସୋନମ କିନ୍ନରଙ୍କ ନିଆରା ଢଙ୍ଗରେ ବିଛରାମାତା ପୂଜା

ସୋନମ କିନ୍ନରଙ୍କ ନିଆରା ଢଙ୍ଗରେ ବିଛରାମାତା ପୂଜା

ଗଛ ଲଗାଇବା ଓ ପଲିଥିନ୍ ବ୍ୟବହାର ନ କରିବା ଉପରେ ଗୁରତ୍ୱ
ଭୁବନେଶ୍ୱର,୦୪/୧୦/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)-ଆଜି ଓଡ଼ିଶାର କିନ୍ନର ଗୁରୁ ସୋନମ କିନ୍ନରଙ୍କ ବିଛରାମାତା ପୂଜାକୁ ନିଆରା ଢଙ୍ଗରେ ସତ୍ୟନଗରସ୍ଥିତ ବ୍ଲାଇଣ୍ଡ ଆସୋସିଏସନଠାରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଓ ଓଡ଼ିଶା ବାହାରୁ ଶହ ଶହ କିନ୍ନର ଗୁରୁ ଓ ଶିଷ୍ୟମାନେ ଯୋଗ ଦେଇଥିଲେ । ଗତ ଫନି ମହାବାତ୍ୟାରେ ନଷ୍ଟ ହୋଇଥିବା ଗଛସବୁକୁ ଭରଣା କରିବା ପାଇଁ ନିଜ ନିଜ ଜିଲ୍ଲାରେ ବୃକ୍ଷ ରୋପଣ କରିବା ସହିତ ଏହାର ଯନô ନେବା ପାଇଁ ସମସ୍ତ କିନ୍ନର ନିଷ୍ପତିି ନେଇଥିଲେ ଏବଂ ଆଜିଠାରୁ ପଲିଥିନ୍ ବ୍ୟବହାର ନ କରିବା ପାଇଁ ଉପସ୍ଥିତ ଥିବା ସମସ୍ତ କନ୍ନର ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗ ଦେଇ କିନ୍ନରମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟ ଉପରେ ବିବରଣୀ ପ୍ରଦାନ କରିଥିଲେ ।ସଖିର ସଭାପତି ତଥା କିନ୍ନରମାନଙ୍କ ମୁଖ୍ୟ ଗୁରୁ ସୁଇଟି ସାହୁ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ କିନ୍ନରମାନଙ୍କ ବିଭିନ୍ନ ସମସ୍ୟା ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିବା ସହିତ ପଲିଥିନ୍ର ଅପବ୍ୟହାର ସମ୍ପର୍କରେ କିନ୍ନରମାନଙ୍କୁ ପରାମର୍ଶ ଦେବା ସହିିତ ପ୍ରତ୍ୟେକ କିନ୍ନର ବୃକ୍ଷ ରୋପଣ କରିବାକୁ ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ନିଖିଳ ଓଡ଼ିଶା କିନ୍ନର ଓ ତୃତୀୟଲିଙ୍ଗ ମହାସଂଘର ପ୍ରତିଷ୍ଠାତା ସଭାପତି ପ୍ରତାପ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଗୁରୁ ମାଧୁରୀ କିନ୍ନର, ସଖିର ଗୁରୁ ବିନିମା ଜ୍ୟୋତିରଞ୍ଜନ ଦାସ, ମେନକା କିନ୍ନର, ସୋନମ କିନ୍ନର, କବିତା, ତନିସ୍କା, ଖୁସି, ଗୁଦୁଲି, ଅନୁମା, କାଜଲ, ରେଖା, ରାକ୍ଷୀ, ଅନୁଷ୍କା, ଜଟଣୀର ଗୁରୁ ସୁଧା, ଲିପି, ବାଲୁଗାଁର ଗୁରୁ ପୁନମ, ଦେବକୀ, କଟକର ଗୁରୁ ମିଠି, ପାରାଦ୍ୱୀପର ଗୁରୁ ରାଧା, ପୁରୀର ଗୁରୁ ପୂଜା, ଶ୍ରୀକାକୁଲମର ଗୁରୁ ରୋଜା, ରାନି, ସିଆମ୍ଲା, ଅନୁଗୁଳୁର ଗୁରୁ ପ୍ରିୟା ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *