Thursday , June 24 2021
Breaking News
Home / ରାଜନୀତି / ସୁଷମା ସ୍ୱରାଜ ଙ୍କ ବିୟୋଗ ରେ ଭୁବନ ବିଜେପି ତରଫରୁ ଶୋକସଭା ଅନୁଷ୍ଠିତ

ସୁଷମା ସ୍ୱରାଜ ଙ୍କ ବିୟୋଗ ରେ ଭୁବନ ବିଜେପି ତରଫରୁ ଶୋକସଭା ଅନୁଷ୍ଠିତ

ଭୁବନ ୦୯/୦୮/୨୦୧୯(ଓଡ଼ିଶା ସମାଚାର /ସୁଶାନ୍ତ କୁମାର ପୋଥାଳ)-ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ସୁଷମା ସ୍ୱରାଜ ଙ୍କ ଅକାଳ ବିୟୋଗରେ ଭୁବନ ନଗରମଣ୍ଡଳ ବିଜେପି ତରଫରୁ ଗଭୀର ଶୋକ ପ୍ରକାଶ ପାଇଛି । ନଗର ମଣ୍ଡଳ ସଭାପତି ଭବାନୀ ଶଙ୍କର ବେହେରା ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପାଲାମଣ୍ଡପସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଶୋକ ସଭାରେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ଶତୃଘ୍ନ ଜେନା ଙ୍କ ସମେତ ଦିଲ୍ଲୀପ କୁମାର ଦାସ, ସନାତନ ପାତ୍ର, ଗଣେଶ୍ୱର ନାୟକ, ମାୟାଧର ଗୁରୁ, ପବିତ୍ର ସାହୁ, ଚୈତନ୍ୟ ପୃଷ୍ଟି, ଅଜୟ କୁମାର ସାହୁ, ଦୀପକ ବେହେରା, ରଂଜନ ବେହେରା, ଦିପନ ପୃଷ୍ଟି, ଅନନ୍ତ ସାହୁ, ନନ୍ଦ କିଶୋର ପାତ୍ର ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗିୟା ସୁଷମା ସ୍ୱରାଜ ଙ୍କ ସ୍ମୃତି ଚାରଣ କରିବା ସହିତ ଅମରଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

କନ୍ଧମାଳ ଛାତ୍ର କଂଗ୍ରେସ ତରଫରୁ ରାହୁଲ୍ ଗାନ୍ଧୀଙ୍କ ୫୧ ତମ ଜନ୍ମଦିନ ପାଳନ 

କନ୍ଧମାଳ,୨୦/୦୬/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ଯୁବକ ଓ ଛାତ୍ର ମାନଙ୍କର ଆଦର୍ଶ ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ର ପୂର୍ବତନ …

Leave a Reply

Your email address will not be published. Required fields are marked *