Friday , June 18 2021
Breaking News
Home / ରାଜନୀତି / ସୁର ଭାଇଙ୍କ ଜନ୍ମ ଉତ୍ସବ ପାଳିତ

ସୁର ଭାଇଙ୍କ ଜନ୍ମ ଉତ୍ସବ ପାଳିତ

ଭୁବନେଶ୍ୱର,୧୧/୦୮/୨୦୧୯(ଓଡ଼ିଶା ସମାଚାର)- ବରିଷ୍ଠ କଂଗେସ ନେତା ଜନମାନସରେ ପ୍ରତିଷ୍ଠିତ, ସମସ୍ତଙ୍କ ପ୍ରିୟ ବିଧାୟକ ଶନିବାର ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପୂର୍ବାହ୍ନରେ ବିଏମ୍ସି ହସପିଟାଲ, ଜଟଣୀ ହସପିଟାଲରେ ଓ ଲିଙ୍ଗରାଜ ମନ୍ଦିରଠାରେ ଫଳ ବଂଟନ, ମାଉସିମା ଛକଠାରେ ଭଜନ ସମାରୋହ ଓ ରକ୍ତଦାନ ଶିବିର କରାଯାଇଥିଲା । ସେହିପରି ରାମେଶ୍ୱର ପାର୍କଠାରେ ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା । ଶହ ଶହ ଶୁଭେଚ୍ଛୁ ତାଙ୍କୁ ଫୁଲତୋଡ଼ା ଦେଇ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ । ରାତିରେ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜୟକୃଷ୍ଣ ମଲିଆ, ଦିଲ୍ଲୀପ ମିଶ୍ର, ବିଷ୍ଣ ପ୍ରସାଦ ମୁଦୁଲି, କପିଳ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ । ଏଥିରେ ବିଭିନ୍ନ ଦଳର ଶତାଧିକ ରାଜନେତା ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଭେନ୍ଟିଲେଟର୍ ଆମ୍ବୁଲାନ୍ସ ଓ ମୁକ୍ତିରଥ ସେବା ଆରମ୍ଭ

ପାରାଦୀପ,୧୫/୦୬/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ପାଇଁ ବିଜେପ ନେତା ତଥା ସମାଜସେବୀ ସଂପଦ ସ୍ୱାଇଁ ଜୁନ ୭ତାରିଖରୁ ଆରମ୍ଭ …

Leave a Reply

Your email address will not be published. Required fields are marked *