Thursday , June 17 2021
Breaking News
Home / ବିଶେଷ / ସୁରକ୍ଷା ସମ୍ମାନ ପ୍ରଦାନ ଉତ୍ସବ ଓ ଜାତୀୟସ୍ତରୀୟ ଆଲୋଚନାଚକ୍ର

ସୁରକ୍ଷା ସମ୍ମାନ ପ୍ରଦାନ ଉତ୍ସବ ଓ ଜାତୀୟସ୍ତରୀୟ ଆଲୋଚନାଚକ୍ର

ଭୁବନେଶ୍ୱର, ୨୬/୦୧/୨୦୨୧ (ଓଡ଼ିଶା ସମାଚାର)- ଗ୍ଲୋରି ଅଫ୍ ଇଂଟରନ୍ୟାସନାଲ୍ ଫାଉଣ୍ଡେସନ୍ ଟ୍ରଷ୍ଟ(ଗିଫ୍ଟ୍୍) ପକ୍ଷରୁ ସ୍ଥାନୀୟ ରୋଟାରୀ ଭବନଠାରେ “ସୁରକ୍ଷା ସମ୍ମାନ’ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ “ମହିଳା ବିରୋଧୀ ଅପରାଧ ଏହାର କାରଣ ଓ ସୁରକ୍ଷା’ ଜାତୀୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଟ୍ରଷ୍ଟର ଅଧ୍ୟକ୍ଷା ଆଇନଜୀବୀ ସଙ୍ଗୀତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାସଂଦ ମୁଜିବୁଲ୍ଲା(ମୁନ୍ନା) ଖାଁ, ମୁଖ୍ୟ ବକ୍ତାଭାବେ ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁଲତା ଦେଓ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଚାରପତି କୃଷ୍ଣ ଚନ୍ଦ୍ର ରଥ, ଭୁବନେଶ୍ୱର ଓକିଲ ସଂଘର ସଭାପତି ମହମ୍ମଦ ଜିୱାଲ ହକ୍ ଓ ସମ୍ପାଦକ ରାଜ କିଶୋର ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ଆଲୋଚନାଚକ୍ରରେ ଭାଗ ନେଇଥିଲେ । ମହିଳାମାନଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଉଛି । ସୁସମାଜ ଗଠନ ଓ ସଚେତନ ଦ୍ୱାରା ମହିଳା ସୁରକ୍ଷା ରହିବା ସହ ସମାଜରେ ଅଧିକ ବିକାଶ କରିପାରିବେ ବୋଲି ଅତିଥିମାନେ ମତପୋଷଣ କରିଥିଲେ । ଏହି ଅବସରରେ ବିଭିନ୍ନ ଉଲ୍ଲେଖନୀୟ ଅବଦାନ ପାଇଁ ପୋଲିସ ଜୋନ୍-୨ ଏସିପି ବିଷ୍ଣୁ ପ୍ରସାଦ ପାତ୍ର, ଥାନା ଅଧିକାରୀ ବିଜୟନୀ ସିଂ, ସ୍ନାୟୁ ବିଭାଗ ଡକ୍ଟର ଶ୍ରୀକାନ୍ତ ସାହୁ, କୁଳବୃଦ୍ଧ ମଧୁବାବୁଙ୍କ ବିଷୟରେ ଆଲୋଚନା ଓ ମରଣୋର ଭରତରତ୍ନ ପାଇଁ ୮ଟି ରାଜ୍ୟରେ ଦସ୍ତଖତ ସଂଗ୍ରହ କରିଥିବା ଯୁବ ଆଇନଜୀବୀ ଲିଙ୍ଗରାଜ ସାହୁ, ରୋଟାରୀ ଇନରହୁ୍ୟଲର ସଭାପତି ସାଗରିକା ସାମଲ ସମାଜସେବା ପାଇଁ ରୁଦ୍ର ସାମନ୍ତରାୟ, ମନୋଜ ମହାନ୍ତି, ଶବ ବାହିକା ରିତୁରାଣୀ ସାମଲଙ୍କୁ ସୁରକ୍ଷା ସମ୍ମାନ ପ୍ରଦାନ କରାଯାଇଥିଲା । ଏଥିରେ ସସ୍ମିତା ମହାପାତ୍ର ସ୍ୱାଗତ ଭାଷଣ, ଖାରବେଳ ଐର ବୀବରଣୀ ପାଠ କରିଥିବା ବେଳେ ଦୀପକ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

୧ଜୁଲାଇ ସକାଳ ପର୍ୟ୍ୟନ୍ତ ରାଜ୍ୟରେ  ଆଂଶିକ ଲକଡାଉନ 

ଭୁବନେଶ୍ୱର,୧୬/୦୬/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶା ସରକାର କୋଭିଡ କଟକଣାକୁ ଆଂଶିକ କୋହଳ କରିଛନ୍ତି। ରାଜ୍ୟର ଯେଉଁ ସବୁ ଜିଲ୍ଲାରେ ପ୍ରଥମେ କୋଭିଡ …

Leave a Reply

Your email address will not be published. Required fields are marked *