Wednesday , August 4 2021
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ “ସମର୍ପଣ’ର ଦ୍ୱିତୀୟ ସଂଧ୍ୟାରେ ପାରମ୍ପାରିକ ସୁଫି କଲାମ ସହିତ ବଙ୍ଗଳା ସଙ୍ଗୀତ ନଜରୁଲ ଗୀତି ପରିବେଷଣ

ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ “ସମର୍ପଣ’ର ଦ୍ୱିତୀୟ ସଂଧ୍ୟାରେ ପାରମ୍ପାରିକ ସୁଫି କଲାମ ସହିତ ବଙ୍ଗଳା ସଙ୍ଗୀତ ନଜରୁଲ ଗୀତି ପରିବେଷଣ

ଭୁବନେଶ୍ୱର, ୨୨/୦୩/୨୦୨୧(ଓଡ଼ିଶା ସମାଚାର)-ଭୁବନେଶ୍ୱର ମ୍ୟୁଜିକ ସର୍କଲ ଦ୍ୱାରା ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ “ସମର୍ପଣ’ ର ଦ୍ୱିତୀୟ ସଂଧ୍ୟାରେ ଦେଖିବାକୁ ମିଳିଥିଲା ପାରମ୍ପାରିକ ସୁଫି କଲାମ ଏବଂ କାଜି ନଜୁରୁଲ ଇସଲାମ ଙ୍କ ଦ୍ୱାରା ରଚିତ ନଜରୁଲ ଗୀତି ।

ସଂଧ୍ୟାର ପ୍ରଥମ ପରିବେଷଣ ଥିଲା ଜନାବ ରାଜବ ଅଲ୍ଲୀ ଭାରତୀଙ୍କ ଦ୍ୱାରା ପାରମ୍ପାରିକ ସୁଫି କଲାମ ପରିବେଷଣ । ସୁଫି କଲାମ ଏକ ଭକ୍ତି ଗୀତର ଏକ ରୂପ, ଯାହା ଆତ୍ମାଙ୍କ ଉନ୍ନତି ପାଇଁ ସାମା ମେହଫିଲରେ ଗାନ କରାଯାଏ । ଏହାର ଏକ ଦୀର୍ଘ ପରମ୍ପରା ରହିଆସିଛି ଯାହା କୱାଲି, କାଫି, ତରାନା, ଖାୟଲ ଏବଂ ଅନ୍ୟାନ୍ୟ ଧାରା ସହିତ ମିଶ୍ରିତ । ତାଙ୍କର ପ୍ରଥମ କଲାମ ଥିଲା ଇସ୍କ ମେ ନେହି ମିଲତା ଏବଂ ପରେ ପରେ ମନୱା ହୋ ୟା ଫକିର, ସଇୟାଁ ମୋରା ମୁଁ ସେ ବୋଲେ ନା, କି ଜାଣା ନା କୋଇ ରେ ବାବା, ସାଁସୋ କି ମାଲା ମେ ସିମରୁନ ମେ ତେରା ନାମ, ମୁଝେ ଖେର ମାଙ୍ଗା ଆଦି ପରିବେଷଣ କରିଥିଲେ । ଜନାବ ରାଜବ ଅଲ୍ଲି ଭାରତୀଙ୍କ ଗଜଲ ଏବଂ ସୁଫି ସଙ୍ଗୀତର ଚମକ୍ରାର ଗାୟନ ଦର୍ଶକମାନଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା । ତାଙ୍କ ସହ ଗିଟାରରେ ଶ୍ରୀ ହିତେଶ ମିଶ୍ର ଏବଂ ତବଲାରେ କୁମାର ଜେନା ଯୋଗ ଦେଇଥିଲେ ।

ସଂଧ୍ୟାର ଶେଷ ପରିବେଷଣ ଥିଲା ଡ଼କ୍ଟର ସୋହିନୀ ବସୁଙ୍କ ଦ୍ୱାରା ନାଜରୁଲ ଗୀତି । ନାଜରୁଲ ଗୀତି କବି କାଜୀ ନାଜରୁଲ ଇସଲାମଙ୍କ ଦ୍ୱାରା ଲିଖିତ ଏବଂ ରଚିତ ଗୀତଗୁଡ଼ିକୁ ସାଧାରଣ ଲୋକମାନଙ୍କ ଚିନ୍ତାଧାରା ଉପରେ ଲେଖିବା ବ୍ୟତୀତ ସେ ଦାର୍ଶନିକ, ଆଧ୍ୟାତ୍ମିକ ଏବଂ ରୋମାଂଟିକ ବିଷୟବସ୍ତୁ ଉପରେ ଗୀତ ମଧ୍ୟ ଲେଖିଥିଲେ । ତାଙ୍କର ରଚିତ ଗୀତ ବାଙ୍ଗଲାଦେଶ ଓ ଭାରତରେ ଲୋକମାନଙ୍କ ଦ୍ୱାରା ବେଶ ପରିଚିତ । ଡ଼କ୍ଟର ବସୁଙ୍କ ଦ୍ୱାରା ପରିବେସିତ ନାଜରୁଲ ଗୀତି ଦର୍ଶକମାନଙ୍କୁ ଏକ ଆଧ୍ୟାତ୍ମିକ ଓ ରୋମାଂଟିକ ମିଜାଜକୁ ନେଇଯାଇଥିଲା । ତାଙ୍କ ସହ ତବଲାରେ ଡ଼କ୍ଟର ତାପଶ ପାଲ, ହାରମୋନିୟମରେ ପିଂଟୁ ରୟ, ଗିଟାରରେ ଭବତୋଶ ମହାନ୍ତି ଏବଂ ତାନପୁରାରେ ଚନ୍ଦନ ଭଟ୍ଟାଚାର୍ଯ୍ୟ ଥିଲେ ।

ସଂଧ୍ୟାର ଅତିଥିମାନେ ଥିଲେ ଆଇ.ସି.ସି.ଆର.ର ନିର୍ଦ୍ଧେଶିକା ମୀନାକ୍ଷୀ ମିଶ୍ର; ଏଲ.ଆଇ.ସିର କାର୍ଯ୍ୟନିର୍ବାହି ନିର୍ଦ୍ଧେଶକ ସିନ୍ଧୁବାଲା ଚୋ÷ଧୁରୀ ଏବଂ ଭୁବନେଶ୍ୱର ମୁ୍ୟଜିକ୍ ସର୍କଲର ସଭାପତି ଅରବିନ୍ଦ ବେହେରା । କାର୍ଯ୍ୟକ୍ରମଟିକୁ ସଂଚାଳନା କରିଥିଲେ ମୀରା ପଣ୍ଡା । ଓଡ଼ିଶା ସମାଚାର

About admin

Check Also

ହରିପୁର ଦୋଳମୁଣ୍ଡାଇ ଶ୍ରୀଜୀଉଙ୍କ ବାହୁଡୁଡ଼ା ଯାତ୍ରା

କଟକ, ୨୧/୦୭/୨୦୨୧(ଓଡ଼ିଶା ସମାଚାର)- ହରିପୁର ଦୋଳମୁଣ୍ଡାଇ ସ୍ଥିତ ଶ୍ରୀଶ୍ରୀ ପତିତପାବନ ଜୀଉ ମାନଙ୍କ ବାହୁଡା ଯାତ୍ରା କେନ୍ଦ୍ର ସରକାର ଓ …

Leave a Reply

Your email address will not be published. Required fields are marked *