Friday , June 18 2021
Breaking News
Home / ବିଶେଷ / ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତିଙ୍କ ଦାମନଯୋଡି ଗସ୍ତ

ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତିଙ୍କ ଦାମନଯୋଡି ଗସ୍ତ

ଦାମନଯୋଡି,୦୧/୧୦/୨୦୧୯ (ଓଡ଼ିଶା ସମାଚାର)- ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଗୋପାଳବଲ୍ଲଭ ପଟ୍ଟନାୟକ ସସ୍ତ୍ରୀକ ଦାମନଯୋଡି ଗସ୍ତରେ ଆସିଥିଲେ । କୋରାପୁଟ ଜିଲା ନାଲକୋ ଦାମନଯୋଡିର ପଂଚପଟମାଳି ବକ୍ସସାଇଟ ଖଣି ଏବଂ ପରିଶୋଧନ ପ୍ରକଳ୍ପ ବୁଲି ଦେଖିବା ସହ ପରିବେଶ ସୁରକ୍ଷା ଉପରେ ପଚାରି ବୁଝିଥିଲେ । ଦାମନଯୋଡି ପହଂଚିବା ପରେ ନାଲକୋର ଇଡି ଇଂ ରବିଶଙ୍କର ଦା. ମହାପ୍ରବନ୍ଧକ ଏଚଏଣ୍ଡଏ ଆରଏନ ଉପାଧ୍ୟକ୍ଷ, ଏଜିଏମ ଶଶାଙ୍କ ଶେଖର ସାହୁ, ଆଇନ ପ୍ରବନ୍ଧକ ସତ୍ୟଶୋଭନ ମଲ୍ଲିକ ପ୍ରମୁଖ ସୁପ୍ରିମକୋର୍ଟର ପୂର୍ବତନ ଜଷ୍ଟିସ ପଟ୍ଟନାୟକ ଏବଂ ତାଙ୍କ ସହଧର୍ମିଣୀଙ୍କୁ ଭବ୍ୟ ସ୍ୱାଗତ ଦିଆଯାଇଥିଲା । ହନୁମାନ ବାଟିକା, ସାଇ ମନ୍ଦିର ପ୍ରମୁଖ ପର୍ଯ୍ୟଟନ ସ୍ଥାନ ବୁଲାଇ ଦେଖାଇଥିଲେ । ଜଷ୍ଟିସ ପଟ୍ଟନାୟକ ନାଲକୋର ପରିବେଶ ପ୍ରଦୁ୍ୟଷଣ ପ୍ରତି ବ୍ୟାପକ ଧ୍ୟାନ ଦେଉଥିବାରୁ ସାଧୁବାଦ ଜଣାଇଥିଲେ । ଓଡ଼ିଶା ସମାଚାର

About admin

Check Also

ଓଡ଼ିଶା ମୋ ପରିବାର ଆନୁକୁଲ୍ୟରେ ସ୍ୱେଛାକୃତ ରକ୍ତଦାନ ଶିବିର 

ରଘୁନାଥପୁର,୧୮/୦୬/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ପୁରଣ ଓଡ଼ପଡ଼ାସ୍ଥିତ ପ୍ରମିଳା ମଣ୍ଡପରେ ଡଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର …

Leave a Reply

Your email address will not be published. Required fields are marked *