Wednesday , August 4 2021
Breaking News
Home / ବିଶେଷ / ସୁନାବେଡାରେ ଇଦ-ଉଲ-ଜୁହା

ସୁନାବେଡାରେ ଇଦ-ଉଲ-ଜୁହା

 

ସୁନାବେଡା,୧୩/୦୮/୨୦୧୯(ଓଡ଼ିଶା ସମାଚାର)- ତ୍ୟାଗ ଓ ବଳିଦାନର ପର୍ବ ଇଦ-ଉଲ- ଜୁହା ସୁନାବେଡାରେ ପାରମ୍ପାରିକ ରିତିନୀତିରେ ପାଳିତ ହୋଇଯାଇଛି । ସୁନାବେଡା ଏରୋନଟିକ୍ସ ମୁସଲିମ କଲଚରାଲ ଆସୋସିଏସନ ପକ୍ଷରୁ ସ୍ଥାନୀୟ ଟି-ଜୋନ ସ୍ଥିତ ଆରାଧନାସ୍ଥଳୀରେ ଆୟୋଜିତ ଇଦ ର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ମୁସଲମାନ ଭାଇମାନେ ଯୋଗ ଦେଇଥିଲେ । ଏହି ଅବସରରେ ହାଫିଜ ମହମ୍ମଦ ଇବ୍ରାହିମ ସ୍ୱତନ୍ତ୍ର ନମାଜ ପାଠ କରିବା ସହ ଉକ୍ତ ପବିତ୍ର ପର୍ବ ପାଳନ ଐତିହାସିକ ପୃଷ୍ଠଭୂମି ଉପରେ ଆଲୋକପାତ କରିଥିଲେ । ଏହି ଉପଲକ୍ଷେ ଦେଶରେ ଶାନ୍ତିର ବାତାବରଣ, ଭାଇଚାରା ଓ ସମସ୍ତଙ୍କ ମଙ୍ଗଳ ପାଇଁ ସମୂହ ପ୍ରାର୍ଥନା କରାଯାଇ ପରସ୍ପରକୁ ଇଦ ର ଶୁଭେଚ୍ଛା ଜଣାଇଛନ୍ତି । ମୁସଲିମ କଲଚରାଲ ଏସୋସିଏସନ ପକ୍ଷରୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଯାଇଛି । ଓଡ଼ିଶା ସମାଚାର

About admin

Check Also

ଗୁଳି ଫୁଟାଇ ଯୁବକଙ୍କଠୁ ଲୁଟିନେଲେ

ଭଦ୍ରକ ୦୪/୦୮/୨୦୨୧(ଓଡ଼ିଶା ସମାଚାର)- ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଆଦର୍ଶ ହରିପୁର ଅଂଚଳରେ ସୋମବାର ରାତିରେ ଜଣେ ଯୁବକଙ୍କୁ ଦୁର୍ବୃତମାନେ …

Leave a Reply

Your email address will not be published. Required fields are marked *