Wednesday , August 4 2021
Breaking News
Home / ବିଶେଷ / ସି.ଏସ.ଏନ.ଆର ତରଫରୁ ଭୁବନେଶ୍ବରର ବିଭିନ୍ନ ବସ୍ତି ଅଞ୍ଚଳରେ ଶୁଖିଲା ଖାଦ୍ୟ ବଣ୍ଟନ  

ସି.ଏସ.ଏନ.ଆର ତରଫରୁ ଭୁବନେଶ୍ବରର ବିଭିନ୍ନ ବସ୍ତି ଅଞ୍ଚଳରେ ଶୁଖିଲା ଖାଦ୍ୟ ବଣ୍ଟନ  

ଭୁବନେଶ୍ୱର,୦୪/୦୭/୨୦୨୧(ଓଡ଼ିଶା ସମାଚାର)- କୋଭିଡ ମହାମାରୀର ଦ୍ବିତିୟ ଲହର ଚାଲିଥିବା ବେଳେ ସରକାରଙ୍କର ଲକଡାଉନ୍ ,ସଟଡାଉନ କଟକଣା ଚାଲିଛି । ଅନେକ ଲୋକ ନିଜର ବ୍ୟବସାୟ ହରାଇଲେଣି ଓ ଅନେକଙ୍କ ରୋଜଗାର ବାଧାପ୍ରାପ୍ତ ମଧ୍ୟ ହୋଇଛି ।

ବିଶେଷକରି ବସ୍ତିବାସିନ୍ଦା ମାନେ ମୁଖ୍ୟତଃ ଅଧିକ ପ୍ରଭାବିତ ହେଉଛନ୍ତି । ଏହାକୁ ନଜରରେ ରଖି  ସାମାଜିକ ଅନୁଷ୍ଠାନ ସି.ଏସ.ଏନ.ଆର ଦ୍ଵାରା  ଭୁବନେଶ୍ବର ସ୍ଥିତ ୧୧ଟି ବସ୍ତି ଅଞ୍ଚଳରେ ଶୁଖିଲା ଖାଦ୍ୟ ବଣ୍ଟନ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ଜୁଲାଇ ୧ ତାରିଖରୁ ଲଗାତାରଭାବେ ଚାଲିଅଛି ।

ସିଏସଏନଆର  କାର୍ଯ୍ୟରତ  ଅଞ୍ଚଳ ଗୁଡିକ ଯଥା : ବନଫୁଲ , ମା ମଙ୍ଗଳା , ସରସ୍ବତୀ , ଶ୍ରୀକୃଷ୍ଣ ନଗର , ଶିଖରଚଣ୍ଡି ନଗର , ଧିରୂକୁଟି, ପଣ୍ଡାକୁଦିଆ , ନାକାଗେଟ ବସ୍ତି ଇତ୍ୟାଦି ଅନ୍ତର୍ଭୁକ୍ତ ଅଛନ୍ତି ।  କରୋନାରେ ଅତ୍ୟଧିକ ପ୍ରଭାବିତ ହୋଇଥିବା ପରିବାର , ଭିନ୍ନକ୍ଷମ ବ୍ୟକ୍ତି, ଅସହାୟ ଏବଂ ଶିଶୁ ମାନଙ୍କୁ ଅଧିକ ଗୁରୁତ୍ଵ ଦିଆଯାଉଛି । ସମୁଦାୟ ୪୦୦୦ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ବିଭିନ୍ନ ବସ୍ତିର ଲିଡର ମାନଙ୍କ ସହଯୋଗକ୍ରମେ ସିଏସଏନଆର ଆନୁଷ୍ଠାନର କୋଡିନେଟର ସୁଜାତା ବଳବନ୍ତରାୟ , ପଲ୍ଲୀଶ୍ରୀ ଦାଶ ଏବଂ ଶୁଭ୍ରଜ୍ୟୋତିଙ୍କ ଦ୍ଵାରା ଖାଦ୍ୟ ପ୍ଯାକେଟ ମାନ ବିତରଣ କରାଯାଉଛି। ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ଜିଲ୍ଲାରେ ରାସ୍ତା ଦୁର୍ଘଟଣା : ମୃତ ଶ୍ରମିକଙ୍କ ଶବ ରଖି ଜଗତସିଂହପୁର ଜିଲ୍ଲାରେ କ୍ଷତି ପୂରଣ ଦାବି କେତେ ଯୁକ୍ତିଯୁକ୍ତ

ପାରାଦୀପ ୦୩/୦୮/୨୦୨୧(ଓଡ଼ିଶା ସମାଚାର)- ଗତ ଜୁଲାଇ ଦୁଇ ତାରିଖ ସକାଳେ କେନ୍ଦ୍ରପଡା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ନୂଆଗାଁ ର …

Leave a Reply

Your email address will not be published. Required fields are marked *