Sunday , June 13 2021
Breaking News
Home / ବିଶେଷ / ସିରିଡ଼ି ସାଇ ସେବା ପ୍ରତିଷ୍ଠାନର ୪ର୍ଥ ବାର୍ଷିକ ଉତ୍ସବ 

ସିରିଡ଼ି ସାଇ ସେବା ପ୍ରତିଷ୍ଠାନର ୪ର୍ଥ ବାର୍ଷିକ ଉତ୍ସବ 

ରଘୁନାଥପୁର, ୨୮/୦୧/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ତଅଁରା ପଂଚାୟତ ଶାଳିଜଙ୍ଗାସ୍ଥିତ ସିରିଡ଼ି ସାଇ ସେବା ପ୍ରତିଷ୍ଠାନ ପକ୍ଷରୁ ୪ର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଉଅଛି । ଏହି ଅବସରରେ ଆଜି ତାରପୁର ଶ୍ରୀ ରାମ ମନ୍ଦିର ନିକଟ ମହାନଦୀ ଘାଟରୁ ଏକ ହଜାର ୧ କଳସ ଜଳ ସଂଗ୍ରହ କରି ଏକ ଶୋଭାଯାତ୍ରା ଆରମ୍ଭ କରାଯାଇ ମହାଆଡ଼ମ୍ବରରେ ଦୀର୍ଘ ୩ କିଲୋମିଟର ବାଟ ଅତିକ୍ରମ କରି ଅଂଚଳର ମହିଳାମାେନେ ସାଇ ମନ୍ଦିର ପରିସରରେ ପହଂଚିଥିଲେ । ସେଠାରେ ତାଙ୍କୁ ମନ୍ଦିର ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହାପରେ ଶୁକ୍ରବାର ଦିବା ୮ ଟା ରୁ ମହା ପୂଜା ଓ ଯଜ୍ଞ ଆାରମ୍ଭ କରାଯିବା ସହିତ ଶନିବାର ଦିନ ଯଜ୍ଞ ସମାପନ , ପୂର୍ଣ୍ରହୂତି ଓ ଅପରାହ୍ନ ସାଢ଼େ ୫ ଟାରେ ପ୍ରତିଷ୍ଠାନ ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ୩ ଦିନ ବ୍ୟାପି ଏହି ଉତ୍ସବ ଅନୁଷ୍ଠିତ ହେବାକୁ ଥିôଲାବେଳେ ଆଖ ପାଖ ଅଂଚଳର ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମକୁ ଲକ୍ଷ ରଖି ପ୍ରତିଷ୍ଠାନ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି । ସୂଚନାଯୋଗ୍ୟ କି ଏହି ଉତ୍ସବ ରେ ସରକାରଙ୍କ ଦ୍ୱାରା ସମସ୍ତ କୋଭିଡ଼ ଗାଇଡ଼ଲାଇନ୍ ସହିତ ସମ ଦୂରତା ଅବଲମ୍ବନ , ମାସ୍କ ପରିଧାନ ସହିତ ସାନିଟାଇଜେସନ୍ କରିବାକୁ ବାଧ୍ୟତାମୂଳକ କରାଯାଇଛି ।  ଏଥିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ ସାଇନାଥଙ୍କ କୃପା ଲାଭ କରିବାକୁ ଅନୁଷ୍ଠାନର ସ୍ଥାୟୀ ସଭାପତି  ତଥା ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ , ମୁଖ୍ୟ ଟ୍ରଷ୍ଟି ବିଜୟ କୁମାର ପାଲଟାସିଂ, ସମ୍ପାଦକ ଇଂ ବାବାଜୀ ଚରଣ ଜେନା, କୋଷାଧ୍ୟକ୍ଷ ପାର୍ଥଶଖା ପାଲଟାସିଂ , ଉପଦେଷ୍ଟା ଦିଲିପ କୁମାର ରଥ, ଡ଼େଜାଲିନ୍ ମହାପାତ୍ର, ବଟକୃଷ୍ଣ ନାୟକ,ଡ଼ ସୁରେନ୍ଦ୍ରନାଥ ମହାପାତ୍ର, ଗଙ୍ଗାଧର ଜେନା,ପ୍ରକାଶ ଜେନା ପ୍ରମୁଖ ନିବେଦନ କରିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *