Monday , June 14 2021
Breaking News
Home / ବିଶେଷ / ସିଦ୍ଧଳ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସମ୍ବର୍ଦ୍ଧନା

ସିଦ୍ଧଳ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସମ୍ବର୍ଦ୍ଧନା

ଜଗତସିଂହପୁର, ୧୧/୦୭/୨୦୧୯ (ଓଡ଼ିଶା ସମାଚାର/ ଲିଲନପ୍ରଭା ପାଢ଼ୀ)- ସିଦ୍ଧଳ ଠାରେ ରଥଯାତ୍ରା ଅବସରରେ ହେରାପଂଚମୀ ସନ୍ଧ୍ୟାରେ ବଳଦେବଜୀଉଙ୍କ ପୀଠରେ ହେରାପଂଚମୀ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ବିଭାଗ ଓ ବଳଦେବଜୀୟୁ ଟ୍ରଷ୍ଟ ଆନୁକୂଲ୍ୟରେ ମାତୃକୃପା ଭଜନ ସାଗର  ଦ୍ୱାରା ଭଜନ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା ।  ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ ଓ ଜିଲ୍ଲା ଜାତୀୟ ସ୍ୱାସ୍ଥ୍ୟ ମିଶନର ଉପପରିଚାଳକ ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ସୁକାନ୍ତ କୁମାର ପ୍ରଧାନ ଉପସ୍ଥିତ ରହି ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଆଧ୍ୟାତ୍ମିକତାର ଅନେଗ ଦିଗ ବିଷୟରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମକୁ ବଳଦେବଜୀୟୁ ଟ୍ରଷ୍ଟର ସଂପାଦକ ଜ୍ୟୋତିରଂଜନ ପରିଡା, ସଭାପତି କାଳିକିଙ୍କର ଆଚାର୍ଯ୍ୟ,ପ୍ରଫୁଲ କୁମାର ସାହୁ ଓ ସୁରେନ୍ଦ୍ର ନାଥ ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ପଟ୍ଟନାୟକ ଓ ଉପପରିଚାଳକ ତଥା କବି ସୁକାନ୍ତ କୁମାରଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରିବା ସହିତ କଣ୍ଠଶିଳ୍ପୀ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରେ ଜଣେ ଗିରଫ

  କନ୍ଧମାଳ, ୧୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ …

Leave a Reply

Your email address will not be published. Required fields are marked *