Tuesday , June 15 2021
Breaking News
Home / ଶିକ୍ଷା / ସିଓଆର କୁ ନେଇ ପ୍ରାଇଭେଟ ସ୍କୁଲ ଆସୋସିଏସନ୍ ର ଉଦବେଗ

ସିଓଆର କୁ ନେଇ ପ୍ରାଇଭେଟ ସ୍କୁଲ ଆସୋସିଏସନ୍ ର ଉଦବେଗ

ରଘୁନାଥପୁର,୨୮/୦୭/୨୦୧୯(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ତାରପୁରସ୍ଥିତ ମା ନାରାୟଣୀ ମନ୍ଦିର ପରିସରରେ ପ୍ରାଇଭେଟ ସ୍କୁଲ ଆସୋସିଏସନ୍ ପକ୍ଷରୁ  ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଘରୋଇ ବିଦ୍ୟାଳୟ ଗୁଡ଼ିକୁ  ସରକାରୀ ସ୍ତରରେ ପ୍ରଦାନ କରାଯାଉଥିବା ସିଓଆର (ସାର୍ଟିଫିକେଟ ଅଫ ରେକଗନାଇଜେସନ୍)  ନେଇ ଉଦବେଗ ପ୍ରକାଶ ପାଇଛି ।  ଜିଲା ସଂଘର ସଭାପତି ଚିତରଂଜନ ରାଉତ ଅଧ୍ୟକ୍ଷତା କରିଥିବାବେଳେ ସମ୍ପାଦକ ଜ୍ୟୋତିରଂଜନ ସାହୁ,ଯୁଗ୍ମ ସମ୍ପାଦକ ଅମୂଲ୍ୟ ଦେବଦାସ ଉପସ୍ଥିତ ରହି  ଜିଲାରେ ଥିବା ବିଭିନ୍ନ ଘରୋଇ ବିଦ୍ୟାଳୟ ପ୍ରତି  ସରକାରଙ୍କ ବୈମାତୃକ ମନୋଭାବ ଉପରେ ଟିପଣୀ ରଖିଥିଲେ । ଉପଦେଷ୍ଟା ପ୍ରାଣକୃଷ୍ଣ ନାୟକ ଉଦେଶ୍ୟମୂଳକ ଭାବେ ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଜିଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ  ସିଓଆର ପ୍ରଦାନ କରାନଯିବା ନେଇ କ୍ଷୋଭ ପ୍ରକାଶ କରିଥିଲେ । ଏପରିକି ଅନେକ ସରକାରୀ ସ୍କୁଲ ରେ ଭିତିଭୂମି ନଥାଇ ଶିକ୍ଷାଦାନ ଜାରି ରହିଥିବାବେଳେ କେତେକ ଘରୋଇ ବିଦ୍ୟାଳୟରେ  ଭିତିଭୂମି ଓ ଆନୁସଙ୍ଗିକ ବିଧି ବ୍ୟବସ୍ଥା ଥାଇ ସୁଧା ସେମାନଙ୍କୁ ୧ ବର୍ଷିଆ ସିଓଆର ପ୍ରଦାନ କରାଯିବାରେ ଅବହେଳା କରାଯାଉଥିବା ସମ୍ପର୍କରେ ବୈଠକରେ ଦୃଢ଼ ଅଭିଯୋଗ ଯୋଇଥିଲା । ଯାହା ଫଳରେ ଆର୍ଥିକ ଅନଗ୍ରସର ତଥା ଜନଜାତି ଓ ଉପଜାତି ଶ୍ରେଣୀର ଛାତ୍ର ଛାତ୍ରୀମାନେ ୨୫ ପ୍ରତିଶତ ଶିକ୍ଷା ଖର୍ଚ୍ଚ ପାଇପାରୁନଥିବା ବୃତି ଓ ନବୋଦୟ ପରୀକ୍ଷାରୁ ବଂଚିତ ହେଉଥିବାର ବୈଠକରେ ମତ ପ୍ରକାଶ ପାଇଥିଲା । ଜିଲା ଶିକ୍ଷା ଅଧିକାରୀଙ୍କ  ଅନ୍ୟାୟସଙ୍ଗତ କାର୍ଯ୍ୟକୁ  ପ୍ରତିବାଦ କରାଯିବା ସହ ଆଗାମୀ ଦିନରେ ଶିକ୍ଷକ , ଅଭିଭାବକ ଓ ଅଂଚଳର ବୁଦ୍ଧିଜିବିମାନେ ଆନ୍ଦୋନକୁ ଓହ୍ଲାଇବେବୋଲି ଶ୍ରୀ ରାଉତ ମନ୍ତବ୍ୟ ରଖିଥିଲେ ।  ଏହି ଅବସରରେ ରଘୁନାଥପୁର ବ୍ଲକ୍ ପ୍ରାଇଭେଟ ସ୍କୁଲ ଆସୋସିଏସନ୍ କର୍ମକର୍ତା ଚୟନ କରାଯାଇଥିଲା ।  ସଭାପତି ଭାବେ ରୂପେନ୍ଦ୍ର ମିଶ୍ର, ଉପସଭାପତି ଦେବାଶିଷ ରାୟ,ସମ୍ପଦକ ସାରଦା ପ୍ରସନ୍ନ ଦାସ,  ଯୁଗ୍ମ ସମ୍ପାଦକ ମିତାଂଜଳି ନାୟକ, କୋଷାଧ୍ୟକ୍ଷ ଭାବେ ଚନ୍ଦ୍ରଶେଖର ଲେଙ୍କା ମନୋନୀତ ହୋଇଥିଲେ । ଏହି ବୈଠକରେ ପ୍ରଭାକର ବାରିକ, ହିମାଂଶୁ ଶେଖର ବେହେରା,  ନଳିନୀପ୍ରଭା ଭୂୟାଁ, ଜ୍ୟୋତିରଂଜନ ପରିଡ଼ା, ଗୋପାଳ ଚନ୍ଦ୍ର ସାହୁ , ଉମେଶଚନ୍ଦ୍ର ମହାପାତ୍ର,  ନାରାୟଣ ଭୋଇ,  ରମେଶ ଚନ୍ଦ୍ର ଖୁଂଟିଆଙ୍କ ସମେତ ୨୫ ଗୋଟି ସ୍କୁଲ ର ଶିକ୍ଷକ ଶିକ୍ଷୟୀତ୍ରୀ ଉପସ୍ଥିତ ଥିଲେ । ନବ ନିର୍ବାଚିତ ସଭାପତି ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ, ୦୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ …

Leave a Reply

Your email address will not be published. Required fields are marked *