Saturday , July 31 2021
Breaking News
Home / ବିଶେଷ / ସିଏମସି ସାଜିଛି ଅନ୍ଧର ଲହୁଡ଼ି

ସିଏମସି ସାଜିଛି ଅନ୍ଧର ଲହୁଡ଼ି

କଟକ ୨୪/୦୫/୨୦୨୧(ଓଡ଼ିଶା ସମାଚାର / ଦେବାଶିଷ ରଥ)- ମହାମାରୀର କରୁଣ କାହାଣୀ ଭିତରେ, ଜୀବନ ଜୀବିକାକୁ ଗୁରୁତ୍ୱ ଦେଇଆସିଥିବା ରାଜ୍ୟ ସରକାର ଏବଂ ସମସ୍ତ ପୌରପାଳିକାଙ୍କ କାର୍ୟ୍ୟ ପ୍ରଶଂସନୀୟ ।ସେହି କ୍ରମରେ ମୂର୍ତ୍ତୃ ସଂଜୀବନି କୁ ଜୋରଦାର କରି,ଲୋକ ମାନକଙ୍କର ଅମୁଲ୍ୟ ଜୀବନ ବଞ୍ଚାଇବା ପାଇଁ ପଣ କରିଥିବା କଟକ ମ୍ୟୁନିସିପାଲଟି ତରଫରୁ ଆଜି ୪୭ନମ୍ବର ୱାର୍ଡ ଅନ୍ତର୍ଗତ ମହାନଦୀ ବିହାର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଟୀକା କାରଣ ବ୍ୟବସ୍ଥା କରାଯାଇଛି । ପ୍ରାୟ ୪୦୦ରୁ ଉର୍ଦ୍ଧ୍ବ ଟୀକା କରଣ କରାଯାଇଥିବା ଜଣାପଡିଛି । ସିଏମସି ଅଧିକାରୀ ଶ୍ରୀ ଆଦିତ୍ୟ ନାରାୟଣ ମିଶ୍ର (ଜେ.ଇ) ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ସଂଜୀବନି କରଣରେ ଅଧିକାରୀ ଙ୍କ ସହ ସିଏମସି ପକ୍ଷରୁ ବସନ୍ତ କୁମାର ଦାସ,ତନ୍ଦ୍ର ସହ୍ନ ଜେନା ,ଲଷ୍ମୀପ୍ରିୟା ଦାସ ପ୍ରମୁଖ ଆଗଧାଢ଼ିର କରୋନା ଯୋଦ୍ଧା ମାନେ ମିଶି କରୋନା ମୁକ୍ତ ମହାନଦୀ ବିହାର ଗଢିବାରେ ସହାୟକ ହୋଇଛନ୍ତି । ଆସନ୍ତା କାଲି ମଧ୍ୟ ଏହି ଟିକାରଣ କରାଯିବା ନେଇ ସିଏମସି ଅଧିକାରୀ ଶ୍ରୀ ଆଦିତ୍ୟ ନାରାୟଣ ମିଶ୍ର ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଚିକିତ୍ସାଧିନ ଶ୍ରମିକଙ୍କୁ ସହାୟତା

କେନ୍ଦ୍ରାପଡ଼ା, ୩୧/୦୭/୨୦୨୧(ଓଡ଼ିଶା ସମାଚାର)- ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା …

Leave a Reply

Your email address will not be published. Required fields are marked *