Monday , June 14 2021
Breaking News
Home / ବିଶେଷ / ସିଏମସି ର ପ୍ୟାରେଂଟ ଏ ଟ୍ରି ଯୋଜନାର ଶୁଭାରମ୍ଭ – ୬ ହଜାର ଚାରା ରୋପଣ କରାଯିବ

ସିଏମସି ର ପ୍ୟାରେଂଟ ଏ ଟ୍ରି ଯୋଜନାର ଶୁଭାରମ୍ଭ – ୬ ହଜାର ଚାରା ରୋପଣ କରାଯିବ

କଟକ, ୦୬/୦୭/୨୦୧୯ (ଓଡ଼ିଶା ସମାଚାର)- ସାମୁଦ୍ରିକ ଝଡ଼ ଫଣିରେ କଟକ ସହରରେ ନଷ୍ଟ ଯୋଇଥିବା ବୃକ୍ଷ ର ଭରଣା କରିବା ପାଇଁ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ  ଏକ ଅଭିନବ ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନାରେ ୬ ହଜାର ଚାରା ରୋପଣ କରାଯିବ ଓ ପ୍ୟାରେଂଟ ଏ ଟ୍ରି ଅର୍ଥାତ ଗୋଟିଏ ଚାରାର ଜଣେ  ଅଭିଭାବକ ସୃଷ୍ଟି କରାଯିବ । ସେ ତାଙ୍କ ଚାରାର ରକ୍ଷଣାବେକ୍ଷଣ ପ୍ରତି ଯତ୍ନାବାନ ହେବେ । ବନ ମହୋତ୍ସବ ଅବସରରେ ଶୁକ୍ରବାର ଦିନ ଏହି ଯୋଜନାର ତୁଳସୀପୁର ମଧୁକୁଂଜ ପାର୍କ ଠାରେ ଶୁଭାରମ୍ଭ କରାଯାଇଛି । କଟକ ମହାନଗର ନିଗମ ର କମିଶନର ଅନନ୍ୟା ଦାସ ଚାରା ରୋପଣ କରି ଜନସାଧାରଣଙ୍କୁ ନିଜ ପିଲାର ଯତ୍ନ ନେବାଳ ଭଳି ଚାରାର ଯତ୍ନ ନେବା ପାଇଁ କହିବା ସହିତ ସହରରେ ୬ ହଜାର କରଂଜ,ବଉଳ, ଜାମୁ,ଅର୍ଜୁନ,ହରିଡ଼ା, ବାହାଡ଼ା,ଅଶୋକ, କାଠ ଚମ୍ପା,ଡ଼ିମିରି ଭଳି ବାତ୍ୟା ପ୍ରତିରୋଧକ ଚାରା ରୋପଣ କରାଯିବା ଲକ୍ଷ ରଖାଯାଇଥିବା କହିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱୁଲ ଓ କଲେଜ ଛାତ୍ର ଛାତ୍ରୀ , ଯୁବ ଗୋଷ୍ଠି, ସାହି , ବସ୍ତି ବେସରକାରୀ ସଂସ୍ଥା ସାମିଲ ହୋଇ ପ୍ୟାରେଂଟ ଏ ଟ୍ରି ଯୋଜନାରେ ସାମିଲ ହେଲେ ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି କହିଥିଲେ । ସିଟି ଫରେଷ୍ଟର ମଦମ ମୋହନ ଦାସ,ଡ଼ିଆରଡ଼ିଏ ପ୍ରକଳ୍ପ ନିର୍ଦ୍ଦେଶକ ମହମ୍ମଦ ଅବଦୁଲ ଅଖତାର, ଅତିରିକ୍ତ ଜିଲାପାଳ ବିଜୟ କୁମାର ଖଣ୍ଡାୟତରାୟ, ଶ୍ରୀକାନ୍ତ ତରାଇ,ସିଏମସି ଅତିରିକ୍ତ କମିଶନର ଜୟନ୍ତ ନାରାୟଣ ଷଢ଼ଙ୍ଗୀ,ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଗୋପାଳ ନନ୍ଦ,ଡ଼ଃ ମନୋରାମା ମହାପାତ୍ର,ନମିତା ପଣ୍ଡା,ପ୍ରମୋଦ ମହାପାତ୍ର,ଡ଼ଃ ମଂଜୁଶ୍ରୀ ପଟ୍ଟନାୟକ, ସିଏମସି ଓ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ଚାରା ରୋପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରେ ଜଣେ ଗିରଫ

  କନ୍ଧମାଳ, ୧୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ …

Leave a Reply

Your email address will not be published. Required fields are marked *