Thursday , June 17 2021
Breaking News
Home / ଶିକ୍ଷା / ସାଲେପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବାର୍ଷିକ ଜ୍ଞାନବିଜ୍ଞାନ ମେଳା

ସାଲେପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବାର୍ଷିକ ଜ୍ଞାନବିଜ୍ଞାନ ମେଳା

ସାଲେପୁର ,୨୧/୦୮/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା): ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସାଲେପୁରର ବାର୍ଷିକ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ପ୍ରାଧ୍ୟାପିକା ଲକ୍ଷ୍ମୀପ୍ରିୟା ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସଂପାଦକ  ଦେବେନ୍ଦ୍ର ନାଥ ପଣ୍ଡା ଶିଶୁମାନଙ୍କୁ ବିଜ୍ଞାନର ଉପାଦେୟତା ସମ୍ବନ୍ଧରେ  ମାର୍ଗଦର୍ଶନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶଙ୍କର୍ଷଣ ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିବା ସଂଗେ ସଂଗେ ବିଜ୍ଞାନ ମେଳାର ଆଭିମୁଖ୍ୟ ସଂପର୍କରେ ଆଲୋଚନା କରିଥିଲେ । ଉକ୍ତ ବିଜ୍ଞାନ ମେଳାରେ ଶିଶୁମାନେ ବିଜ୍ଞାନ ପ୍ରଶ୍ନମଂଚ, ସଂସ୍କୃତି ଜ୍ଞାନ ପ୍ରଶ୍ନମଂଚ ପ୍ରଭୃତିରେ ଅଂଶଗ୍ରହଣ କରିଥିଲେ । ଶିଶୁମାନଙ୍କ ଦ୍ୱାରା ମୋଟ୍ ୧୬୨ଟି ବିଜ୍ଞାନ ଓ ଗଣିତ ପ୍ରକଳ୍ପ ପ୍ରଦର୍ଶିତ କରାଯାଇଥିଲା । ପ୍ରଶ୍ନମଂଚରେ ମୋଟ୍ ୧୬୮ଜଣ, ବୈଦିକ ଗଣିତରେ ୧୮ଜଣ, ପତ୍ରବାଚନରେ ୧୪ଜଣ ଓ ପ୍ରୟୋଗରେ ୫୩ଜଣ ଶିଶୁ ଅଂଶଗ୍ରହଣ କରିଥିଲେ । ବିଚାରକ ରୂପେ ମାନସ ରଂଜନ ରାଉତରାୟ, ରବିନ୍ଦ୍ର କୁମାର ସ୍ୱାଇଁ, ଦେବୁପ୍ରସାଦ ଦାଶ, ଦିଲ୍ଲୀପ କୁମାର ସାହୁ, ଦୀପକ କୁମାର ବାରିକ, ସ୍ମୃତିରଂଜନ ପଣ୍ଡା, ବିଜୟକେତନ ଷଡ଼ଙ୍ଗୀ, ବନୀତା ସାହୁ ପ୍ରମୁଖ ଯୋଗଦେଇ ଶିଶୁମାନଙ୍କର ପ୍ରକଳ୍ପ ଗୁଡିକର ମୂଲ୍ୟାଙ୍କନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ, ୦୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ …

Leave a Reply

Your email address will not be published. Required fields are marked *